ଶିକ୍ଷାନୀତି ବାତିଲ ଦାବି କଲା ଡିଏସ୍‌ଓ

ଜୟପୁର,୨୫ା୮(ନି.ପ୍ର./ଡି.ଏନ୍‌.ଏ.): ଜୟପୁର ସରୋଜିନୀ ଭବନରେ ଏଆଇଡିଏସ୍‌ଓ ପକ୍ଷରୁ ଜିଲାସ୍ତରୀୟ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି ା ଜାତୀୟ ଶିକ୍ଷାନୀତି ୨୦୧୯ ବାତିଲ ଦାବିରେ ଏହି ସମାବେଶ ହୋଇଥିଲା। ଡିଏସ୍‌ଓ ଜିଲା ସଂପାଦକ ଭାଗ୍ୟରବି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଭିଡି କଲେଜର ଅର୍ଥନୀତି ବିଭାଗ ଏଚ୍‌ଓଡି ପଙ୍କଜ ନାୟକ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଶିକ୍ଷାନୀତି ପ୍ରସ୍ତୁତ ବେଳେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାବିତ୍‌ଙ୍କ ମତାମତକୁ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ। ସେହିପରି ମୁଖ୍ୟବକ୍ତା ଏଆଇଡିଏସ୍‌ଓ ରାଜ୍ୟ ସମ୍ପାଦକ ସୁବାସ ନାୟକ ରାଜ୍ୟରେ ୯୬୬ଟି ବିଦ୍ୟାଳୟକୁ ସରକାର ବନ୍ଦ କରିବା ନିଷ୍ପତ୍ତି ପ୍ରତ୍ୟାହାର କରିବା, ସ୍ଥାୟୀ ଭିତ୍ତିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଏବଂ କେନ୍ଦ୍ର ସରକାରଙ୍କ ୨୦୧୯ରେ ପ୍ରସ୍ତାବିତ ଶିକ୍ଷାନୀତି ଖସଡ଼ାକୁ ବାତିଲ କରିବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିଡି କଲେଜର ଛାତ୍ରନେତ୍ରୀ ବାସନ୍ତୀ ଖରା, ସମାବେଶ ସଭାପତି ସୁରଜିତ ସ୍ବାଇଁ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମିହିର କର୍କରା, ଅବସରପ୍ରାପ୍ତ ଶିକ୍ଷକ ପ୍ରଦ୍ୟୁମ୍ନ ସାନ୍ତ୍ରା, ଭିଡି କଲେଜ ଶିକ୍ଷା ବିଭାଗ ଏଚ୍‌ଓଡି ସତ୍ୟଜିତ ବରାଳ, କେଶବ ନାୟକ, ଅଧ୍ୟାପକ ସୁଶାନ୍ତ ମହାରଣା ଯୋଗ ଦେଇଥିଲେ। ଏଥିରେ ଜୟପୁର ବିକ୍ରମଦେବ ମହାବିଦ୍ୟାଳୟ, ଜୟପୁର ମହିଳା ମହାବିଦ୍ୟାଳୟ, ବୈପାରିଗୁଡ଼ା ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?