ସଂଯମ ଜରୁରୀ

ନିକଟରେ ରାଜସ୍ଥାନର ପୋଖରାନ୍‌କୁ ଯାଇଥିବା ବେଳେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଆବଶ୍ୟକ ପଡ଼ିଲେ ଭାରତ ତା’ର ଆଣବିକ ନୀତିରେ ପରିବର୍ତ୍ତନ ଆଣିପାରେ। ଅର୍ଥାତ୍‌ ‘ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାହିଁ’ ବୋଲି ନୂଆଦିଲ୍ଲୀର ଯେଉଁ ନୀତି ରହିଥିଲା, ତାହା ପରିସ୍ଥିତିରେ ପଡ଼ିଲେ ବଦଳି ଯାଇପାରେ। ଭାରତର ଆଣବିକ ନୀତି ପ୍ରତ୍ୟାକ୍ରମଣମୂଳକ ରହିଆସିଛି। ଯେତେବେଳେ ଭାରତ ଉପରେ ଆକ୍ରମଣ ହେବ, ତାହା ହେଲେ ନୂଆଦିଲ୍ଲୀ ଆଣବିକ ଅସ୍ତ୍ର ବ୍ୟବହାର କରିବ। ମନେପକାଇ ଦିଆଯାଇପାରେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପୋଖରାନ୍‌ ପରମାଣୁ ପରୀକ୍ଷଣ ପରେ ଭାରତକୁ ଏକ ଆଣବିକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଦେଖିବାକୁ ଚାହିଁଥିଲେ। ଏଥିସହିତ ସେ କହିଥିଲେ ଯେ, ପ୍ରଥମେ ଏହାର ବ୍ୟବହାର ନ କରିବା ଉପରେ ଭାରତ ପ୍ରତିଶ୍ରୁତିବଦ୍ଧ। ଏହି ତତ୍ତ୍ୱକୁ ଦେଖିଲେ ଭାରତ ଯଥାସମ୍ଭବ ସଂଯମ ରକ୍ଷା କରିବା କଥା। କାରଣ ଏବେକା ପରିସ୍ଥିତିରେ ଉତ୍ତର କୋରିଆକୁ ବାଦ୍‌ ଦେଲେ ବିଶ୍ୱର ଅନ୍ୟସବୁ ଶକ୍ତିଶାଳୀ ରାଷ୍ଟ୍ର ଆଣବିକ ଚୁକ୍ତିରେ ବଦ୍ଧପରିକର। ଏଭଳିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ଆଣବିକ ନୀତି ବାହାରକୁ ଯାଇ ଏଭଳି ମନ୍ତବ୍ୟ ଦେଇଥିବାରୁ ଏହାକୁ ନେଇ ବିତର୍କ ହେଲାଣି।
ସମ୍ବିଧାନରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଉତ୍‌କ୍ଷିପ୍ତ ହୋଇ ରହିଛି। ଜାତିସଂଘ ହସ୍ତକ୍ଷେପ ଲୋଡ଼ିବା ସହ ଅନ୍ୟାନ୍ୟ ରାଷ୍ଟ୍ରର ମଧ୍ୟ ସହଯୋଗ କାମନା କରିଛି। ଏପରି କି ଏହି ଘଟଣାକୁ ନେଇ ଭାରତ ସହ ଯୁଦ୍ଧ କରିବାକୁ ପାକିସ୍ତାନ ପ୍ରସ୍ତୁତ ବୋଲି ଏହାର ଏକାଧିକ ନେତା କହିଲେଣି। ଏସବୁ ସତ୍ତ୍ୱେ ପାକିସ୍ତାନକୁ କେତେକାଂଶରେ ଚାଇନା ବ୍ୟତୀତ ଅନ୍ୟ କାହାର ସହଯୋଗ ମିଳିପାରି ନାହିଁ। କହିବାକୁ ଗଲେ ପାକିସ୍ତାନ ଏକଘରିଆ ହୋଇଗଲାଣି। ଏଭଳି ସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ଭାରତର ଆଣବିକ ନୀତିକୁ ଦୁର୍ବଳ କରିଦେଇଛି। କଶ୍ମୀର ପ୍ରସଙ୍ଗରେ ଆମେରିକା ସହ ଅନ୍ୟସବୁ ରାଷ୍ଟ୍ର ନୀରବତା ଅବଲମ୍ବନ କରୁଥିବା ବେଳେ ଭାରତ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରୁ ଆଣବିକ ଅସ୍ତ୍ର ପ୍ରୟୋଗ ନେଇ ବିବୃତି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ।
ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ବିଷୟ ବିଶ୍ୱବ୍ୟାପୀ ଜଣାଶୁଣା। ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ଏହି ଦେଶ ଯୁଦ୍ଧ କରିବା ନେଇ ବାହୁସ୍ଫୋଟ ମାରୁଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରିକା ଯାଇ ସେଠାକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଭେଟି ଉଭୟ ଆର୍ଥିକ ଓ ସାମରିକ ସାହାଯ୍ୟ ମାଗିଥିଲେ। ହେଲେ ୧୭ ଅଗଷ୍ଟରେ ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାରୁ ୪୪୦ ନିୟୁତ ଡଲାର ହ୍ରାସ କରିଛି। ଉଲ୍ଲେଖଯୋଗ୍ୟ, ଏହି ସହାୟତା ପରିମାଣ ୪.୫ ବିଲିୟନ ଡଲାର ଥିଲା। ଏଥିରୁ ବୁଝିବାକୁ ହେବ ଯେ, ପାକିସ୍ତାନକୁ ପୂର୍ବରୁ ଆମେରିକା ଭଳି ରାଷ୍ଟ୍ର ଯେଭଳି ସହଯୋଗ କରୁଥିଲା ତାହା ଆଉ ଦେଖିବାକୁ ମିଳିବ ନାହିଁ। କାରଣ ଆତଙ୍କବାଦ ହ୍ରାସ କରିବା ଦିଗରେ ପାକିସ୍ତାନ ସେଭଳି ପଦକ୍ଷେପ ନେଇନାହିଁ। ଏଠାରେ ଅନ୍ୟ ଏକ ଦିଗକୁ ଦେଖିଲେ ଆମେରିକା ଏବଂ ଉତ୍ତର କୋରିଆର କୂଟନୀତି ଆଣବିକ ପ୍ରସଙ୍ଗକୁ ନେଇ କେନ୍ଦ୍ରିତ। ଉତ୍ତର କୋରିଆ ନିଜର ଶକ୍ତି ପ୍ରଦର୍ଶନ କରିବା ଲାଗି ଆଣବିକ ପରୀକ୍ଷଣ କରୁଛି। ସେଥିପାଇଁ ତାହାକୁ ବିଶ୍ୱରୁ ଏକଘରିଆ ହେବାକୁ ପଡ଼ିଲାଣି। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଉତ୍ତର କୋରିଆ ପ୍ରତି ‘କଠୋର ଓ ନରମ’ ନୀତି ଆଣବିକ କାର୍ଯ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଉଦ୍ଦିଷ୍ଟ। ଏପରି କି ଟ୍ରମ୍ପ୍‌ ନିକଟ ଅତୀତରେ ଉତ୍ତର କୋରିଆରେ ପାଦ ରଖି ଆମେରିକା ରାଷ୍ଟ୍ରପତି ଭାବେ ଇତିହାସ ସୃଷ୍ଟି କରିଥିଲେ। ଏଥିରୁ ବୁଝିହେଉଛି ଯେ, ବିଶ୍ୱର ସବୁ ଶକ୍ତିଶାଳୀ ରାଷ୍ଟ୍ର ଆଣବିକ ଶକ୍ତିର କୁପ୍ରଭାବ ବିଷୟରେ ଚିନ୍ତିତ। ଏପରିସ୍ଥଳେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ନେଇ ହାଲୁକା ମନ୍ତବ୍ୟ ଦେବା କୌଣସି ଦୃଷ୍ଟିରୁ ଉଚିତ ନୁହେଁ।
ଦେଖିବାକୁ ଗଲେ, ପାକିସ୍ତାନ ଆତଙ୍କବାଦ ଓ ଉଗ୍ରବାଦ ଦ୍ୱାରା କବଳିତ। ନିଜ ନାଗରିକଙ୍କ ସୁରକ୍ଷାର ଚିନ୍ତା ରାଜନୈତିକ ନେତୃତ୍ୱର ଥିଲା ଭଳି ମନେ ହେଉନାହିଁ। ଯେହେତୁ ସେହି ଦେଶ ଆତଙ୍କବାଦ ଆଡ଼କୁ ଢଳିଆସିଛି, ଗୁଜରାଟର ଅହମ୍ମଦାବାଦ କିମ୍ବା ବରୋଦା ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିବା ତା’ ପାଇଁ ସହଜ ଲାଗିପାରେ। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଓ ପରବର୍ତ୍ତୀ ପରିସ୍ଥିତି ପରେ ପାକିସ୍ତାନର ସାମରିକ ମୁଖ୍ୟ ଓ ଅନ୍ୟ ରାଜନୈତିକ ନେତାମାନେ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ପାକିସ୍ତାନ ପଛାଇବ ନାହିଁ ବୋଲି କହିଥିଲେ। ଅବଶ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏ ସମ୍ପର୍କରେ ନିଜର ସଂଯମ ରକ୍ଷା କରିଆସିଛନ୍ତି।
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ସପକ୍ଷରେ ବିଶ୍ୱର ସମର୍ଥନ ରହିଥିବା ହୃଦ୍‌ବୋଧ ହେଉଛି। କ୍ଷମତାଶାଳୀ ରାଷ୍ଟ୍ରଗୁଡ଼ିକ କଶ୍ମୀର ପ୍ରସଙ୍ଗରେ ଭାରତର ପଦକ୍ଷେପକୁ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଅଭିହିତ କରିଛନ୍ତି। ଯେତେବେଳେ ଭାରତର କୂଟନୀତି ସକାରାତ୍ମକ ଆଡ଼କୁ ମୁହଁାଇଛି, ସେହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଆଣବିକ ନୀତିରେ ପରିବର୍ତ୍ତନ ଅଣାଯାଇପାରେ ବୋଲି ମନ୍ତବ୍ୟ ଦେବା ଭାରତୀୟ କୂଟନୀତିକୁ ଦୁର୍ବଳ କରୁଛି। ଏହି ପରିପ୍ରେକ୍ଷୀରେ ଭାରତ ଏକ ପାକଳ ବା ପୂର୍ଣ୍ଣ ବିକଶିତ ଭାବମୂର୍ତ୍ତି ସୃଷ୍ଟି କରିବା କଥା। ସଂଯମ ରକ୍ଷା କଲେ ଏହା ବିଶ୍ୱ ସମୁଦାୟ ଦ୍ୱାରା ଅଧିକ ଗ୍ରହଣୀୟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri