ଶିଶୁପାଳଗଡ଼ କୀର୍ତ୍ତିରାଜି ବିପନ୍ନ: ଆଇନଜୀବୀଙ୍କ ପକ୍ଷରୁ ବିଡିଓ, ବିଏମ୍‌ସି କମିଶନରଙ୍କୁ ନୋଟିସ

ପୁରୁଣା ଭୁବନେଶ୍ୱର, ୩୧ା୮(ଡି.ଏନ.ଏ.): ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଭିନ୍ନ କୀର୍ତ୍ତିରାଜି ବିପନ୍ନ ହେବାକୁ ବସିଛି। ତନ୍ନମଧ୍ୟରୁ ଶିଶୁପାଳଗଡ ଅନ୍ୟତମ। ଏକଦା ୫୬୭ ଏକର ପରିମିତ ଅଞ୍ଚଳରେ ଗଡ ପରିସୀମା ଥିଲା ବୋଲି ଏଏସ୍‌ଆଇ ପକ୍ଷରୁ ଦାବି କରାଯାଉଛି। କାଳକ୍ରମେ ଏବେ ମାତ୍ର ଏ ୦.୭୭୭ ଡିସିମିଲ ଗଡ ପରିସୀମା ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସଂରକ୍ଷଣରେ ରହିଛି। ତେଣୁ ଐତିହ୍ୟ ୧୬ ଖୁମ୍ବରୁ ମାତ୍ର ଆଉ କେତୋଟି ଖୁମ୍ବ ଇତିହାସର ମୁକସାକ୍ଷୀ ବହନ କରୁଛି। ଜବରଦଖଲକାରୀମାନେ ଗଡ଼ର ଅନ୍ୟାନ୍ୟ ଜାଗା ଦଖଲ କରି ସାରିଲେଣି। ଏମିତି କି ଶିଶୁପାଳଗଡ ପଞ୍ଚାୟତର ଜଳାଶୟଗୁଡିକ ଉପରେ ମଧ୍ୟ ଖୁଲମଖୁଲା ଘର ନିର୍ମାଣ କରି ବ୍ୟବସାୟୀ ବ୍ୟବସାୟ କଲେଣି। ତେଣୁ ଏଭଳି କୀର୍ତ୍ତିରାଜିକୁ ସୁରକ୍ଷା ଦେବାକୁ ବିଭିନ୍ନ ସଙ୍ଗଠନ ଏବଂ ସାମାଜିକ କର୍ମୀ ମୁଣ୍ଡ ଟେକୁଥିଲେ ହେଁ ବିଭାଗୀୟ ଅଧିକାରୀ ହାତ ଟେକି ଦେଉଛନ୍ତି। ଫଳରେ ଏହି ଐତିହ୍ୟ ଏକ ପ୍ରକାର ସତ୍ତା ହରାଇବାକୁ ବସିଲାଣି। ଜବରଦଖଲକାରୀମାନେ ଦ୍ରୁତଗତିରେ ଯେଭଳି ଗଡ଼ର ପରିସୀମାକୁ ଜବରଦଖଲ କରି ଘରଦ୍ୱାର ନିର୍ମାଣ କରି ଚାଲିଛନ୍ତି ଦିନ ଆସିବ ଶିଶୁପାଳଗଡ଼ ଭଳି ଐତିହ୍ୟର ମୂକସାକ୍ଷୀଟି ମାନଚିତ୍ରରୁ ଉଭେଇ ନ ଯିବ କିଏ କହିପାରିବ। ପୁରାତନ କୀର୍ତ୍ତିରାଜିଗୁଡିକ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡିଏ ନୀତିନିୟମ ଜାରି କରିଛନ୍ତି। ମାତ୍ର ଉଭୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହେଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ, ରାଜସ୍ବ, ନଗର ଉନ୍ନୟନ ଭଳି ବିଭାଗର ଅଧିକାରୀଙ୍କ ପୁରାତନ କୀର୍ତ୍ତିରାଜି ପ୍ରତି ଯତ୍ନବାନ ନ ହେବା ଯୋଗୁ ଏଗୁଡିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ପରସ୍ପରକୁ ଦୋଷ ଲଦି ଏଡାଇ ଦେଉଥିବା ଅଧିକାରୀମାନଙ୍କୁ ସମ୍ମୁଖକୁ ଆଣିବା ସହ କୀର୍ତ୍ତିରାଜିକୁ ବଞ୍ଚେଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। କୀର୍ତ୍ତିରାଜିଠାରୁ ୧୦୦ ମିଟର ଭିତରେ ଖନନ କାର୍ଯ୍ୟ କିମ୍ବା ନିର୍ମାଣ ପାଇଁ ଏଏସ୍‌ଆଇ ପକ୍ଷରୁ ଦଣ୍ଡବିଧାନ ରହିଛି। ହେଲେ ଏହାକୁ ଭ୍ରୁକ୍ଷେପ ନ କରି ଅନେକ ଜବରଦଖଲକାରୀ କୋଟି କୋଟି ଟଙ୍କା ସମ୍ପତ୍ତିକୁ ନିଜର ଜବରଦଖଲକୁ ନେଇ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଏକ ଜନସ୍ବାର୍ଥ ମାମଲା ନିମନ୍ତେ ଆଇନଜୀବୀ ଅରୁଣ କୁମାର ମହାପାତ୍ର ବେଆଇନ ନିର୍ମାଣ ବନ୍ଦ କରିବା ନିମନ୍ତେ ବିଡିଓ ଭୁବନେଶ୍ୱର ଓ ବିଏମ୍‌ସି କମିଶନରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଭୁବନେଶ୍ୱର ବିଡିଓ ଶାନ୍ତନୁ ମହାନ୍ତିଙ୍କୁ ପଚାରିବାରେ ଆମେ ଜାଣିଛୁ ଯେ, ଏଏସ୍‌ଆଇର ଗାଇଡ ଲାଇନ ଅନୁସାରେ କାର୍ଯ୍ୟ ହେବା କଥା। କିନ୍ତୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ବିଡିଓ ହିସାବରେ ଆମକୁ ଏଏସଆଇ କିମ୍ବା ଅନ୍ୟ କୌଣସି ବିଭାଗ ପକ୍ଷରୁ କାମ ବନ୍ଦ ପାଇଁ ନିର୍ଦ୍ଦେଶନାମା ଆସି ନାହିଁ। ଜନସ୍ବାର୍ଥ ମାମଲା ନିମନ୍ତେ ନୋଟିସ ପାଇବା ପରେ ବିଭାଗୀୟ ତର୍ଜମା ଚାଲିଛି। ଏଏସ୍‌ଆଇ ଗାଇଡ ଲାଇନ ମାନିଲେ ଏମ୍‌ପି , ବିଧାୟକ କିମ୍ବା ବିଭିନ୍ନ ପାଣ୍ଠିରୁ ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?