ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ସମୀକ୍ଷାସୁରକ୍ଷା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମ କରିବା

ନୂଆପଡା ଅଫିସ,୩ା୮
ଜଣେ ସୁରକ୍ଷିତ ଶିଶୁ ହିଁ ଦେଶର ଉଜ୍ୱଳ ଭବିଷ୍ୟତ । ଶିଶୁଙ୍କୁ ଉପଯୁକ୍ତ ସୁରକ୍ଷା ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମକୁ ଅହରହ କାମ କରିବାକୁ ପଡିବ ବୋଲି ଜିଲାପାଳ ମଧୁସ୍ମିତା ସାହୁ କହିଛନ୍ତି । ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ଆୟୋଜିତ ଶିଶୁ ସୁରକ୍ଷା ବିଭାଗ ସମୀକ୍ଷା ବୈଠକରେ ଯୋଗଦେଇ ଜିଲାପାଳ ଏହା କହିଛନ୍ତି । ବୈଠକରେ ଜିଲାପାଳ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ରମେଶ କୁମାର ଭୋଇ, ସଦସ୍ୟ କୁମୁଦ କୁମାର ହୋତା, ଅଶ୍ୱିନୀ କୁମାର ପାତ୍ର, ଏଲପିଓ ବିକାଶ ଲରେନ୍ସ, ପୋନିକ ରବୀନ୍ଦ୍ର କୁମାର ମହାଲିକ ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ ବୈଠକ ପରିଚାଳନା କରିଥିଲେ । ଏହି ଅବସରରେ ଉଦ୍ଧାର କରାଯାଇଥିବା ଶିଶୁଙ୍କୁ ଅଧିକାର ଦେବା ସହ ସେମାନଙ୍କୁ ସମାଜର ମୁଖ୍ୟ ସୋ୍ରତରେ ସାମିଲ କରିବାକୁ ଅନ୍ୟାନ୍ୟ ବିଭାଗ ସହ ପତା୍ରଚାର କରିବାକୁ ନିର୍ଦ୍ଦେଶ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁଙ୍କୁ ଯଦି ପୋଷ୍ୟ ସନ୍ତାନ ଗ୍ରହଣୀୟ ଅଟନ୍ତି ତେବେ ସେଥିପ୍ରତି ସଯତ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ କରିଥିଲେ। ଶିଶୁଙ୍କୁ ଯତ୍ନର ସହ କାଉନସେଲିଂ କରି ମୁଖ୍ୟ ସ୍ରୋତରେ ସାମିଲ କରି ଶିକ୍ଷା ଓ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପ୍ରତି ଯତ୍ନଶୀଳ ହେବାକୁ କହିଥିଲେ । ଏହିଭଳି ଜିଲାରେ ପୋକସୋ ଆକ୍ଟ (ପ୍ରୋଟେକ୍ସନ ଅଫ ଚାଇଲ୍ଡ ଫ୍ରମ ସେକ୍ସୁଆଲ ଅଫେନସେସ ଆକ୍ଟ) ଅଧୀନରେ ପୀଡିତ ଥିବା ଶିଶୁମାନଙ୍କୁ ଠିକ ନ୍ୟାୟିକ ମାର୍ଗଦର୍ଶନ କରିବା ସହ ଅନୁକମ୍ପାରାଶି ପ୍ରଦାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚଳିତବର୍ଷ ମୋଟ ୪୬ଜଣ ଶିଶୁଙ୍କୁ ବିଭିନ୍ନ ଅନୁଷ୍ଠାନରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସେମାନଙ୍କ ପରିବାରକୁ ଫେରାଇ ଦିଆଯାଇ ପାରିଥିବାରୁ ଜିଲାପାଳ ଧନ୍ୟବାଦ ଦେଇଥିଲେ। ଗତ ଦିନରେ ବହୁ କାମ ହୋଇଛି। ହେଲେ ବର୍ତ୍ତମାନ ଗୁଣାତ୍ମକ କାମ କରିବାକୁ ଅଛି ବୋଲି ଜିଲାପାଳ ସମୀକ୍ଷା ବେଳେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କର୍ମୀ ଶ୍ରୀନିବାସ ବେହେରା, ସୁଧୀର କ୍ଷତ୍ରି ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri