ଶେଷରେ ମାନିଲେ ଟ୍ରମ୍ପ: ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁକ୍ତିତର୍କକୁ ନେଇ କଲେ ବନ ଖୁଲାସା

ଓ୍ବାଶିଂଟନ୍‌,୪।୬: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ‘ପାଗଳ’ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବୀକାର କରିଛନ୍ତି। ଲେବାନନରେ ଇସ୍ରାଏଲୀ ଆକ୍ରମଣ ପରେ ସେ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଥିଲେ ଏବଂ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ଏକ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।
ଟ୍ରମ୍ପ କହିଛନ୍ତି, ମୁଁ ରାଗିଥିଲି ବୋଲି କହିବି ନାହିଁ, କିନ୍ତୁ ଲେବାନନ ସହିତ ଚାଲିଥିବା ସଂଘର୍ଷ ଯୋଗୁ ମୁଁ ହତାଶ ହୋଇଥିଲି। ମୁଁ ତାଙ୍କୁ ସଂଘର୍ଷ ବନ୍ଦ କରିବାକୁ ପଡିବ ବୋଲି କହିଥିଲି। ପରିସ୍ଥିତି ଏମିତି ହୋଇଥିଲା ମୁଁ ନେତାନ୍ୟାହୁଙ୍କୁ ପାଗଳ ହୋଇଗଲ କି ବୋଲି କହିଥିଲି। ମୁଁ ତାଙ୍କୁ ଏହା ମଧ୍ୟ କହିଥିଲି,ଯଦି ମୁଁ ନ ଥାନ୍ତି, ତେବେ ତୁମେ ଆଜି ଜେଲରେ ଥାନ୍ତ। ମୁଁ ତୁମର ଜୀବନ ବଞ୍ଚାଉଛି। ବର୍ତ୍ତମାନ ସମସ୍ତେ ତୁମକୁ ଘୃଣା କରନ୍ତି। ତୁମର ଏହି କାର୍ଯ୍ୟ ଯୋଗୁ ସମସ୍ତେ ଆଜି ଇସ୍ରାଏଲକୁ ଘୃଣା କରୁଛନ୍ତି।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି,ମୁଁ ଏବଂ ନେତାନ୍ୟାହୁଏକାଠି ଭଲ କାମ କରିଥିଲୁ। ମୁଁ ତାଙ୍କୁ ବହୁତ ପସନ୍ଦ କରେ। ଟ୍ରମ୍ପଙ୍କ ଅସନ୍ତୋଷ ସତ୍ତ୍ୱେ, ନେତାନ୍ୟାହୁ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେବାନନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ବଜାୟ ରଖିବା ପାଇଁ ତାଙ୍କର ସଂକଳ୍ପକୁ ପୁନର୍ବାର ଦୋହରାଇଥିଲେ। ସେ ଏବେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି।

 

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ବଡ଼ ଝଟକା: ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ୩ ନେତା, ରାଜନୀତିରେ ହଇଚଇ

କଟକ,୪।୬(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ମେ’ରୁ ୨୦୨୬ ମେ’ ମଧ୍ୟରେ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଏଥିରେ କଟକର ବହୁ ପୁରୁଖା ନେତା ରହିଛନ୍ତି। ପୂର୍ବରୁ…

ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ, ଦରମା ଦେଉନି କମ୍ପାନୀ, ଭୋକ ଉପାସରେ ରହି…

ରାଜକନିକା,୪ା୬(ସଞ୍ଜୟ କୁମାର ଦାଶ): ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ନୁହେଁ ଦେଶାନ୍ତର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଓଡିଆ ଶ୍ରମିକ। ବାହାର ଦେଶରେ ଶ୍ରମିକ ଭାବେ…

୪୫ ବର୍ଷ ବୟସରେ ମା’ ହେଲେ ଅଭିନେତ୍ରୀ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ୪୫ ବର୍ଷ ବୟସରେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ…

ଭୋଟର କାର୍ଡ ସଂଶୋଧନ ପାଇଁ ଯାଇଥିବାବେଳେ ବିଏଲଓଙ୍କୁ ଠେଲାପେଲା କଲେ ଗାଁ ଲୋକେ, ତହସିଲଦାର ପହଞ୍ଚି….

ପାଟଣା,୪।୬(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଥାନା ବେଗନା ଗାଁରେ ଭୋଟର କାର୍ଡ ଠିକଣା ସଂଶୋଧନକୁ ନେଇ ଗୁରୁବାର ତିବ୍ର ଉତ୍ତେଜନା ଦେଖାଦେଇଛି ।…

ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍‌ ଗଲେ ବାପ-ପୁଅ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର କେ.ଜୟରାମ ଦୋରା ଏବଂ ରବୀନ୍ଦ୍ର ନାହାକ ଦୁଇ ପଡ଼ୋଶୀ। ଘର କାନ୍ଥରେ ଲୁଗା ଶୁଖାଇବାକୁ…

ଦିଦିଙ୍କ ସବୁଠୁ ମଜଭୁତ ଗଡ଼ରେ ଫାଟ! ଏହି ୧୭ ବିଧାୟକ ସ୍ଥିର କରିବେ ମମତାଙ୍କ ରାଜନୈତିକ ଭବିଷ୍ୟତ

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତି ପ୍ରାୟତଃ ବିଦ୍ରୋହ, ଗୋଷ୍ଠୀବାଦ ଏବଂ ନେତା ପରିବର୍ତ୍ତନର ମଧ୍ୟ ସାକ୍ଷୀ ହୋଇଛି। କିନ୍ତୁ ଏଥର, ଏହା କେବଳ ଅସନ୍ତୋଷର ବିଷୟ ନୁହେଁ। ତୃଣମୂଳ…

ସିନିୟର ସିଟିଜେନଙ୍କ ପାଇଁ ଖୁସି ଖବର; ଏତିକି ବୟସରେ ମିଳିବ ୧୦୦% ପେନଶନ!

ନୂଆଦିଲ୍‌ଲୀ,୪।୬: ଫିଟମେଣ୍ଟ ଫ୍ୟାକ୍ଟର ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ, ଏଥର ୮ମ ବେତନ କମିଶନ (8th Pay Commission) ଆଲୋଚନାରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ…

ପ୍ଲାଷ୍ଟିକ୍‌ମୁକ୍ତ ହେବ ଦାରିଙ୍ଗବାଡ଼ି, ସ୍ବଚ୍ଛତା ପାଇଁ ଆଗେଇ ଆସିଲେ…

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରକୁ ଏବେ ରାଜ୍ୟ ସରକାର ବିଶ୍ୱସ୍ତରୀୟ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri