Posted inଖେଳ

ଶ୍ରୀଲଙ୍କାକୁ ହରାଇ ସିରିଜ ବରାବର୍‌ କଲା ନ୍ୟୁଜିଲାଣ୍ଡ

କଲମ୍ବୋ, ୨୬।୮ (ଏଏଫ୍‌ପି)- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଇନିଂସ ଓ ୬୫ ରନରେ ଜିତିନେଇଛି। ପୂର୍ବରୁ ପ୍ରଥମ ମ୍ୟାଚ୍‌କୁ ୬ ଉଇକେଟ୍‌ରେ ହାରିଥିବା କେନ୍‌ ଓ୍ବିଲିୟମସନଙ୍କ ଦଳ ଏଥିସହ ୨ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୧-୧ରେ ବରାବର୍‌ ରଖିବାରେ ସଫଳ ହୋଇଛି।
ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିମୁଥ୍‌ କରୁଣାରତ୍ନେଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୪୪ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ରବିବାର ୪ର୍ଥ ଦିବସ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୫ ଉଇକେଟ୍‌ ହରାଇ ୩୮୨ ରନ୍‌ ସଂଗ୍ରହ କରିଥିଲା। ପୂର୍ବରାତିର ଅପରାଜିତ ବ୍ୟାଟ୍ସମ୍ୟାନ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ସୋମବାର ନିଜ ସ୍କୋରରେ ଆଉ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ସେହି ୮୩ ରନରେ ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ ତଥା ଉଇକେଟକିପର୍‌ ବିଜେ ଓ୍ବାଟ୍‌ଲିଙ୍ଗ୍‌ ଶତକ ହାସଲ କରିଥିଲେ। ସେ ୧୦୫ ରନ ଓ ଟିମ୍‌ ସୌଦୀ ୨୪ ରନ କରି ଅପରାଜିତ ରହିଥିବାବେଳେ ଅଧିନାୟକ ଓ୍ବିଲିୟମସନ ପ୍ରଥମ ଇନିଂସ ଘୋଷଣା କରିଥିଲେ। ସେତେବେଳକୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୬ ଉଇକେଟ୍‌ ହରାଇ ୪୩୧ ରନ କରିବା ସହ ମୋଟ୍‌ ଉପରେ ୧୮୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୨ୟ ଇନିଂସ ଆରମ୍ଭ କରିଥିବା ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୧୨୨ ରନରେ ଅଲ୍‌ଆଉଟ୍‌ ହୋଇ ଇନିଂସ ପରାଜୟବରଣ କରିଥିଲା। ଦୁଇ ଓପନର୍‌ ଲାହିରୁ ଥିରିମାନ୍ନେ ଓ କୁସଲ ପେରେରା ଖାତା ଖୋଲିପାରି ନ ଥିବାବେଳେ ଆଞ୍ଜେଲୋ ମାଥ୍ୟୁ (୭), ଧନଞ୍ଜୟ ଡି ସିଲ୍‌ଭା (୧) ମଧ୍ୟକ୍ରମରେ ନିରାଶ କରିଥଲେ। ଉଇକେଟ୍‌କିପର ନିରୋଶାନ ଡିକ୍‌ଓ୍ବେଲା (୫୧), ଅଧିନାୟକ କରୁଣାରତ୍ନେ (୨୧) ଓ କୁସଲ ମେଣ୍ଡିସ (୨୦) କିଛିଟା ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରି ନ ଥିଲେ। ବିଜୟୀ ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ସୌଦୀ, ଅଜାଜ ପଟେଲ ଓ ଓ୍ବିଲିୟମ ସମରଭିଲ୍ଲେ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଟମ୍‌ ଲଥାମ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ଓ୍ବାଟ୍‌ଲିଙ୍ଗ୍‌ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ହାସଲ କରିଥିଲେ। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୨୪୪/୧୦ (ଧନଞ୍ଜୟ ଡି ସିଲ୍‌ଭା ୧୦୯, କରୁଣାରତ୍ନେ ୬୫, ସୌଦୀ ୪/୬୩)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୪୩୧/୬ ଘୋଷଣା, ୧୧୫ ଓଭର (ଲଥାମ୍‌ ୧୫୪, ଓ୍ବାଟ୍‌ଲିଙ୍ଗ୍‌ ୧୦୫*, ରସ୍‌ ଟେଲର ୨୩, ଗ୍ରାଣ୍ଡହୋମ୍‌ ୮୩, ଓ୍ବିଲିୟମସନ ୨୦, ଦିଲରୁଓ୍ବାନା ପେରେରା ୩/୧୧୪)।
ଶ୍ରୀଲଙ୍କା ୨ୟ ଇନିଂସ- ୧୨୨/୧୦, ୭୦.୨ ଓଭର (ଡିକ୍‌ଓ୍ବେଲା ୫୧, କରୁଣାରତ୍ନେ ୨୧, ମାଥ୍ୟୁସ ୭, ସୌଦୀ ୨/୧୫, ବୋଲ୍ଟ ୨/୧୭)।


Enter your email to get our daily news in your inbox.

All Right Reserved By Dharitri.Com

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?