ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ସିନିକଟ୍‌

ବିଜେପୁର, ୬।୮ (ଡି.ଏନ୍‌.ଏ):
ବରଗଡ଼ ଜିଲା ବିଜେପୁର ବ୍ଲକ ଟି.ଗଣ୍ଡପାଲି ପଁଚେତ୍‌ ସଦର ଗଁାର ସନିକଟ୍‌ ସାହୁ(୪୮)। ଦିନ୍‌ଥିଲା ସେ ବାହାଜଁାଗଲ୍‌ ମାଜି ମା’ବାପ୍‌, ସିଆନି ସଂଗେ ତିନ୍‌ ତିନଟା ଛୁଆପିଲାକୁ ପୁଷୁଥିଲେ। ଜମିବାଡ଼ି ବଲି କିଛି ନାଇଁ, ପରିବାରଟା ସୁଖବାସୀ ଆନ୍‌। ହେଲେ ସୁଖେ ଦୁଖେ ପରିବାରଟା ଚଲି ଯାଉଥିଲେ। ଆଏଜ୍‌କେ ୧୫ ବଛର୍‌ ତଲେ ସନିକଟ୍‌ର ଦିହିପା ବନେ ବିଗଡି ଗଲା। ଏନ୍‌ତାଥି କମିହା ପୁଓକେ ଭଲ କରବାକେ ବାପ୍‌ ମୂରଲି ସାହୁ ମାଗିଯାଚି ତାହାକୁ ବୁର୍ଲା ଡାକ୍‌ତରଖାନା ନେଲେ। ଡାକ୍‌ତର କହେବାର ହିସାବେ ସନିକଟ୍‌ ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ଉଷୋକଷା କରି ଭଲ କରବାକେ ହେଲେ ଉଚ ଧରନ୍‌ର ଚିକିଛା ଦରକାର। ହେଲେ ଟଁକା ପଏସା ଅଭାବୁ ମୂରଲି ମୁଡ଼କାନ ସୁଅଁାଲି ପୁଓକେ ଧରି ଘରକେ ଫିରିଆଏଲେ। ଗଁାରେ ଚେରମୂଲି, ବଇଦ୍‌ ଗୁନିଅଁା, ଫୁକାଝରା କଲେ। ହେଲେ ସନିକଟ୍‌ର ରୋଗ୍‌ କମ୍‌ବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଗଲା। ବେଭାର ଆଚାର ବଦଲି ଗଲା, ଘରୁ ଯହିଁତହିଁ ପଲେଇ ବସଲେ। ପରିବାର ଲୋକ୍‌ ଇ ସବୁରୁ ମୁକ୍‌ତି ପାଏବାର ଲାଗି ସନିକଟ୍‌ର ଗୁଟେ ଲୁହା ଶିଁକ୍‌ଲା ବଁାଧିଦେଲେ। ଆଏଜ୍‌କେ ୪ ବଛର ହେଲା ଶନିକଟ୍‌ ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌। ଗଁାର ଦୁର୍ଗା ମଡ଼ପ ପାସେ ତାକର ଘର। ପରଛିରେ ଗୁଟେ ଗଁଧୁଆ ଖଟେ ଖୁଁଟ ଲେଖେଁ ବସି ସନିକଟ୍‌ ଦିନ ବିତଉଛନ୍‌। ଇଆଡ଼େ ମା’ବାପ୍‌ ଅପାରୁ ହେଲେନ। ଏହେଦେ ରାଶନ କାର୍ଡରେ ମିଲୁଥିବାର ସରକାରୀ ଚାଉଲ ଦୁରା ଆର ବୁଢ଼ାବୁଢ଼ି ପାଉଥିବାର ଭତା ପରିବାରର ସାହାଭରସା ପାଲଟିଛେ। ବଡ଼ାକଷ୍‌ଟେ ପୁଓ ଆର ନାତି ନାତେନକଁର ଲାଗି ମୂରଲି ଥିରପାଏନ୍‌ ଯୁଗାଡ଼ କରୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ଅସାହା ମୂରଲି ପୁଓର ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନ, ସହୁରୁଦ୍‌ ଲୁକ୍‌କୁ ବିନ୍‌ତି କରିଛନ୍‌। ଯେ ମୋର ପୁଓକେ ନୁକୋ କରବାରେ ସାହାଯ୍‌ କରବା ମୁଇଁ ତାରଠାନେ ଯୁଗ ଯୁଗ ତକ୍‌ ଲଗ୍‌ତିଆ ହେଇ ରହିମି ବଲି ସେ କଁଦ୍‌କଁଦ୍‌ନିଅଁା ହେଇ କହିଛନ୍‌। ଇ ବାବ୍‌ଦେ ସରପଁଚ୍‌ ପ୍ରଭାତୀ ମେହେରକୁଁ ପଚରାଲାରୁ ସରକାରୀ ନିୟମ କାଣା ଅଛେ ମୁଇଁ ନାଇଁ ଜାନି। ବ୍ଲକ ପରଶାସନକେ ବୁଝି ଯେନ୍‌ଟା ହେବା ନିହାତି ଭାବେ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?