ଶୋଚନୀୟ ହୋଇପଡ଼ିଛି ଧୋବାପଡ଼ିଆ ରାସ୍ତା : ମରାମତି ହେଉନି, ଦୁର୍ବଳ ଅବସ୍ଥାରେ ପୋଲ

ବୋଲଗଡ଼,୨୬ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ ବଡକୁମାରୀ-ହାଟବସ୍ତ ରାସ୍ତା ମଧ୍ୟବର୍ତ୍ତୀ ଧୋବାପଡିଆଠାରେ ରହିଛି ଏକ ପୁରୁଣା ଦୁର୍ବଳ ପୋଲ। ପିଚୁ, କଂକ୍ରିଟ ଉଠିଯାଇଥିବାରୁ ପୋଲଟି ଦୁର୍ବଳ ଓ ବିପଜ୍ଜନକ ଅବସ୍ଥାରେ ରହିଛି। ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲ ଓ ସଂଲଗ୍ନ ରାସ୍ତାଟିକୁ ମରାମତି କରାଯାଉ ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ତିତ୍‌ଲି ବାତ୍ୟା ସମୟରେ ବୋଲଗଡ଼ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଅର୍ଥାତ୍‌ ୨ ଦିନ ମଧ୍ୟରେ ୨୬୦ ମିଲିମିଟର ବର୍ଷା ହୋଇଥିଲା । ଏହି ସମୟରେ ଉକ୍ତ ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚତାର ବର୍ଷାଜଳ ପ୍ରବାହ ହୋଇ ରାସ୍ତା ଉପରୁ ପିଚୁ ଉଠି ଯାଇଥିଲା । ଏ ପର୍ଯ୍ୟନ୍ତ ଏହାର ମରାମତି ହେଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ପୋଲ ଉପର ରାସ୍ତାଟିକୁ ମରାମତି ନିମନ୍ତେ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିବା ସତ୍ତ୍ୱେ ରାସ୍ତାଟିକୁ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉନାହିଁ। ଏହା ଉପରେ ଭାରି ଯାନ ଚଳାଚଳ କରିବା ଦ୍ୱାରା ପୋଲର ପୂର୍ବ ପାର୍ଶ୍ୱ ଅଂଶ କଂକ୍ରିଟ ଫାଟି ଦିନକୁ ଦିନ ଦୁର୍ବଳ ଓ ଶୋଚନୀୟ ହୋଇପଡ଼ୁଛି। ବନ୍ୟା ସମୟରେ ଏହା ଉପରେ ଜଳ ପ୍ରବାହିତ ହୋଇ ଅଧିକ ସମୟ ଜମା ହୋଇ ରହିଲେ ପୋଲଟି କେତେବେଳେ ଯେ ଧନଜୀବନ ପ୍ରତି ବିପଦ ପାଲଟିିବ ସେ ନେଇ ଯାତାୟାତକାରୀ ଆଶଙ୍କାରେ ରହିଛନ୍ତି। ତେଣୁ ତୁରନ୍ତ ପୋଲ ଉପର ରାସ୍ତା ମରାମତି କରିବା ଅତ୍ୟନ୍ତ ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ବାଲିଅନ୍ତା ମର୍ଡର କେସ୍‌: ଆସିଲା ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ, ଏଥିରେ ସେ…

ବାଲିଅନ୍ତା,୨୦ା୭: ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ଆସିଲା ସୌମ୍ୟଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତି ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ। ଓମ୍‌ ସତ କହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri