ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପାଠପଢ଼ା

ତିହିଡ଼ି, ୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ମଧ୍ୟଇଂରାଜୀ (ଏମ୍‌ଇ) ସ୍କୁଲରେ ଶ୍ରେଣୀଗୃହ ଅଭାବ ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ବର୍ଷା ହେଲେ ଛାତ୍ରୀଛାତ୍ର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ନାୟକ ବିଭିନ୍ନ ସମୟରେ ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏହାକୁ ନେଇ ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୫୯ ମସିହାରେ ସ୍ଥାପିତ ଏହି ସ୍କୁଲରେ ୩ଟି ଶ୍ରେଣୀରେ ମୋଟ ୨୮୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପୂର୍ବରୁ ସ୍କୁଲରେ ୬ଷ୍ଠ ଓ ୭ମ ଦୁଇଟି ଶ୍ରେଣୀ ଥିଲା। ସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ୮ମ ଶ୍ରେଣୀ ସ୍କୁଲ ସହ ସଂଯୋଗ ହୋଇଥିଲା। ଅଧିକ ଶ୍ରେଣୀ ଲାଗି ଗୃହ ଅଭାବରୁ ଶିକ୍ଷାଦାନ ନେଇ ସମସ୍ୟା ଉପୁଜିଥିଲା। ସ୍କୁଲର ଭିତ୍ତିଭୂମିକୁ ନ ସଜାଡ଼ି ଅଧିକ ଶ୍ରେଣୀ ଯୋଡ଼ିଦେବା ଯୋଗୁ ଏହା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିଲା। ସ୍କୁଲ ଅଫିସ ଗୃହକୁ ବାଦ୍‌ ଦେଲେ ୩ଟି ଶ୍ରେଣୀଗୃହ ରହିଛି। ଏତେସଂଖ୍ୟକ ପିଲାଙ୍କୁ ଶିକ୍ଷାଦାନ ପାଇଁ ଏହି ଶ୍ରେଣୀଗୃହ ଯଥେଷ୍ଟ ହୋଇପାରୁ ନାହିଁ। ଫଳରେ ପିଲାମାନେ ବାରଣ୍ଡାରେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ ନୂତନ ଶ୍ରେଣୀଗୃହ ନିର୍ମାଣ ସକାଶେ ଅନୁଦାନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏହାଛଡ଼ା ଅଷ୍ଟମ ଶ୍ରେଣୀ ପାଇଁ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ତୁରନ୍ତ ଏହି ପଦବୀ ପୂରଣ ନିମନ୍ତେ ଦାବି କରାଯାଇଛି। ଅପରପକ୍ଷେ ସ୍କୁଲର ଉନ୍ନତି ପାଇଁ କମ୍ପୋଜିଟ୍‌ ଗ୍ରାଣ୍ଟ ଭାବେ ଚଳିତବର୍ଷ ପ୍ରତ୍ୟେକ ସ୍କୁଲକୁ ପିଲାସଂଖ୍ୟା ଅନୁଯାୟୀ ଅର୍ଥ ଯୋଗାଇ ଦିଆଯାଇଛି। ଏହି ସ୍କୁଲକୁ ପିଲା ସଂଖ୍ୟା ଅନୁସାରେ ୭୫ ହଜାର ଟଙ୍କା ମିଳିବା କଥା। ମାତ୍ର ୭୫୦୦ଟଙ୍କା ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲର ପିଲା ସଂଖ୍ୟା ଅନୁଯାୟୀ ଆଉ ୨ଟି ଶ୍ରେଣୀଗୃହ ପାଇଁ ଅନୁଦାନ ଯୋଗାଇ ଦିଆଗଲେ ଶିକ୍ଷାଦାନରେ ସମସ୍ୟା ଉପୁଜିବ ନାହିଁ ବୋଲି ପ୍ରଧାନଶିକ୍ଷୟିତ୍ରୀ ନାୟକ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଉଦୟନାରାୟଣ ଦାଶଙ୍କୁ ପଚାରିବାରୁ ଶ୍ରେଣୀଗୃହ ଅଭାବ ଥିବା ସ୍କୁଲ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି, ସରକାରୀ ଅନୁଦାନ ଆସିଲେ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri