ଶିକାର ପାଇଁ ନିରାପଦ ସ୍ଥାନ ପଥରଗଣ୍ଡ ପ୍ରକଳ୍ପ: ୧ ମାସରେ ୯ ବନ୍ୟଜନ୍ତୁ ଶିକାର

ରଣପୁର,୩।୮(ସ୍ବ.ପ୍ର.): ବନ୍ୟଜନ୍ତୁ ଶିକାର ପାଇଁ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜର ପଥରଗଣ୍ଡ ପ୍ରକଳ୍ପ ନିରାପଦ ସ୍ଥାନ ପାଲଟିଛି । ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ପ୍ରକଳ୍ପ ନିକଟକୁ ବନ୍ୟଜୀବଜନ୍ତୁ ପାଣି ପିଇବାକୁ ଆସି ଶିକାର ହେଉଛନ୍ତି। ଭୋର ସମୟରେ ଆସୁଥିବା ବନ୍ୟପ୍ରାଣୀଙ୍କୁ କୁକୁର ଲଗାଇ ହତ୍ୟା କରାଯାଉଛି । ଗତ ୧ମାସ ମଧ୍ୟରେ ଏଠାରେ ୫ ବାର୍‌ହା ଓ ୪ କୁଟୁରା ଏପରି ୯ଟି ବନ୍ୟଜନ୍ତୁଙ୍କୁ ଶିକାର କରାଗଲାଣି ବୋଲି ଗ୍ରାମର କେତେକ ଲୋକ ନାମ ଗୋପନ ରଖି କହିଛନ୍ତି।
ଗତ ୩୧ ତାରିଖ ବୁଧବାର ଭୋର ସମୟରେ ଏକ କୁଟୁରା ପାଣି ପିଇବାକୁ ଏହି ପ୍ରକଳ୍ପକୁ ଆସିଥିବାବେଳେ କୁକୁର ପଲ ଆକ୍ରମଣ କରିଥିଲେ । କୁକୁରଙ୍କ ଆକ୍ରମଣରେ ଘାଇଲା ହୋଇ କୁଟୁରାଟି ଡମସାହିର ଏକ ଦୋକାନ ଘରେ ପଶି ଯାଇଥିଲା । କିଛି ଯୁବକ କୁଟୁରାକୁ କୁକୁର ମୁହଁରୁ ରକ୍ଷା କରି ନିଜେ ଭୋଜି କରି ଖାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଡମସାହିର ଶାଳ ଜଙ୍ଗଲରେ କୁଟୁରା, ବାର୍‌ହା ଆଦି ବନ୍ୟ ଜୀବଜନ୍ତୁ ରହୁଛନ୍ତି। କିଛି ଶିକାରୀ ନିୟମିତ ଶାଳ ଜଙ୍ଗଲରେ ଶିକାର କରି ଆସୁଛନ୍ତି । ତେବେ ପଥରଗଣ୍ଡ ପ୍ରକଳ୍ପକୁ ଜୀବଜନ୍ତୁ ପାଣି ପିଇବାକୁ ଆସୁଥିବା ଦେଖି ଶିକାରୀ ଓ ସ୍ଥାନୀୟ କେତେକ ଲୋକ ବିଭିନ୍ନ ଉପାୟରେ ଶିକାର କରୁଛନ୍ତି। କେହି କେହି ଗୁଳି କରି ହତ୍ୟା କରୁଥିବାବେଳେ ଆଉ କେହି କୁକୁର ଲଗାଇ ହତ୍ୟା କରୁଛନ୍ତି। ସେହିପରି ୯ଟି ଶିକାର ମଧ୍ୟରୁ ୭ ବନ୍ୟପ୍ରାଣୀଙ୍କୁ କୁକୁର ଲଗାଇ ହତ୍ୟା କରାଯାଇଥିବା ଜଣେ ଶିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ପଥରଗଣ୍ଡ ପ୍ରକଳ୍ପ ନିରାପଦ ସ୍ଥାନ ପାଖରେ ଗୁଳି କରି ଶିକାର କରିବା ନିରାପଦ ନୁହେଁ । ଏଠାରେ କୁକୁର ଲଗାଇ ହତ୍ୟା କଲେ କେହି ଜାଣି ପାରୁ ନାହାନ୍ତି । ଏଥିରେ ଶିକାରୀଙ୍କ ଅପେକ୍ଷା କିଛି ସ୍ଥାନୀୟ ଲୋକ ସାମିଲ ଥିବାରୁ କଥା ବାହାରକୁ ଆସିପାରୁନି। ନୟାଗଡ ଡିଏଫ୍‌ଓ ଧନରାଜ ଏଚଡି କୁହନ୍ତି ଗତ ୩୧ ତାରିଖରେ ଘଟିଥିବା କୁଟୁରା ହତ୍ୟାର ତଦନ୍ତ ଚାଲୁ ରହିଛି । ଗଁ। ଲୋକ ମହଁ ଖୋଲୁ ନ ଥିବାରୁ ତଦନ୍ତରେ ବାଧା ଉପୁଜିଛି । ତଥାପି ବନ ବିଭାଗ ତଦନ୍ତକୁ ତ୍ୱରାନ୍ବିତ କରି ସଫଳତା ପାଇବାକୁ ଆଶା ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri