ଶକ୍ତିଶାଳୀ ହେଉଛି ‘ଫନୀ’ : ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟ ବାତ୍ୟା ‘ଫନୀ’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ୩୦ତାରିଖ ସୁଦ୍ଧା ‘ଫନୀ’ ଅତି ପ୍ରବଳ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ଆସନ୍ତା ୨ରୁ ୩ତାରିଖ ଯାଏ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ ଓ ୩ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲାରେ ବର୍ଷା ହୋଇପାରେ। ସେହିଭଳି ୩ତାରିଖରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ସମୁଦ୍ରରେ ଆନ୍ଧ୍ର ଉପକୂଳ ଯାଏ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ଜାରି କରାଯାଇଛି। ‘ଫନୀ’କୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି। ସ୍ଥିତି ଉପରେ ନଜର ରଖିବା ସହିତ ସତର୍କ ରହିବାକୁ ସେ କହିଛନ୍ତି। ଏଥିସହିତ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସହ ଯୋଗାଯୋଗ ବ୍ୟବସ୍ଥାକୁ ଯାଞ୍ଚ କରି ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ରବିବାର ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ‘ଫନୀ’ ଚେନ୍ନାଇଠାରୁ ୧୦୮୦ କିଲୋମିଟର ଏବଂ ମଚ୍ଛିଲିପଟ୍ଟନମ୍‌ ଉପକୂଳରୁ ୧୨୬୫ କିଲୋମିଟର ଦୂରରେ ରହିଥିଲା। ଘଣ୍ଟାକୁ ଏହା ୩ କିଲୋମିଟର ବେଗରେ ଗତି କରୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। ତା’ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼(ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ)ରେ ପରିଣତ ହେବ। ୩୦ତାରିଖ ପର୍ଯ୍ୟନ୍ତ ‘ଫନୀ’ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ତା’ ପରେ ଉତ୍ତର-ପୂର୍ବ ଆଡ଼କୁ ମୁହଁାଇବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧ ଓ ୨ତାରିଖରେ ଘଣ୍ଟା ପ୍ରତି ୧୪୫ରୁ ୧୫୫ କିଲୋମିଟର ବେଗରେ ପବନ ବହିପାରେ। ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

‘ଫନୀ’ ଆସନ୍ତା ୧ତାରିଖରେ ଓଡ଼ିଶା ଆଡ଼କୁ ମୁହଁାଇବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହୁଥିବା ବେଳେ ଇଣ୍ଡିଆନ୍‌ ନ୍ୟାଶନାଲ ସେଣ୍ଟର ଅଫ୍‌ ଓସେନ୍‌ ଇନ୍‌ଫର୍‌ମେଶନ ସର୍ଭିସେସ୍‌(ଆଇଏନ୍‌ସିଓଆଇଏସ୍‌) ଆଉ ଏକ ତଥ୍ୟ ଦେଇଛି। ୩ତାରିଖ ସନ୍ଧ୍ୟାରେ ଏହା କଳିଙ୍ଗପାଟଣାମ୍‌ ଓ ପୁରୀ ମଧ୍ୟରେ ଛୁଇଁବ। ବିଶେଷକରି ଓଡ଼ିଶାର ଛତ୍ରପୁର ନିକଟରେ ‘ଫନୀ’ ସ୍ଥଳଭାଗ ଛୁଇଁବ ବୋଲି ଆଇଏନ୍‌ସିଓଆଇଏସ୍‌ ପୂର୍ବାନୁମାନ କରିଛି। ସେପଟେ ୩ତାରିଖ ଦିନ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମ୍‌ଡି କହୁଥିବା ବେଳେ ଜଏଣ୍ଟ ଟାଇଫନ୍‌ ଓ୍ବାର୍ନିଂ ସେଣ୍ଟର ଘଣ୍ଟାକୁ ୧୮୫ କିଲୋମିଟର ବେଗରେ ପବନ ବହିପାରେ ବୋଲି କହିଛି। ତେଣୁ ଏଥିରୁ ଜଣାପଡ଼ୁଛି, ‘ଫନୀ’ ପ୍ରଭାବରେ ଓଡ଼ିଶାରେ କେବଳ ବର୍ଷା ହେବ ନାହିଁ, ବରଂ ବହୁ କ୍ଷୟକ୍ଷତି ହୋଇପାରେ। ଯଦି ଆଇଏନ୍‌ସିଓଆଇଏସ୍‌ର ପୂର୍ବାନୁମାନ ଠିକ୍‌ ହୁଏ, ତେବେ ଓଡ଼ିଶା ୪୦ବର୍ଷ ପରେ ପ୍ରଥମଥର ପାଇଁ ମେ ମାସରେ ବାତ୍ୟାର ସମ୍ମୁଖୀନ ହେବ। ସାଧାରଣତଃ ଓଡ଼ିଶାରେ ଅକ୍ଟୋବରରେ ବାତ୍ୟା ଓ ମହାବାତ୍ୟା ହୋଇଥିବା ପ୍ରମାଣ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri