ଶ୍ରମ ଆଇନ ସଂଶୋଧନକୁ ବିରୋଧ:ଇପିଏଫ ଅଫିସ ଆଗରେ ସିଟୁର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୩ା୮-କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନସ (ସିଟୁ) ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ବ୍ରହ୍ମପୁରସ୍ଥ ଇପିଏଫ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା । ମାଲିକଙ୍କୁ ସୁହାଇଲା ଭଳି ହୋଇଥିବା ସଂଶୋଧନ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ଦାବି ହୋଇଥିଲା। ଏହି ମର୍ମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଇପିଏଫ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସିଟୁ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ା ବହୁ ସଂଖ୍ୟକ ଶ୍ରମିକ ଏଥିରେ ସାମିଲ ହୋଇଥିଲେ ।
ସମ୍ପାଦକ ବେହେରା ସମାବେଶରେ କହିଥିଲେ, କେନ୍ଦ୍ର ସରକାର ୪୪ ଶ୍ରମ ଆଇନକୁ ସଂଶୋଧନ କରି ଲୋକ ସଭାରେ ଆଗତ କରିଛନ୍ତି । ତେବେ ମାତ୍ର ୪ ଆଇନକୁ ନେଇ ୱେଜ (ମଜୁରି) କୋଡ ପ୍ରସ୍ତୁତ କରାଯାଇଛି । ଏହା ସମ୍ପୂର୍ଣ୍ଣ ଶ୍ରମିକ ବିରୋଧୀ ହୋଇଥିବା କୁହାଯାଇଛି । ଫଳରେ ଶ୍ରମିକମାନେ ମାଲିକଙ୍କ ଗୋତି ଶ୍ରମିକ ସାଜିବେ । ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ, ବୋନସ, ନିରାପତ୍ତା, ସ୍ବାସ୍ଥ୍ୟ ଏବଂ ଚାକିରି ସର୍ତ୍ତାବଳୀ ଆଦି ଆଇନଗୁଡ଼ିକ ସଂଶୋଧନ ଦ୍ୱାରା ଅକାମୀ ହୋଇଯିବାର ଅଭିଯୋଗ କରାଯାଇଛି ।
ଲୋକ ସଭାରେ ଆଗତ ୨୦୧୯ ଶ୍ରମ ଆଇନ ସଂଶୋଧନ ବିଲ ପ୍ରତ୍ୟାହାର କରି ପ୍ରଚଳିତ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା, ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ମାସିକ ସର୍ବନିମ୍ନ ଦରମା ୨୦ ହଜାର ଟଙ୍କା ଧାର୍ଯ୍ୟ କରିବା ପାଇଁ ସ୍ମାରକପତ୍ରରେ ଦର୍ଶାଯାଇଛି । ବିକ୍ଷୋଭ ସ୍ଥଳରେ ସିଟୁ ଜିଲା କମିଟି ସଭାପତି ଅଶ୍ୱିନୀ ଦାସଙ୍କ ସମେତ ପଞ୍ଚାନନ ଜେନା, ବି.ଏନ୍‌ ସାହୁ, ଅଶୋକ ଦାସ, ନୃସିଂହ ବ୍ରହ୍ମା, ଶିବ ପ୍ରସାଦ ମହାପାତ୍ର, ମାଧବ କୋଠିଆ, ପ୍ରଦୀପ ସିଂ, କେ.ସି.ମିଶ୍ର ଓ ହରି ନାହାକ ପ୍ରମୁଖ ଶ୍ରମିକ ନେତାମାନେ ଉପସ୍ଥିତ ଥିଲେ । ସଂଶୋଧନ ବିଲକୁ ପ୍ରତ୍ୟାହାର କରା ନ ଗଲେ ଶ୍ରମିକଙ୍କୁ ମେଳିକରି ଆନ୍ଦୋଳନକୁ ତୀବ୍ର କରାଯିବାର ଚେତାବନୀ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?