ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡରେ ନିଯୁକ୍ତି ପ୍ରସଙ୍ଗ:ଘୁଞ୍ଚୁଛି ଦିନ: ଆଶା ଆଶଙ୍କାରେ ଆବେଦନକାରୀ

ପୁରୁଣା ଭୁବନେଶ୍ୱର,୧ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ରହିଛି। ତେବେ ଅନେକ ସମୟରେ ବୋର୍ଡ଼ର ବେପରୁଆ କାର୍ଯ୍ୟକଳାପ ପାଇଁ ଠାକୁରଙ୍କ ତହବିଲରୁ ଅଯଥା ଅର୍ଥ ବ୍ୟୟ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟବୋର୍ଡରେ ନିଯୁକ୍ତି ଲାଗି ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ ନ ହେବାରୁ ଆଶା ଆଶଙ୍କାରେ ଆବେଦନକାରୀ ରହିଛନ୍ତି।
ତରବରିଆ ଭାବେ ନିର୍ଦ୍ଦିଷ୍ଟ ସ୍ବାର୍ଥ ରଖି ସ୍ଥିର କରୁଥିବା ବିଭିନ୍ନ ଯୋଜନା ଅଧାପନ୍ତରିଆ ହୋଇ ପଡ଼ି ରହିଥିବାବେଳେ ବୋର୍ଡ଼ ଏଥିପାଇଁ ହଜାର ହଜାର ଟଙ୍କା କ୍ଷତି ସହୁଛି। ଏଭଳି ଏକ ଉଦାହରଣ ହେଉଛି ଦେଢବର୍ଷ ତଳେ କାର୍ଯ୍ୟାଳୟରେ ନୂତନ ପଦବୀ ନିଯୁକ୍ତ ପାଇଁ ଟ୍ରଷ୍ଟ ବୋର୍ଡ଼ରେ ସ୍ଥିର ହୋଇଥିଲା। ଏଥିପାଇଁ ଖବରକାଗଜରେ ହଜାର ହଜାର ଟଙ୍କା ବ୍ୟୟରେ ବିଜ୍ଞାପନ ମଧ୍ୟ ପ୍ରକାଶିତ କରିଥିଲା। ସମସ୍ତ ପଦବୀ ପାଇଁ ଆବେଦନକାରୀମାନେ ଆବେଦନ କରିଥିଲେ। ଏହାର ଦେଢବର୍ଷ ପରେ ମଧ୍ୟ ନୂତନ ନିଯୁକ୍ତି ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ବୋର୍ଡ଼ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଆବେଦନ କରୁଥିବା ଆବେଦନକାରୀମାନେ ନିଜର ନିଯୁକ୍ତି ନେଇ ଆଶଙ୍କାରେ ରହିଛନ୍ତି। କ’ଣ ପାଇଁ ନିଯୁକ୍ତି ଦିନ ଘୁଞ୍ଚୁଛି ଏବଂ କାହାର ପ୍ରରୋଚନାରେ ବୋର୍ଡ଼ ଏଥିପ୍ରତି ନୀରବ ରହୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ବିଭାଗରେ କାର୍ଯ୍ୟ ଚଳାଇଛନ୍ତି। ଏ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି କୁହନ୍ତି, ଟ୍ରଷ୍ଟବୋର୍ଡ଼ରେ ସ୍ଥିର ହୋଇ ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା। ହେଲେ ଏହାର ପ୍ରକୃତ ନିଯୁକ୍ତି ପଦ୍ଧତି ଉପରେ ଆକଳନ ହୋଇ ପାରି ନ ଥିଲା। ଏ ନେଇ ସମସ୍ତ କାଗଜପତ୍ର ଜିଲାପାଳଙ୍କ ନିକଟରେ ପୈଠ କରାଯାଇଛି। ସେଠାରୁ ନିଯୁକ୍ତି ପଦ୍ଧତି ଆସିଲେ ବୋର୍ଡ଼ ତାହା କାର୍ଯ୍ୟକାରୀ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri