ଲୋକ ସଂସ୍କୃତି ଓ ବିଶ୍ୱାସର ପ୍ରତୀକ ପର୍ବ ‘ହୋଲିପୁଡ଼ା’

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ପାଳିତ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ରଙ୍ଗର ପର୍ବ ହୋଲିର ଅବ୍ୟବହିତ ପୂର୍ବରୁ ପାଳିତ ହେଉଥିବା ‘ହୋଲିପୁଡ଼ା’ ପର୍ବ ନିଆରା ଓ ଅନନ୍ୟ। କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଗ୍ରାମାଞ୍ଚଳରେ ଏହି ହୋଲିପୁଡା ପର୍ବ ଭିନ୍ନ ରୀତି ନୀତି ତଥା ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଫଗୁଣ ମାସର ଶ୍ରେଷ୍ଠ ପର୍ବ ଦୌଳ ଓ ରଙ୍ଗର ପର୍ବ ହୋଲି ଅବସରରେ ଫାଲଗୁନ ଶୁ୍‌କ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ‘ହୋଲିପୁଡ଼ା’ ପର୍ବ ପାଳନ କରାଯାଏ। ପୌରାଣିକ ମତାନୁଯାୟୀ ରାକ୍ଷସ ରାଜା ହିରଣ୍ୟକଶ୍ୟପୁର ଭଉଣୀ ହୋଲିକା ରାକ୍ଷସୀକୁ ଏହି ଦିନ ନିଆଁରେ ପୋଡ଼ି ମାରି ଦିଆଯାଇଥିବାରୁ ଏହି ଦିନଟିରେ ‘ହୋଲିପୁଡ଼ା’ ଭଳି ଏକ ପର୍ବ ପାଳନ କରାଯାଇଆସୁଛି ବୋଲି ବୟୋଜ୍ୟେଷ୍ଠମାନେ ମତପୋଷଣ କରନ୍ତି।
ଅନ୍ୟପକ୍ଷରେ ଏହି ପର୍ବକୁ ଅସତ୍ୟ ଓ ହିଂସାର ପ୍ରକୃତିକୁ ପୋଡ଼ି ଦେବାର ଏକ ପ୍ରତୀକାତ୍ମକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପର୍ବ ପାଳନରେ ବିଶେଷକରି ଗ୍ରାମରୁ ଯୁବକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଉତ୍ସବର ୭ ଦିନ ପୂର୍ବରୁ ଗାଁ କିଛି ଦୂରରେ ଉତ୍ତର ପୂର୍ବ ଦିଗ ବା ଆଗ୍ନେୟ କୋଣରେ ‘ହୁଇଲିପୁଡ଼ା’ ନିମନ୍ତେ ଏକ ହୁଏଲ ଗଦା ସ୍ଥାପନ କରାଯାଇଥାଏ। କେତେକ ଗାଁରେ ଦ୍ୱାଦଶୀଠାରୁ ହୁଇଲିପୁଡ଼ା ପାଇଁ ଗାଁ ପରିକ୍ରମା କରି କାଠ ସଂଗ୍ରହ କରାଯାଉଥିବା ବେଳେ ଆଉ କେତେକ ଗାଁରେ ଚତୁର୍ଦ୍ଦଶୀ ଦିନ ହିଁ ଜାଳ ସଂଗ୍ରହ ହୋଇଥାଏ। ଏହି ଅବସରରେ ଗାଁର ଯୁବକମାନଙ୍କ ନେତୃତ୍ୱରେ ଛୋଟ, ବଡ଼ ପିଲାମାନେ ଘର ଘର ବୁଲି କାଠ, ବାଉଁଶ, ନଡ଼ା, ବାଉଁଶ ତିଆରି ଭଙ୍ଗା କୁଲା, ଟୁଡା, ତାଟି ଆଦି ସଂଗ୍ରହ କରିହୁଏଲ ଗଦାରେ ଜମା କରିଥାନ୍ତି। ଏହି ସମୟରେ ଯୁବକମାନେ ମନଖୋଲି ଯୌବନର ସଙ୍ଗୀତ ଗାଇ ଗାଁ ପରିକ୍ରମା କରିଥାନ୍ତି। ହେଲେ ଆଜିକାଲି ସବୁକିଛି ବଦଳିଗଲାଣି।ଯୁବକମାନଙ୍କ ସ୍ଥାନକୁ ଗାଁର ଛୋଟଛୋଟ ପିଲାମାନେ ଅକ୍ତିଆର କରିଦେଲେଣି। ଗ୍ରାମ ଯୁବକ ଓ ଛୋଟପିଲାମାନେ ଗ୍ରାମ ପରିକ୍ରମା କରିବା ବେଳେ ସାଧାରଣତଃ ମହିଳାମାନେ ଘରଭିତରେ ହିଁ ରହିଥାନ୍ତି। ମହିଳାମାନଙ୍କ ଯୋଗଦାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ। ଫାଲଗୁନ ପୂର୍ଣ୍ଣିମାର ଚତୁର୍ଦ୍ଦଶୀ ଦିନ ପଶ୍ଚିମ ଦିଗରେ ସୂର୍ଯ୍ୟଦେବତା ଅସ୍ତମିତ ନ ହେଉଣୁ କୁଶପୁତ୍ତଳିକା ଏବଂ ଗାଁ ଝାଙ୍କର (ପୂଜକ)ଙ୍କ ଘରୁ ବାହାରିଥାଏ ‘ହୁଇଲିପୁଡ଼ା’ ର ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମବେତ ଲୋକ ନାନା ଗୀତ ଗାଇ ଗ୍ରାମ ପରିକ୍ରମା କରିବା ପରେ ଗାଁମୁଣ୍ଡ ହୁଇଲଗଦା ନିକଟରେ ପହଞ୍ଚିଥାନ୍ତି। ଏହି ସମୟ ହୁଇଲିପୁଡ଼ାର ଶେଷ ପର୍ଯ୍ୟାୟ ହୋଇଥିବା ହେତୁ ଗ୍ରାମରୁ ନେଇ ଆସିଥିବା ନଡ଼ାର ପୁତ୍ତଳିକାଗୁଡିକୁ ହୁଇଲଗଦା ଉପରୁ ନିକ୍ଷେପକରି ଗୀତର ହୁଇଲକୁଦା ଆରମ୍ଭ ହେବାପରେ ଗ୍ରାମ ଝାଙ୍କର ଏହି ହୁଇଲଗଦାରେ ଅଗ୍ନି ସଂଯୋଗ କରିଥାନ୍ତି।ଏହି ହୁଇଲଗଦା ଜଳିଯିବା ପରେ ଝାଙ୍କର ଅଗ୍ନି ଦେବତାଙ୍କୁ ଶାନ୍ତି କରି ହୁଇଲଗଦାର ପାଉଁଶକୁ ସଭିଙ୍କୁ ପ୍ରଦାନ କରିଥାନ୍ତି। ହୁଇଲପୋଡ଼ା ବା ହୋଲିପୁଡା ପର୍ବର ପରିସମାପ୍ତି ପରେ ଗ୍ରାମବାସୀ ପରିବାରର ଅନ୍ୟମାନଙ୍କ ଏପରିକି ନିଜ ଗୃହପାଳିତ ପଶୁମାନଙ୍କ ନିମନ୍ତେ ମଧ୍ୟ ଏହି ପାଉଁଶ ନେଇ ଘରକୁ ଫେରିଥାନ୍ତ। ମଙ୍ଗଳବାର ହୋଲି କିନ୍ତୁ କରୋନା ଭୟରେ ଭବାନୀପାଟଣା ସହରରେ ଫଗୁ ରଙ୍ଗ ଉଡ଼ିବନି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?