ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ

ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି ରହିଛି। ଛୋଟପିଲାଙ୍କ ଖେଳକୁଦ ପାଇଁ ସ୍ଥାନ ସହ ସକାଳ ଏବଂ ସାନ୍ଧ୍ୟ ଭ୍ରମଣର ଉତ୍ତମ ପରିବେଶ ରହିଛି।

ବୁଦ୍ଧ ପାର୍କ

ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାରଠାରେ ଏହି ପାର୍କ ଅବସ୍ଥିତ। ପାର୍କର ମଧ୍ୟଭାଗରେ ବୁଦ୍ଧ ସ୍ତୂପ ରହିଛି। ଏଥି ସହିତ ଛୋଟ ହ୍ରଦ ମଧ୍ୟ ରହିଛି, ଯେଉଁଥି ପାଇଁ ସନ୍ଧ୍ୟା ସମୟରେ ସନ୍ଧ୍ୟା ଭ୍ରମଣ ଅତ୍ୟନ୍ତ ଆନନ୍ଦମୟ ହୋଇଥାଏ। ପାର୍କଟି ଛୋଟପିଲାଙ୍କ ଖେଳିବା ପାଇଁ ବେଶ୍‌ ଉପଯୋଗୀ। ବିଭିନ୍ନ ପ୍ରକାରର ଖେଳ ରହିଛି। ଏଠାରେ ମଧ୍ୟ ଛୁଟିଦିନମାନଙ୍କରେ ଭିଡ଼ ଜମିଥାଏ।

ଏକାମ୍ର ପାର୍କ

ଆଇଆର୍‌ସି ଭିଲେଜଠାରେ ଅବସ୍ଥିତ ଏହି ପାର୍କ ଆୟତନରେ ସବୁଠାରୁ ବଡ଼। ଏହି ପାର୍କରେ ବିଭିନ୍ନ ପ୍ରକାର ଗୋଲାପ ଫୁଲର ଏକ ବଗିଚା, କାକଟସ୍‌ ହାଉସ୍‌, ପ୍ଲେ ଗ୍ରାଉଣ୍ଡ କର୍ନର ରହିଛି। ତେବେ ପାର୍କରେ ଥିବା ଛୋଟ ହ୍ରଦ ପର୍ଯ୍ୟଟକଙ୍କ ଭିଡ଼ ବଢ଼ାଇ ଦେଇଥାଏ। ହ୍ରଦରେ ବୋଟିଂ ସୁବିଧା ମଧ୍ୟ ରହିଛି। ଏହି ପାର୍କରେ ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ।

ବିଜୁ ପଟ୍ଟନାୟକ ପାର୍କ

ଏହି ପାର୍କଟି କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ ଅବସ୍ଥିତ। ୭ ଏକର ପରିମିତ ଏହି ପାର୍କରେ ସବୁ ପ୍ରକାର ସୁବିଧା ରହିଛି। ଏଠାରେ ରହିଛି ଜିମ୍‌ର ବ୍ୟବସ୍ଥା। ପାର୍କର ମଧ୍ୟଭାଗରେ ଏକ ଜଳ ଫୁଆରା ରହିଛି। ଛୋଟ ପିଲାମାନଙ୍କ ଖେଳକୁଦ ପାଇଁ ଏହି ପାର୍କ ରାଜଧାନୀରେ ବେଶ୍‌ ପରିଚିତ। ପାର୍କ ଭିତରକୁ ପଶିବା ମାତ୍ରେ ପିଲାମାନଙ୍କ ଖେଳ ପାଇଁ ରହିଛି ଏକ ସ୍ବତନ୍ତ୍ର କର୍ନର, ଯେଉଁଥିରେ ବିଭିନ୍ନ ପ୍ରକାରର ଖେଳ ରହିଛି। ଛୁଟିଦିନ ଗୁଡ଼ିକରେ ପାର୍କରେ ପ୍ରବଳ ଭିଡ଼ ଜମିଥାଏ।

ଇନ୍ଦିରା ଗାନ୍ଧୀ ପାର୍କ

ସଚିବାଳୟ ସମ୍ମୁଖରେ ଅବସ୍ଥିତ ଏହି ପାର୍କ। ୧୦.୬ ଏକର ପରିମିତ ଏହି ପାର୍କକୁ ସବୁ ବର୍ଗର ଲୋକ ଯାଇଥାଆନ୍ତି। ବିଶେଷକରି ବୟସ୍କ ଲୋକଙ୍କ ସକାଳ ସନ୍ଧ୍ୟାରେ ସମାଗମ ହୋଇଥାଏ। ସକାଳ ସମୟରେ ହାସ୍ୟ ଯୋଗ ହୋଇଥାଏ। ସବୁଜିମା ଭରା ପାର୍କରେ ଯୁବପିଢ଼ିଙ୍କ ପାଇଁ ଓପନ ଜିମ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ପାର୍କର ମଧ୍ୟଭାଗରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସହିତ ମେଡିକାଲ ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ରହିଛି ଏହି Top 10 Government Medical Colleges

ବର୍ତ୍ତମାନ ଚିକିତ୍ସା ସେବା ପାଇଁ ଓଡ଼ିଶାବାସୀଙ୍କୁ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ପ୍ରାୟ ପ୍ରତି ବଡ଼ ବଡ଼ ସହର ବ୍ୟତୀତ ଲୋକଙ୍କ ନିକଟରେ…

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର ହସ୍ତତନ୍ତ…

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ,…

Top 5 agricultural scientists of Odisha: କୃଷି କ୍ଷେତ୍ରରେ ଓଡ଼ିଶାର ୫ ବୈଜ୍ଞାନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହା ଏମିତି ଏକ ରାଜ୍ୟ, ଯାହାର ନିଜର ଭୌଗୋଳିକ ସ୍ଥିତି ଓ କୃଷି ଉପରେ ଅଧିକ ନିର୍ଭରଶୀଳ। ଓଡ଼ିଶାରେ କୃଷି…

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5…

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି।…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ ଓ…

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri