ସଂଖ୍ୟାଗୁରୁବାଦ

ଆକାର ପଟେଲ
ସଂଖ୍ୟାଗୁରୁବାଦ କ’ଣ? ରାଜନୈତିକ ଦର୍ଶନ ଅନୁଯାୟୀ ଯେଉଁଠି ସଂଖ୍ୟାଗରିଷ୍ଠ ଲୋକ ଅଗ୍ରଗଣ୍ୟ ହୋଇଥିବେ ଏବଂ ଅନ୍ୟ ସମ୍ପ୍ରଦାୟ ତୁଳନାରେ ଅଧିକ ସୁବିଧା ସୁଯୋଗ ପାଉଥିବେ, ସେଠି ସଂଖ୍ୟାଗୁରୁବାଦ ପ୍ରଚଳିତ ବୋଲି କୁହାଯାଏ। ଦୁଇଟି ଉପାୟରେ ଏହା କରାଯାଇଥାଏ। ଆଇନ ଅନୁଯାୟୀ ଏହା କରାଯାଏ ଏବଂ ତା’ର ଅନେକ ଉଦାହରଣ ଅଛି ଯାହା ଆମେ ଦେଖିବା। ଏହାର ଆଉ ଗୋଟିଏ ସ୍ବତନ୍ତ୍ର ଉପାୟ ଅଛି, ଯାହା ଆମ ଆଗରେ ଉନ୍ମୋଚିତ ହୋଇସାରିଛି। ସଂଖ୍ୟାଲଘୁଙ୍କୁ ଡରେଇ ରଖିବାର ଶ୍ରେଷ୍ଠ ଉପାୟ ହେଉଛି ଏହା ସାମ୍ବିଧାନିକ ବାଟ ଦେଇ କରିବା। ଏପରି ଦେଶରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟମାନଙ୍କ ଅପେକ୍ଷା ନିଜକୁ ଅଧିକ ସ୍ପେସିଆଲ ଭାବନ୍ତି।
ଶ୍ରୀଲଙ୍କାର ସମ୍ବିଧାନ କହେ: ”ଶ୍ରୀଲଙ୍କା ସାଧାରଣତନ୍ତ୍ର ବୌଦ୍ଧଧର୍ମକୁ ପ୍ରମୁଖ ସ୍ଥାନ ଦେବ ଏବଂ ସେହି ଅନୁସାରେ ସରକାରଙ୍କ ଦାୟିତ୍ୱ ହେଉଛି ବୁଦ୍ଧ ଶାସନକୁ ସୁରକ୍ଷା ଓ ପୋଷଣ କରିବା।“ ସମ୍ବିଧାନରେ ଥିବା ଏହି ଧାଡ଼ିଟି ଯୋଗୁ କ୍ଷମତାରେ ଥିବା ଲୋକମାନେ ଅଣବୌଦ୍ଧ ଶ୍ରୀଲଙ୍କାବାସୀଙ୍କୁ ହଇରାଣ କରିବାକୁ ସୁଯୋଗ ପାଉଛନ୍ତି। ପାକିସ୍ତାନର ପ୍ରତିଷ୍ଠାତା ତାଙ୍କ ଦେଶ ସଂଖ୍ୟାଲଘୁଙ୍କ ପ୍ରତି ପାତରଅନ୍ତର କରୁ ବୋଲି ଚାହିଁ ନ ଥିଲେ। କିନ୍ତୁ ସେ ଚାହିଁଥିଲେ ସମ୍ବିଧାନରେ ଇସଲାମ ସ୍ଥାନ ପାଉ। ମହମ୍ମଦ ଅଲି ଜିନ୍ନାଙ୍କ ମୃତ୍ୟୁର ଛଅମାସ ପରେ ତାଙ୍କ ଉତ୍ତରାଧିକାରୀ ଲିଆକତ ଅଲି ଖାନ୍‌ଙ୍କ ଅଧୀନରେ ପାକିସ୍ତାନ ସାମ୍ବିଧାନିକ ସଭା ଏକ ବିରାଟ ବିତର୍କ ପରେ ସଂକଳ୍ପନାମା ଗୃହୀତ କରାଇନେଲେ। ଏହି ବିତର୍କ ମୁଖ୍ୟତଃ ପୂର୍ବ ପାକିସ୍ତାନର ବଙ୍ଗଭାଷୀ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହୋଇଥିଲା। ମୁସଲମାନମାନେ ଚାହିଁଲେ ସମ୍ବିଧାନରେ ଇସ୍‌ଲାମିକ ଭାଷା ଅନ୍ତର୍ଭୁକ୍ତ କରିବାକୁ। ସେଥିରେ ‘ସାର୍ବଭୌମତ୍ୱ କେବଳ ଆଲ୍ଲାଙ୍କର ହିଁ ଅଛି’ ପରି ବାକ୍ୟ ଯୋଡ଼ାଗଲା ଏବଂ ଦେଶରେ ଗଣତନ୍ତ୍ର, ସ୍ବାଧୀନତା, ସମାନତା, ସହିଷ୍ଣୁତା ଓ ସାମାଜିକ ନ୍ୟାୟ ପରି ନିୟମଗୁଡ଼ିକ ଇସ୍‌ଲାମରେ ଯେପରି ଅଛି ସେପରି ରଖାଗଲା। ହିନ୍ଦୁମାନେ ଏହାର ପ୍ରତିବାଦ କଲେ। ସେମାନେ କହିଲେ ଯେ, ପରେ ଏହାକୁ ନେଇ ଅଣମୁସଲମାନଙ୍କ ପ୍ରତି ପାତରଅନ୍ତର କଲା ପରି ବ୍ୟବସ୍ଥାମାନ ଖଞ୍ଜିଦିଆଯାଇପାରେ। ଏହା ଉପରେ ଭୋଟ ହେଲା ଏବଂ ଧର୍ମକୁ ନେଇ ଏହା ଏକ ପ୍ରକାର ବିଭାଜନ ଥିଲା। କୌଣସି ହିନ୍ଦୁ ମୁସଲମାନଙ୍କ ମତ ସପକ୍ଷରେ ଏବଂ କୌଣସି ମୁସଲମାନ ହିନ୍ଦୁଙ୍କ ମତ ସପକ୍ଷରେ ଭୋଟ ଦେଲେ ନାହିଁ। ଏହାର କିଛିଦିନ ପରେ ହିନ୍ଦୁମାନେ ଯାହାକୁ ଡରୁଥିଲେ ତାହା ହିଁ ଘଟିଲା। ଧୀରେ ଧୀରେ ସମ୍ବିଧାନ ନକାରାତ୍ମକ ଦିଗ ଉପରେ ଗୁରୁତ୍ୱ ଦେଲା ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭଳି ପଦ କେବଳ ମୁସଲମାନଙ୍କ ଅଧିକାରଭୁକ୍ତ ବୋଲି ନିୟମ କରାଗଲା। ପରେ ସେହି ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମୁସଲମାନଙ୍କର ଏକ ଗୋଷ୍ଠୀକୁ ବିଧର୍ମୀ ବୋଲି ଘୋଷଣା କରାଗଲା ଓ ସେମାନଙ୍କ ପ୍ରତି ଅତ୍ୟାଚାର କରାଗଲା।
ଆମ ପ୍ରତିବେଶୀ ଭୁଟାନରେ ନିୟମ ଅଛି ଯେ, ସେଠାରେ କେବଳ ବୌଦ୍ଧ ଧର୍ମାବଲମ୍ବୀ ରାଜାମାନେ ଶାସନ କରିପାରିବେ। ସେ ଉଭୟ ସରକାର ଓ ଧର୍ମକୁ ନିୟନ୍ତ୍ରଣ କରିବେ। ଗତ କିଛିବର୍ଷ ପୂର୍ବ ପର୍ଯ୍ୟନ୍ତ ନେପାଳ ଏକ ହିନ୍ଦୁରାଷ୍ଟ୍ର ଥିଲା କାରଣ ସେଠାରେ କ୍ଷତ୍ରିୟ ରାଜା ଶାସନ କରୁଥିଲେ ଏବଂ ମନୁ ସଂହିତା ଅନୁସାରେ ତାଙ୍କୁ ଜଣେ ପୁରୋହିତ ମନ୍ତ୍ରଣା ଦେଉଥିଲେ। ବାଂଲାଦେଶର ସମ୍ବିଧାନ ‘ବିସ୍‌ମିଲ୍ଲାଃ ଇର୍‌ ରହମାନ ଇର୍‌ ରହିମ୍‌’ ପରି ଏକ ଧାଡ଼ିରୁ ଆରମ୍ଭ ହୋଇଛି। ବଙ୍ଗାଳୀମାନେ ପାକିସ୍ତାନୀଙ୍କ ପରି ଖଳ ପ୍ରକୃତିର ନ ହେଲେ ମଧ୍ୟ ଏହି ଧାଡ଼ିଟି ଏକ ଟାଇମ୍‌ ବମ୍‌ ପରି ଟିକ୍‌ ଟିକ୍‌ କରିଚାଲିଛି। ସାମ୍ବିଧାନିକ ସଂଖ୍ୟାଗୁରୁବାଦ ସବୁବେଳେ ନେତାଙ୍କ ଉପରେ ଅପେକ୍ଷା ରଖିଥାଏ, ଯିଏ କ୍ଷତିକାରକ ମନେ ହେଉ ନ ଥିବା ଧାଡ଼ିଟିକୁ ଭିନ୍ନ ଭାବରେ ତର୍ଜମା କରି କ୍ଷତିକାରକ କରିତୋଳିବେ।
ଏବେ ସେହି ସ୍ବତନ୍ତ୍ର ଶୈଳୀ ଉପରେ ନଜର ପକାଇବା ଯାହା ଦ୍ୱାରା ଗୋଟିଏ ଦେଶ ସଂଖ୍ୟାଗୁରୁବାଦୀ ହୋଇଥାଏ। ଦକ୍ଷିଣ ଏସିଆରେ ଭାରତ ହେଉଛି ଏକ ସେପରି ଏକ ସ୍ବତନ୍ତ୍ର ଦେଶ। ଇନ୍ଦିରା ଗାନ୍ଧୀ ଆମ ସମ୍ବିଧାନରେ ସ୍ବତନ୍ତ୍ର ଭାବେ ଧର୍ମନିରପେକ୍ଷ (ସିକ୍ୟୁଲାର) ଶବ୍ଦଟି ଯୋଡ଼ିଥିଲେ, ଯାହାର ଅର୍ଥ ସ୍ପଷ୍ଟ ନ ଥିଲା। କିନ୍ତୁ ବାହାର ଲୋକମାନେ ଭାରତକୁ ପାକିସ୍ତାନ, ଶ୍ରୀଲଙ୍କା ବା ଅନ୍ୟ ଦକ୍ଷିଣ ଏସୀୟ ସଂଖ୍ୟାଗୁରୁବାଦୀ ଦେଶଠାରୁ ଭିନ୍ନ ଦୃଷ୍ଟିରେ ଦେଖୁନାହାନ୍ତି। ହଁ, ଭାରତରେ ଯେ କେହି ବି ପ୍ରଧାନମନ୍ତ୍ରୀ ହୋଇପାରିବେ କିନ୍ତୁ ଏ ଯାବତ୍‌ କୌଣସି ମୁସଲମାନ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି। ଆମେ ଅବଶ୍ୟ ଖୁସି ଯେ ଆମ ଦେଶରେ ମୁସଲମାନ ରାଷ୍ଟ୍ରପତି ହୋଇଛନ୍ତି, କିନ୍ତୁ ସେ ଜଣେ ରବରଷ୍ଟାମ୍ପ ଶାସନମୁଖ୍ୟ। ପାକିସ୍ତାନ ରାଷ୍ଟ୍ରପତିଙ୍କ ପରି ସେ କ୍ଷମତାଶାଳୀ ନୁହନ୍ତି। ଯଦି ତାଙ୍କର ପାର୍ଲାମେଣ୍ଟକୁ ଭାଙ୍ଗିଦେବା ପରି କ୍ଷମତା ଥାନ୍ତା, ତେବେ ମୁଁ ନିଶ୍ଚିତ ଯେ ଆମେ କେବେ କୌଣସି ମୁସଲମାନଙ୍କୁ ଭାରତର ରାଷ୍ଟ୍ରପତି କରି ନ ଥାନ୍ତୁ।
ଆମେ ଭିନ୍ନ ବୋଲି କେବଳ ମିଛ କହି ଆସିଛୁ, ବାସ୍ତବରେ ଆମେ ଅନ୍ୟ ସଂଖ୍ୟାଗୁରୁବାଦୀ ରାଷ୍ଟ୍ରଠାରୁ କୌଣସି ଗୁଣରେ ଭିନ୍ନ ନୋହୁଁ। ଅନ୍ୟ ବାଟରେ ଆମେ ସଂଖ୍ୟାଗୁରୁବାଦକୁ ଜାହିର କରିଆସିଛୁ। ଆମର ନାଗରିକତ୍ୱ ସଂଶୋଧନ ବିଲ୍‌ ଓ ଏନ୍‌ଆର୍‌ସି ଏହା ପ୍ରମାଣ କରୁଛି। ଆତଙ୍କବାଦ ପ୍ରସଙ୍ଗରେ କଶ୍ମୀର ଓ ଆସାମରେ ଆମର କାର୍ଯ୍ୟାନୁଷ୍ଠାନ ବି ଏହା ଦର୍ଶାଉଛି। ଅଯୋଧ୍ୟା ମାମଲା ବି ଆମ ସଂଖ୍ୟାଗୁରୁବାଦର ଏକ ଉଦାହରଣ ଯଦିଚ ତାହାକୁ ଭିନ୍ନ ଭାବରେ ଦର୍ଶାଯାଉଛି। ସତକଥା ହେଲା ଭାରତୀୟ ସଂଖ୍ୟାଗୁରୁବାଦର ସ୍ବରୂପ ଅଧିକ ସୂକ୍ଷ୍ମ ଓ କମ୍‌ କଞ୍ଚା, କିନ୍ତୁ ତାହା ସମାନ ଭାବରେ କ୍ଷତିକାରକ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri