ଶାରିଶୂଆରେ ବେଆଇନ ଖଣି ଖନନ

ଖଇରା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଓ ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ଅଧୀନରେ ଥିବା ଶାରିଶୂଆ ପାହାଡ଼ରେ ବେଆଇନ ଖଣି କାରବାର ଚରମ ସୀମାରେ ପହଞ୍ଚିଛି। ଖଇରା ତହସିଲ ଅଧୀନରେ ୯୭ଖଣି ମଧ୍ୟରୁ ୩୫ ଖଣି ଲିଜ୍‌ ନେଇଥିବା ବ୍ୟକ୍ତି ନିଲାମ ଅର୍ଥ ପୈଠ କରିଥିବାବେଳେ ସମସ୍ତ ଖଣିରୁ ଚୋରାରେ ମୋରମ ଉତ୍ତୋଳନ କରାଯାଉଛି। ଏଭଳିକି ଭିଜିଲାନ୍ସ ଓ ହାଇକୋର୍ଟ କେସ୍‌ ଚାଲିଥିବା କିଛି ଖଣିରୁ ମଧ୍ୟ ମାଫିଆମାନେ ଟନ ଟନ ପଥର ଉତ୍ତୋଳନ କରି ପରିବହନ କରୁଛନ୍ତି। ୱାଗନ ମେଶିନରେ ବ୍ଲାଷ୍ଟିଂ ଯୋଗୁ ଘର କାନ୍ଥରେ ଫାଟ ସୃଷ୍ଟି ହେଉଛି। ଫଳରେ ପାହାଡ଼ତଳି ବାସିନ୍ଦା ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି।
ଖଣି ସଂଲଗ୍ନ ରାସ୍ତାଗୁଡ଼ିକ ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ପାଦରେ ଚାଲିଚାଲି ଯିବା ଅସମ୍ଭବ ହୋଇପଡୁଛି। ଓଭରଲୋଡିଂ କରି ପରିବହନ କରାଯାଉଥିବାରୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଖଣିନିଲାମଧାରୀମାନେ ଖଣିର ଗଭୀରତା ୧୧ଫୁଟ ରଖିବାର ନିୟମ ଥିଲେ ହେଁ ଗୋଟିଏ ଗୋଟିଏ ଖଣି ୮୦ଫୁଟ ପର୍ଯ୍ୟନ୍ତ ଖୋଳାଯାଉଛି। ପ୍ରତ୍ୟେକ ବର୍ଷ ଧନଜୀବନ ହାନି ଘଟୁଥିଲେ ମଧ୍ୟ ଅଧିକାରୀମାନେ ଚୁପ୍‌ ରହିଯାଉଛନ୍ତି। ହାତୀ ଚଲାପଥ ମଧ୍ୟରେ ଆସୁଥିବା ଅଧିକାଂଶ ଖଣିକୁ କେତେକ ସଂସ୍ଥା ଦ୍ୱାରା ଭୁଲ ଦର୍ଶାଇ ୫ ବର୍ଷିଆ ଲିଜ୍‌ ଦେଇ ପରିବେଶ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ପାହାଡ଼ ସଂଲଗ୍ନ ଚାଷ ଜମିଗୁଡ଼ିକରେ ପଥରଖଣ୍ଡ ଧସି ପଡୁଥିବାରୁ ଚାଷଜମି ଅବ୍ୟବହୃତ ହୋଇପଡ଼ିଲାଣି। ଖଣିମାଲିକମାନେ ବହୁଳ ଭାବେ ମେଶିନ ବ୍ୟବହାର କରିବା ଯୋଗୁ ଶ୍ରମିକମାନେ ଜୀବିକା ହରାଉଛନ୍ତି। ଶହଶହ ସଂଖ୍ୟାର ଗ୍ରାମବାସୀ ବାଧ୍ୟହୋଇ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛନ୍ତି। ଶ୍ରମ ଆଇନ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଖଣିରେ ପଡି ମୃତ୍ୟୁବରଣ କରୁଥିବା କିମ୍ବା ଆହତ ହେଉଥିବା ଶ୍ରମିକମାନେ ସାମାନ୍ୟତମ କ୍ଷତିପୂରଣ ପାଉନାହାନ୍ତି। କେହି ଗ୍ରାମବାସୀ ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି। ପାହାଡ଼ ପାଦଦେଶରେ ରହୁଥିବା ୨୦ଖଣ୍ଡ ଗ୍ରାମର ଲୋକେ ନିର୍ଯାତନାର ଶିକାର ହେଉଛନ୍ତି। ପରିବହନ ସମୟରେ ଗୋଟିଏ ଚାଲାଣକୁ ଏକାଧିକ ଥର ବ୍ୟବହାର କରାଯାଉଛି। ନିଜ ସୁରକ୍ଷା ଦାବି କରି ଗ୍ରାମବାସୀ ସୋମବାର ଖଇରା ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ। ସେଠାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଜିଲାପାଳ ଚକ୍ରବର୍ତ୍ତୀ ରାସ୍ତାରେ ସିସି କ୍ୟାମେରା ଲଗାଇବାକୁ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଗ୍ରାମବାସୀ ଜଣାଇଛନ୍ତି। ଏ ସମ୍ପର୍କରେ ନିଲୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଏକ ଟିମ୍‌ ଗଠନ କରାଯାଇ ସମସ୍ତ ଖଣି ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?