Posted inଫୁରସତ

ଶିଶୁ ଶ୍ରମିକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ଭାନୁଜା

ଉତ୍ତର ପ୍ରଦେଶ ବନାରସର କିଛି ଯୁବଗୋଷ୍ଠୀ ଉଠାଇଛନ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଇଟାଭାଟିରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଶିକ୍ଷିତ କରିବାକୁ ଚଳାଇଛନ୍ତି ପ୍ରୟାସ। ଏଠାରେ ତିଆରି ହୋଇଛି ଏକ ପାଠଶାଳା। ଯେଉଁଠାରେ ପ୍ରତିଦିନ ଶ୍ରମିକଙ୍କ ପିଲାଙ୍କୁ ପ୍ରାୟ ୧୦୦ଜଣ ଯୁବକ ପାଠ ପଢ଼ାଇବାର ଗୁରୁଦାୟିତ୍ୱ ବହନ କରିଛନ୍ତି। ପ୍ରତିଦିନ ସନ୍ଧ୍ୟା ହେଲେ ତିନିଚାରି ଘଣ୍ଟା ଏଠାରେ ପାଠ ପଢ଼ାଯାଏ। ଶିକ୍ଷାର ମାନ ଏବଂ ମୂଲ୍ୟକୁ ବୁଝିବା ଏମାନଙ୍କ ପକ୍ଷେ କଷ୍ଟକର। କାରଣ ଦିନକୁ ଦି’ଓଳି ଖାଇବାକୁ ମିଳୁ ନ ଥିବା ବେଳେ ପିଲାଙ୍କୁ ଶିକ୍ଷିତ କରିବା ସ୍ବପ୍ନ ଏମାନଙ୍କ ଛାତିତଳେ ଚାପି ହୋଇ ରହିଯାଉଥିଲା। କିନ୍ତୁ ପିତାମାତାଙ୍କର ଏ ସ୍ବପ୍ନକୁ ପୂରା କରିବାକୁ ପ୍ରଥମେ ‘ମାନବ ସଂସାଧନ ଏବଂ ମହିଳା ବିକାଶ ସଂଗଠନ’ର ମୁଖ୍ୟ ପ୍ରଫେସର୍‌ ରାଜାରାମ ଶାସ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଆଜି ତାଙ୍କ ପ୍ରୟାସକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରୁଛନ୍ତି ଡ. ଭାନୁଜା ଶରଣ ଲାଲ। ସେ କିଛି ଯୁବକଙ୍କ ସହାୟତାରେ ପିଲାଙ୍କୁ ପ୍ରଥମେ ସାମାନ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। ପରେ ସରକାରୀ ସ୍କୁଲ୍‌ରେ ସ୍ବତନ୍ତ୍ର ଅନୁମତି ମାଧ୍ୟମରେ ନାମ ଲେଖାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ଦୁଇ ହଜାର ପିଲାଙ୍କୁ ଶିକ୍ଷିତ କରିବାରେ ସଫଳ ହୋଇଛି ସଂଗଠନ। ପିଲାଙ୍କୁ ପୁସ୍ତକ, ଖାତା ସାଙ୍ଗକୁ ସମସ୍ତ ପଢ଼ା ସାମଗ୍ରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଏ। ର୍ବମାନ ବନାରସର ପ୍ରାୟ ୨୪ଟି ସ୍ଥାନରେ ଏହି ପାଠଶାଳା ଚାଲୁଛି। ଦେଶର ପ୍ରତିଟି ପିଲାଙ୍କୁ ଶିକ୍ଷାର ଅଧିକାର ପ୍ରାପ୍ତ ହେବା କଥା। କିନ୍ତୁ ଆର୍ଥିକ ଅନଟନ ଏବଂ ଦାରିଦ୍ର୍ୟ ହେତୁ ସେମାନେ ଏହି ଅଧିକାରରୁ ବଞ୍ଚିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri