ସଂକ୍ରମଣ ରୋକିବ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରବିବାର ସମଗ୍ର ଦେଶରେ ଜନତା କର୍ଫ୍ୟୁ ଉତ୍ସାହର ସହ ପାଳନ ହୋଇଛି। ଲୋକେ ସ୍ବତଃସ୍ଫୁର୍ତ୍ତ ଭାବେ କରୋନା ସଂକ୍ରମଣର ମୁକାବିଲା କରିବାକୁ ୧୪ ଘଣ୍ଟା ଘରେ ରହି କର୍ଫ୍ୟୁକୁ ସମର୍ଥନ କରିଥିଲେ। କୋଭିଡ୍‌-୧୯ ବା କରୋନା ଭୂତାଣୁର ଜୀବନକାଳ ୧୨ ଘଣ୍ଟା ହୋଇଥିବାରୁ ୧୪ ଘଣ୍ଟା ଘରେ ରହିଲେ ଭୂତାଣୁ ସଂକ୍ରମଣରେ ରୋକ ଲାଗିବ ବୋଲି ଅନେକ ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ। ସେହିଭଳି ଘଣ୍ଟ ବାଡ଼େଇ କମ୍ପନ ସୃଷ୍ଟି କରିବା ଦ୍ୱାରା ଭୂତାଣୁଗୁଡ଼ିକ ଆପେ ଆପେ ମରିଯିବା କଥା ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତେବେ ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିବା ସହ ଗୋଟିଏ ଚଟାଣରେ ଥିବା ଭୂତାଣୁ ୨ ରୁ ୩ଦିନ ପର୍ଯ୍ୟନ୍ତ ବଞ୍ଚତ୍ ରହିପାରିବ ବୋଲି କହିବା ସହ ଜଣେ ସଂକ୍ରମିତ ବ୍ୟକ୍ତି ୨ ସପ୍ତାହ ପର୍ଯ୍ୟନ୍ତ ଅନ୍ୟକୁ ସଂକ୍ରମିିତ କରିପାରେ ବୋଲି ମତ ଦେଇଛନ୍ତି। ଏଭଳିସ୍ଥଳେ ସୋସିଆଲ ଲକ୍‌ଡାଉନ୍‌ ଏହି ଭୂତାଣୁକୁ ରୋକିବାକୁ ଏକ ଭଲ ମାଧ୍ୟମ ବୋଲି କୁହାଯାଇଛି। ନୂଆ ସଂକ୍ରମଣ ରୋକିବାକୁ ସୋସିଆଲ ଲକ୍‌ଡାଉନ୍‌ ପାଇଁ ଡାକ୍ତର ଏବଂ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବାବେଳେ ଓଡ଼ିଶାର ୫ ଜିଲା ଏବଂ ୮ ସହରକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଜିଲାଗୁଡ଼ିକରେ ଅଧିକାଂଶ ବିଦେଶ ଫେରନ୍ତା ରହିଥିବାରୁ ଏକ ସପ୍ତାହ ଲାଗି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍‌ ଦ୍ୱାରା ସମସ୍ତ ସ୍ଥାନରେ ସଂକ୍ରମଣ ବ୍ୟାପିବାକୁ କେତେକାଂଶରେ ରୋକାଯାଇପାରେ। ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।
ସେହିପରି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ତଃରାଜ୍ୟ ବସ୍‌ସେବା ବନ୍ଦ କରିଛନ୍ତି।
ପଡ଼ିପାରେ ଓଲଟା ପ୍ରଭାବ
ପୂର୍ବରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ହାଟ ବଜାରକୁ ସନ୍ଧ୍ୟା ୬ଟା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଅନେକ ପାଳନ କରିଥିବାବେଳେ ରାସ୍ତାକଡ଼ ଦୋକାନ ବଜାର ଖୋଲା ରହିଥିଲା। ଏପରିକି ଗଳିକନ୍ଦିରେ ଥିବା ଦୋକାନ ମଧ୍ୟ ଖୋଲା ରହିଥିଲା। ସେଠାରେ କିଣାକିଣି ପାଇଁ ଲୋକେ ଭିଡ଼ ଜମାଇଥିଲେ। ଫଳରେ କରୋନା ସଂକ୍ରମଣ ଭୟ ସୃଷ୍ଟି ହୋଇଥିଲା। ଶନିବାର ଏଭଳି ପରିସ୍ଥିତି ହୋଇଥିଲା ଯେ, ଗ୍ରସେରି ଓ ପନିପରିବା ଭଳି ଜରୁରୀ ସାମଗ୍ରୀ ନ ପାଇ ଲୋକେ ଘରକୁ ଫେରିଥିଲେ। ଏଭଳି ପରିସ୍ଥିତି ଜାରି ରହିଲେ ୫ ଜିଲା ଏବଂ ୮ ସହରରେ ହେବାକୁ ଥିବା ଲକ୍‌ଡାଉନ୍‌ ନକାରାତ୍ମକ ପ୍ରଭାବ ପକାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ପରିସ୍ଥିତି ଖରାପ ହେବା ପୂର୍ବରୁ ସଚେତନ ଜରୁରୀ
କୋଭିଡ୍‌-୧୯ ପ୍ଲାଷ୍ଟିକ୍‌ ଏବଂ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସର୍‌ଫେସ୍‌ରେ ସର୍ବାଧିକ ୨ରୁ ୩ଦିନ ପର୍ଯ୍ୟନ୍ତ ରହିପାରେ। କପର୍‌ ସର୍‌ଫେସ୍‌ରେ ସବୁଠାରୁ କମ୍‌ ସମୟ ପର୍ଯ୍ୟନ୍ତ ବଞ୍ଚେ। ହେଲେ ଏହାପରେ ମଧ୍ୟ ତାପମାତ୍ରା ଓ ଆର୍ଦ୍ରତାର ପ୍ରଭାବ ରହିଛି। ଲକ୍‌ଡାଉନ୍‌ ଏକମାତ୍ର ବାଟ, ଯାହାଦ୍ୱାରା ଆମେ ସାମାଜିକ ଦୂରତା ରକ୍ଷା କରିପାରିବା। ଏହାର ଉପଯୁକ୍ତ ଚିକିତ୍ସା ଏପର୍ଯ୍ୟନ୍ତ ଆସି ନ ଥିବାରୁ ଟ୍ରାନ୍ସମିଶନ ରେଟ୍‌କୁ କମ୍‌ କଲେ ହିଁ ସଂକ୍ରମଣ ରୋକାଯାଇପାରିବ। ହଠାତ୍‌ ହେଲ୍‌ଥକେୟାର ସେକ୍ଟର ଉପରେ ଏକ ବୋଝ ପଡ଼ିବନି ଏବଂ ପ୍ରତ୍ୟେକ ରୋଗୀର ଚିକିତ୍ସା କରାଯାଇପାରିବ। ଓଡ଼ିଶାରେ ୩ ହଜାରରୁ ଅଧିକ ଲୋକ ଦେଶ ବାହାରୁ ଫେରିଛନ୍ତି। ସମସ୍ତଙ୍କର ପରୀକ୍ଷା ହୋଇନି। ଏହାଛଡ଼ା ଅଜଣା ପଜିଟିଭ୍‌ ମଧ୍ୟ ଥାଇପାରନ୍ତି, ଯାହାଙ୍କଠାରେ ରୋଗ ରହିଛି କିନ୍ତୁ ଲକ୍ଷଣ ଆସିନି। ଏହି ଲକ୍‌ଡାଉନ୍‌ ଦ୍ୱାରା ସେମାନଙ୍କଠାରୁ ସଂକ୍ରମଣକୁ ରୋକାଯାଇପାରିବ। ଓଡ଼ିଶା ପ୍ରାରମ୍ଭିକ ଷ୍ଟେଜ୍‌ରେ ଏହି ପଦକ୍ଷେପ ନେବା ସ୍ବାଗତଯୋଗ୍ୟ। ପରିସ୍ଥିତି ଖରାପ ହେବା ପୂର୍ବରୁ ଲୋକେ ଏହାକୁ ମାନିବା ଆବଶ୍ୟକ।
– ଡ. ସୁଦୀପ୍ତ ରଞ୍ଜନ ସିଂ, ଆସୋସିଏଟ୍‌ ପ୍ରଫେସର, ଏଫ୍‌ଏମ୍‌ଟି ବିଭାଗ, ଏମ୍‌ସ ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri