ଶୋଚନୀୟ ହୋଇପଡ଼ିଛି ଧୋବାପଡ଼ିଆ ରାସ୍ତା : ମରାମତି ହେଉନି, ଦୁର୍ବଳ ଅବସ୍ଥାରେ ପୋଲ

ବୋଲଗଡ଼,୨୬ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ ବଡକୁମାରୀ-ହାଟବସ୍ତ ରାସ୍ତା ମଧ୍ୟବର୍ତ୍ତୀ ଧୋବାପଡିଆଠାରେ ରହିଛି ଏକ ପୁରୁଣା ଦୁର୍ବଳ ପୋଲ। ପିଚୁ, କଂକ୍ରିଟ ଉଠିଯାଇଥିବାରୁ ପୋଲଟି ଦୁର୍ବଳ ଓ ବିପଜ୍ଜନକ ଅବସ୍ଥାରେ ରହିଛି। ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲ ଓ ସଂଲଗ୍ନ ରାସ୍ତାଟିକୁ ମରାମତି କରାଯାଉ ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ତିତ୍‌ଲି ବାତ୍ୟା ସମୟରେ ବୋଲଗଡ଼ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଅର୍ଥାତ୍‌ ୨ ଦିନ ମଧ୍ୟରେ ୨୬୦ ମିଲିମିଟର ବର୍ଷା ହୋଇଥିଲା । ଏହି ସମୟରେ ଉକ୍ତ ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚତାର ବର୍ଷାଜଳ ପ୍ରବାହ ହୋଇ ରାସ୍ତା ଉପରୁ ପିଚୁ ଉଠି ଯାଇଥିଲା । ଏ ପର୍ଯ୍ୟନ୍ତ ଏହାର ମରାମତି ହେଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ପୋଲ ଉପର ରାସ୍ତାଟିକୁ ମରାମତି ନିମନ୍ତେ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିବା ସତ୍ତ୍ୱେ ରାସ୍ତାଟିକୁ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉନାହିଁ। ଏହା ଉପରେ ଭାରି ଯାନ ଚଳାଚଳ କରିବା ଦ୍ୱାରା ପୋଲର ପୂର୍ବ ପାର୍ଶ୍ୱ ଅଂଶ କଂକ୍ରିଟ ଫାଟି ଦିନକୁ ଦିନ ଦୁର୍ବଳ ଓ ଶୋଚନୀୟ ହୋଇପଡ଼ୁଛି। ବନ୍ୟା ସମୟରେ ଏହା ଉପରେ ଜଳ ପ୍ରବାହିତ ହୋଇ ଅଧିକ ସମୟ ଜମା ହୋଇ ରହିଲେ ପୋଲଟି କେତେବେଳେ ଯେ ଧନଜୀବନ ପ୍ରତି ବିପଦ ପାଲଟିିବ ସେ ନେଇ ଯାତାୟାତକାରୀ ଆଶଙ୍କାରେ ରହିଛନ୍ତି। ତେଣୁ ତୁରନ୍ତ ପୋଲ ଉପର ରାସ୍ତା ମରାମତି କରିବା ଅତ୍ୟନ୍ତ ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ...

କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୪।୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ବାସନ୍ତୀକ ଚୈତ୍ର ନବରାତ୍ର ପୂଜା...

ଅଙ୍କ ଛିଣ୍ଡୁନି ନା ବିଦ୍ରୋହର ସ୍ବରକୁ ଡର

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ୱର ଲୋକ ସଭା ନିର୍ବାଚନ ପାଇଁ ମେ’୨୫ ତାରିଖରେ ମତଦାନ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି...

ତତଲା ବାଲି, କଣ୍ଟାରେ ଗଡ଼ିଲେ ମାନସିକଧାରୀ

ଖୋର୍ଦ୍ଧା,୧୪ା୪(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାର ପୁରପଲ୍ଲୀରେ ମେରୁଯାତ୍ରା ପାଳିତ ହୋଇଯାଇଛି। ମାନସିକସାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ପର୍ବକୁ ପାଳନ କରିଥିଲେ। ମାନସିକଧାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri