ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବକ

ପୁରୀ ଅଫିସ,୩୦।୪: କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜୁନ୍‌ ୨୩ରେ ପଡୁଥିବା ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନ ଥିବାବେଳେ ଦଇତାପତି ସେବକମାନେ ବୁଧବାର ଜଗଦ୍‌୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। କଟକଣା ଭିତରେ ଯେପରି ମହାପ୍ରଭୁଙ୍କ ରଥଯାତ୍ରା କରାଯାଇପାରିବ ସେ ବିଷୟରେ ଜଣାଇଛନ୍ତି। ପୂର୍ବରୁ ଅନେକ ପ୍ରତିକୂଳ ପରିସ୍ଥିତି ଆସିଥିଲେ ବି ରଥଯାତ୍ରା ହୋଇଛି। ଚଳିତବର୍ଷ ରଥଯାତ୍ରା ପାଇଁ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସି ରଥ ନିର୍ମାଣ ଅନୁକୂଳ ସରିଛି। ସେହିପରି ମହାପ୍ରଭୁ ବାହାରକୁ ଆସିଲେ ନିଶ୍ଚିତ ଏହି କରୋନା ଭୂତାଣୁ ଦୂର ହୋଇଯିବ ବୋଲି ସେବକମାନେ ଗୁରୁଜୀଙ୍କୁ କହିଥିଲେ। ରଥଯାତ୍ରା କିପରି ହେବ ତା’ର ବ୍ୟବସ୍ଥା କରିବା ଲାଗି ଜଣାଇଥିଲେ। ଶଙ୍କରାଚାର୍ଯ୍ୟ ସବୁ ବିଷୟ ଶୁଣିବା ପରେ ସେବାୟତଙ୍କ ସହ ସେ ଅଛନ୍ତି, କିନ୍ତୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିବା ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ତିନିରଥ ନିର୍ମାଣ କରିବାକୁ ଅନୁମତି ଦେବା ଲାଗି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ସେନା ଅନୁରୋଧ କରିଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରଥଯାତ୍ରା ପାଇଁ ବିଧି ମୁତାବକ ଆଜ୍ଞାମାଳ ଆସି ରଥ ନିର୍ମାଣ ଅନୁକୂଳ ହୋଇଛି। ତେଣୁ ତିନିରଥ ତିଆରି ପାଇଁ ଗୁରୁଜୀ ଅନୁମତି ଦେବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଛାତି ଧଡ଼ପଡ଼: କାହାର ଯିବ ପଦ କିଏ ଯୋଡ଼ା ହେବେ ନୂଆ

ଭୁବନେଶ୍ୱର,୨୭।୫ ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା…

ପୁଣି ଦେବାଶିଷ ଯିବେ ରାଜ୍ୟ ସଭା ନା ଆଉ କିଏ? ବଡ଼ ଇସାରା ଦେଲେ ସୁରେଶ ପୂଜାରୀ, କହିଲେ ଯିଏ ଇସ୍ତଫା ଦେଇ…

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ବେଙ୍ଗଲରେ ୫ ଟଙ୍କାରେ ମିଳିବ ମାଛ-ଭାତ; ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ମିଳେ ସବୁଠୁ ଶସ୍ତା ସରକାରୀ ଥାଳି?

କୋଲକାତା,୨୭।୫: ପଶ୍ଚିମବଙ୍ଗ ସରକାର ସାଧାରଣ ଏବଂ ଗରିବ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସରକାରୀ ସହାୟତା ପ୍ରାପ୍ତ ସ୍ୱତନ୍ତ୍ର କ୍ୟାଣ୍ଟିନଗୁ ବର୍ତ୍ତମାନ ମାତ୍ର…

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ…

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭ା୫(ରବିନାରାୟଣ ଜେନା) ରାଜ୍ୟରେ କେଉଁ ବିଧାୟକଙ୍କ ପ୍ରଦର୍ଶନ ସର୍ବୋତ୍ତମ ତାହାକୁ ଓଡ଼ିଶା ବିଧାନସଭା ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣିବ। ଦୀର୍ଘ ୧୦ ବର୍ଷ ଧରି ବନ୍ଦ ରହିଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri