ପ୍ଲାଷ୍ଟିକ୍‌ମୁକ୍ତ ହେବ ଦାରିଙ୍ଗବାଡ଼ି, ସ୍ବଚ୍ଛତା ପାଇଁ ଆଗେଇ ଆସିଲେ…

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରକୁ ଏବେ ରାଜ୍ୟ ସରକାର ବିଶ୍ୱସ୍ତରୀୟ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷା ତଥା ବାଲିଗୁଡ଼ା ଉପଜିଲାପାଳ ଆଇଏଏସ୍‌ ଅଧିକାରୀ ପ୍ରଣୀତା ଦାସଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଦାରିଙ୍ଗବାଡ଼ିକୁ ସଫେଇ କାର୍ଯ୍ୟକ୍ରମ ପ୍ରତି ଗୁରୁବାର କରାଯାଉଛି। ଏହି କ୍ରମରେ ଗୁରୁବାର ସକାଳୁ ପୂର୍ବଭଳି ଏହି ସଫେଇ କାର୍ଯ୍ୟକ୍ରମ ବିଡିଓ ରଥଙ୍କ ନେତୃତ୍ୱରେ କରାଯାଇଥିବା ବେଳେ ପ୍ରଥମଥର ପାଇଁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ଯୁବ ପୁରୁଷ ଖ୍ରୀଷ୍ଟିଆନ ସଂଘ ବୋର୍ଡର ସଭାପତି ଯାକବ ପ୍ରଧାନ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୋର୍ଡର ଉପସଭାପତି ବିମ୍ବାଧର ପ୍ରଧାନ, ସମ୍ପାଦକ ରମେଶ ପ୍ରଧାନ ସକ୍ରିୟ ସଦସ୍ୟ ସଞ୍ଜୀବ ପ୍ରଧାନ, ସୁନିଲ ପ୍ରଧାନ, ସନାତନ ପ୍ରଧାନ ପ୍ରେମ ଅନୁଷ୍ଠାନର ସୁଧୀର ଦିଗାଲ, ଯୁବ ସମାଜସେବୀ ନୀରଜ ପ୍ରଧାନଙ୍କ ସମେତ ଶତାଧିକ ଯୁବତୀ, ଯୁବକ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ଦାରିଙ୍ଗବାଡ଼ିକୁ ସ୍ବଚ୍ଛତା ରଖିବା ସହ ପ୍ଲାଷ୍ଟିକ ମୁକ୍ତ ଦାରିଙ୍ଗବାଡ଼ି ଭାବେ ପରିଚୟ ସୃଷ୍ଟି କରିବା।

ଏହି ସଫେଇ ଦାରିଙ୍ଗବାଡ଼ ଲାଲବାହାଦୂର ବିଦ୍ୟାପୀଠ ସାମ୍ନାରୁ ଆରମ୍ଭ କରାଯାଇ ୩ ଛକ, ବଜାର, ୪ ଛକ ହୋଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସଫେଇ କରାଯାଇଥିଲା। ସଦସ୍ୟମାନେ ହାତରେ ଝାଡୁ ଏବଂ ଆବର୍ଜନା ସଂଗ୍ରହ ବ୍ୟାଗ ଧରି ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନଗୁଡ଼ିକୁ ସଫା କରିବା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ସ୍ବଚ୍ଛତା ପ୍ରତି ସଚେତନ କରିଥିଲେ। ସ୍ବଚ୍ଛତା ଏକ ଭଲ ଅଭ୍ୟାସ ଏବଂ ଏହା ଏକ ସେବା ଓ ଦେଶପ୍ରେମର ପ୍ରତୀକ। ଆମେ ସମସ୍ତେ ଯଦି ନିଜ ଅଞ୍ଚଳକୁ ସ୍ବଚ୍ଛ ରଖିବାକୁ ସଂକଳ୍ପ କରିବା, ତେବେ ଆମ ସମାଜ ଏକ ସୁସ୍ଥ ଓ ସୁନ୍ଦର ପରିବେଶରେ ପରିଣତ ହେବ ବୋଲି ପୂର୍ବତନ ବିଧାୟକ ଯାକବ ପ୍ରଧାନ ମତ ରଖିଛନ୍ତି। ସେ ଆହୁରି କହିଛନ୍ତି ଯୁବ ପୁରୁଷ ଖ୍ରୀଷ୍ଟିଆନ ସଂଘ ବୋର୍ଡ ସଦା ସମାଜର ସେବା ଓ ଯୁବ ସଚେତନତା ପାଇଁ କାମ କରୁଥିବାବେଳେ, ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ବିଡିଓ ରଥ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସ୍ବଚ୍ଛ ଭାରତ ମିଶନ କେବଳ ସରକାରଙ୍କ ଏକ ଯୋଜନା ନୁହେଁ, ଏହା ଜନସାଧାରଣଙ୍କ ଭାଗୀଦାରୀ ଦ୍ୱାରା ସଫଳ ହେବାକୁ ଥିବା ଏକ ଜନଆନ୍ଦୋଳନ। ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅବିକୃତ ଓ ସ୍ବଚ୍ଛ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଆମେ ସମସ୍ତେ ମିଳିମିଶି କାମ କଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବ ଏବଂ ଆମ ଅଞ୍ଚଳ ଆଦର୍ଶ ସ୍ବଚ୍ଛ ଅଞ୍ଚଳରେ ପରିଣତ ହେବ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri