ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ, ଦରମା ଦେଉନି କମ୍ପାନୀ, ଭୋକ ଉପାସରେ ରହି…

ରାଜକନିକା,୪ା୬(ସଞ୍ଜୟ କୁମାର ଦାଶ): ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ନୁହେଁ ଦେଶାନ୍ତର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଓଡିଆ ଶ୍ରମିକ। ବାହାର ଦେଶରେ ଶ୍ରମିକ ଭାବେ କାମକରି ଭଲ ଦି ପଇସା ଆଣିଲେ ପରିବାର ଭଲରେ ପ୍ରତିପୋଷଣ ହେବା ସହ ପରିବାରର ସଭିଙ୍କ ମୁହଁରେ ହସ ଫୁଟାଇବାକୁ ସାତ ସମୁଦ୍ର ପାରିହୋଇ ଦାଦନ ଖଟିବାକୁ ଯାଉଛି । ସେଠାରେ କିଛିଦିନ ଭଲରେ ଚଳି ଘରକୁ ଭଲ ଦି ପଇସା ପଠାଇଥାଏ। ହେଲେ କିଛିଦିନ ପରେ ଆରମ୍ଭ ହୁଏ ଶୋଷଣ ଓ କଷଣ । ଏମିତି ଏକ ଦୁଃଖଭରା କାହାଣୀର ଦଶ୍ୟକୁ ବର୍ଣ୍ଣନା ପୂର୍ବକ ଘରକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି ୪ ଶ୍ରମିକ। ନିଜ ମୋବାଇଲରେ ଶୁଟ୍‌ କରିଥିବା ସେହି ଦୁଃଖଭରା କାହାଣୀର ଦଶ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି।

ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ଓ ଆଳି ବ୍ଲକ୍‌ର ୪ ଓଡ଼ିଆ ଶ୍ରମିକ। ଚାରିମାସ ହେବ ମିଳିନି ପାରିଶ୍ରମିକ। ଭୋକ ଉପାସରେ ଦିନ କାଟୁଛନ୍ତି ସେମାନେ। ସେମାନଙ୍କର ନାହିଁ ପାସପୋର୍ଟ। କାମକୁ ନ ଗଲେ ପୋଲିସରେ ଧରାଇ ଦେବା ଧମକ ତଥା ହତ୍ୟା କରିବାକୁ ଧମକ ମିଳୁଛି କମ୍ପାନୀ ମାଲିକଙ୍କ ଠାରୁ ଭିଡିଓ ମାଧ୍ୟମରେ। ଏହି ୪ ଓଡ଼ିଆ ଶ୍ରମିକଙ୍କ ସହ ଉତ୍ତରପ୍ରଦେଶର ଜଣେ ଶ୍ରମିକ ଏପରି ଅଭିଯୋଗ ଆଣିବା ସହ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବାକୁ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ।

ସୂଚନା ମୁତାବକ ରାଜକନିକା ବ୍ଲକ ସିକୋ ପଞ୍ଚାୟତ ଗୋବାଙ୍ଗ ଗାଁର କ୍ଷୀରୋଦ ଦାସ, ପୋଇଝାରିଆ ଗାଁର ମନୋଜ ମଲିକ, ନହୁଣୀ ପଞ୍ଚାୟତ ନହୁଣୀ ଗାଁର କୈଳାସ ସେଠୀ, ଆଳି ବ୍ଲକ ପଦନାପାଳ ଗାଁର ନିତ୍ୟାନନ୍ଦ ମଲିକ ଓ ଉତ୍ତରପ୍ରଦେଶର ପସି ରାଜକୁମଦା ଥାଇଲାଣ୍ଡର କବିନବୁରୀ ଜିଲ୍ଲାରେ ଥିବା ସାନଭି ଭିନିୟର ପ୍ଲାଇଉଡ୍‌ କମ୍ପାନୀରେ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ କାମ କରୁଛନ୍ତି। ଏମାନଙ୍କୁ କମ୍ପାନୀ ମାଲିକ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ନେଇଥିଲେ। ପ୍ରଥମେ ସେମାନେ ଠିକ୍‌ ଭାବେ ଦରମା ପାଉଥିଲେ। ହେଲେ ଗତ ୪ ହେବ ସେମାନଙ୍କୁ ଦରମା ନ ଦେଇ ହଇରାଣ ହରକତ କରାଯାଉଥିବା ଜାରି ଭିଡିଓରେ ଶ୍ରମିକମାନେ ବଖାଣିଛନ୍ତି। ଚଳିବାକୁ ପାଖରେ ପଇସାପତ୍ର ନ ଥିବାରୁ ରାଶନ ଅଭାବ ଯୋଗୁ ଓଳିଏ ଖାଇଲେ ଓଳିଏ ଉପସ ରହିବାକୁ ପଡୁଛି ବୋଲି ଭିଡିଓ ମାଧ୍ୟମରେ ୫ ଶ୍ରମିକ ସୂଚନା ଦେଇଛନ୍ତି।

ସେହିପରି କୈଳାସଙ୍କ ହାତଗୋଡ଼ ଫୁଲିବା ସହ ଦେହ ଅସୁସ୍ଥ ଅନୁଭବ କରୁଛନ୍ତି। ହେଲେ କମ୍ପାନୀ ମାଲିକ ଡାକ୍ତରଖାନା ନେବାର ବ୍ୟବସ୍ଥା କରୁନାହାନ୍ତି। ମନୋଜଙ୍କ ଜେଜେ ମା’ ମୃତ୍ୟୁରେ ସେ ଶୁଦ୍ଧି ହେବାକୁ କହିଥିଲେ। ମାତ୍ର ଭିଜା ସରିଯାଇଥିବାରୁ ଟଙ୍କା ଦେଲେ ଛାତ୍ର ଭିଜା କରି ପଠାଇବାର ବ୍ୟବସ୍ଥା କରାଯିବ ବୋଲି ମାଲିକ କହୁଛନ୍ତି। କାମକୁ ନ ଗଲେ ଭିଜା ନ ଥିବା ଦର୍ଶାଇ ପୋଲିସରେ ଧରାଇ ଦେବେ, ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ଭିଡିଓ ମାଧ୍ୟମରେ ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri