ଶ୍ରମ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨।୮-କେନ୍ଦ୍ର ସରକାର ସଂସଦରେ ଆଗତ କରିଥିବା ଶ୍ରମ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ବାଧୀନ ଜାତୀୟ ଫେଡେରେଶନ ତରଫରୁ ସହସ୍ରାଧିକ ଶ୍ରମିକ ବାଲେଶ୍ୱର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ନେତୃତ୍ୱଙ୍କ ସ୍ବାକ୍ଷରରେ ପ୍ରସ୍ତାବିତ ଶ୍ରମଆଇନ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲାପାଳଙ୍କ ତରଫରୁ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ଶ୍ରମିକ ପ୍ରତିନିଧିମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ।
ବାଲେଶ୍ୱର ରେଳଷ୍ଟେଶନରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଫାଟକ ପାଖରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସହ ସଂଯୁକ୍ତ ଓ ସ୍ବାଧୀନ ଫେଡେରେଶନ୍‌ ଏବଂ ବହୁ କଳକାରଖାନାର ଶ୍ରମିକମାନେ ଯୋଗ ଦେଇଥିଲେ। ସ୍ବାଧୀନତା ପୂର୍ବରୁ ଓ ସ୍ବାଧୀନ ଭାରତବର୍ଷରେ ଶ୍ରମିକମାନେ ସଂଗ୍ରାମ କରି ହାସଲ କରିଥିବା ୪୪ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ୪ଟି କୋର୍ଡ଼ରେ ରଖିବାକୁ ଉଦ୍ୟମ କରୁଛନ୍ତି। ଫଳରେ ସମ୍ପୃକ୍ତ ଆଇନଗୁଡ଼ିକରେ ପ୍ରଦତ୍ତ ଅଧିକାରରୁ ଶ୍ରମିକମାନେ ବଞ୍ଚତ୍ତ ହେବେ। ସେହିପରି ଉକ୍ତ ବିଲ୍‌ ସଂଶୋଧନ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଦେଶୀ ଓ ବିଦେଶୀ ଶିଳ୍ପପତିମାନେ ଦୀର୍ଘବର୍ଷରୁ ଶ୍ରମିକମାନେ ପାଇଆସୁଥିବା ପ୍ରାପ୍ୟ ଓ ଅଧିକାରରୁ ବଞ୍ଚତ୍ତ କରାଇବାକୁ ବାଟ ଫିଟିଯିବ। ଉପସ୍ଥିତ ବକ୍ତାମାନେ ଏହାକୁ ବିରୋଧ କରି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଥିଲେ। ବିକ୍ଷୋଭ ସମାବେଶରେ ଶ୍ରମିକ ସଙ୍ଗଠନମାନଙ୍କର ମିଳିତ ମଞ୍ଚ ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ଓ ଶିଳ୍ପପତି ତୋଷଣ ନୀତିକୁ ଦୃଢ଼ ବିରୋଧ କରିଥିଲେ। ଏଆଇଟିୟୁସିର ଜିଲା ସଭାପତି ଭାଗବତ ପ୍ରତିହାରୀ, ଏଚ୍‌ଏମ୍‌ଏସ୍‌ର ସମ୍ପାଦକ ଅରୁଣ ସ୍ବାଇଁ, ସିଆଇଟିୟୁର ରାଜ୍ୟ ସମ୍ପାଦକ ରାଧାରମଣ ଷଡ଼ଙ୍ଗୀ, ଆଇଏନ୍‌ଟିୟୁସିର ନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଏନ୍‌ଏଫ୍‌ଆଇଟିୟୁର ରାଜ୍ୟ ସମ୍ପାଦକ ଶାନ୍ତନୁ ଦାସ, ଏଆଇୟୁଟିୟୁସିର ସମ୍ପାଦକ ନିରାକାର ପାଣ୍ଡବ ପ୍ରମୁଖ ବିକ୍ଷୋଭ ସ୍ଥଳରେ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ନିକୁଞ୍ଜ ବସନ୍ତ ରାୟ, ଈଷାଣୀ ଷଡ଼ଙ୍ଗୀ, ଏମ୍‌କେଡି ମଜୁମଦାର, ଅରୁଣ ଜେନା, ବିଧାନ ଚନ୍ଦ୍ର ରାୟ, ବସନ୍ତ ସ, ପ୍ରତିମା ପଣ୍ଡା, ଭାରତୀ ପଣ୍ଡା, ସନ୍ଧ୍ୟା ବେହେରା, ଶିଶିର ହୁଇ ପ୍ରମୁଖ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri