ଶରୀରର କୌଣସି ଅଂଶ ପୋଡିଗଲେ….

ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ତା’ର ଜ୍ୱଳନ ଯନ୍ତ୍ରଣା ବରଦାସ୍ତ କରିବା ବହୁତ ମୁସ୍କିଲ୍‌। ଜଳିଯାଇଥିବା ତ୍ୱଚା ଉପରେ ତୁରନ୍ତ ଥଣ୍ଡା ପାଣି ଢାଳିଲେ ଆରାମ ମିଳିଥାଏ। ଏହାଦ୍ୱାରା ଯନ୍ତ୍ରଣା ଲାଘବ ହୋଇଥାଏ। କିନ୍ତୁ ଧ୍ୟାନ ରଖିବେ, ପୋଡ଼ି ହୋଇଥିବା ସ୍ଥାନରେ ବରଫ ମାରିବେନି। ଏହାଦ୍ୱାରା ରକ୍ତପ୍ରବାହ ବନ୍ଦ ହୋଇପାରେ।

ଆଳୁ: ଆଳୁ ମଧ୍ୟ ଜ୍ୱଳନ ଯନ୍ତ୍ରଣାକୁ କମ୍‌ କରିବାରେ ବେଶ୍‌ ସହାୟକ ହୋଇଥାଏ। ଏହାଦ୍ୱାରା ଛାଲ ଉତୁରେ ନାହିଁ କି ଫୋଟକା ହୁଏ ନାହିଁ। ଏଣୁ ଶରୀରର କୌଣସି ଅଂଶରେ ନିଆଁ ଲାଗିଗଲେ, ସେଠାରେ ତୁରନ୍ତ ଆଳୁକୁ ବାଟି ଲଗାଇଦିଅନ୍ତୁ। ଆରାମ ମିଳିବ।

କ୍ଷୀର: ନିଆଁ ଲାଗିବା ଦ୍ୱାରା ତ୍ୱଚା ଉପରେ ତୁରନ୍ତ ଥଣ୍ଡା କ୍ଷୀର ଢାଳିଦିଅନ୍ତୁ। ଏହାଦ୍ୱାରା ତ୍ୱଚା ସଂକ୍ରମଣର ଭୟ ମଧ୍ୟ ଦୂରେଇଯାଏ। ଧ୍ୟାନ ରଖିବେ କ୍ଷୀର ବିନା ମଲାଇ ବାଲା ଥିବ।

ନଡ଼ିଆତେଲ: ଜଳିଯାଇଥିବା ତ୍ୱଚାରେ ନଡ଼ିଆ ତେଲ ଲଗାଇବା ସବୁଠୁ ଉତ୍ତମ। ଏହା ଆଣ୍ଟିଇକ୍ସିଡାଣ୍ଟ, ଆଣ୍ଟିିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିି ଫଙ୍ଗଲ୍‌ ଗୁଣରେ ଭରପୂର୍‌। ପୋଡ଼ା ସ୍ଥାନରେ ସୃଷ୍ଟି ହେଉଥିବା ଦାଗ ମଧ୍ୟ ଏହାଦ୍ୱାରା ଦୂର ହୋଇଯିବ।

ଲେମ୍ବୁ: ପୋଡ଼ା ସ୍ଥାନରେ ଲେମ୍ବୁ ରସକୁ ୨-୩ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ। ଏହା ଜଳିବା କାରଣରୁ ସୃଷ୍ଟି ହେଉଥିବା ଦାଗକୁ ଭଲ କରିଥାଏ।

ଘିକୁଆଁରୀ: ଘିକୁଆଁରୀ ଜେଲ୍‌ ଔଷଧ ଭଳି କାମ କରିଥାଏ। ବିଶେଷଜ୍ଞଙ୍କ ମତରେ, ବାଣ ଯୋଗୁ ଶରୀରର କୌଣସି ସ୍ଥାନ ପୋଡ଼ି ହୋଇଗଲେ ଘିକୁଆଁରୀ ବେଶ୍‌ ଫାଇଦା ଦେଇଥାଏ। ଏହା ପୋଡ଼ା ଯନ୍ତ୍ରଣା ଲାଘବ କରିବା ସହ ଦାଗ ବି ଦୂର କରିଦିଏ।

କଳଦୀ ପତ୍ର: ଆଣ୍ଟି ଇନ୍‌ଫ୍ଲାମେଟୋରୀ, ଆଣ୍ଟି ମାଇକ୍ରୋବିଆଲ୍‌ ଭଳି ଗୁଣରେ ଭରପୂର୍‌ କଦଳୀ ପତ୍ର ଜଳିବା ସ୍ଥାନରେ ଲଗାଇଲେ ବେଶ୍‌ ଆରାମ ମିଳିଥାଏ। କଦଳୀ ପତ୍ରକୁ ବାଟି ଏହାର ରସକୁ ପୋଡ଼ି ଯାଇଥିବା ସ୍ଥାନରେ ଲଗାଇଲେ ଯନ୍ତ୍ରଣାରୁ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri