Posted inଖେଳ

ଲା ଲିଗା: ମେସିଙ୍କ ନୂଆ ରେକର୍ଡ

ମାଲୋର୍କା(ସ୍ପେନ), ୧୫।୬: ଏଠାରେ ଅନୁଷ୍ଠିତ ରିଅଲ ମାଲୋର୍କା ବିପକ୍ଷ ଲା ଲିଗା ଫୁଟବଲ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି। ଏହି ମ୍ୟାଚରେ ଆର୍ଜେଣ୍ଟିନା ତାରକା ମେସି ଗୋଟିଏ ଗୋଲ ଦେବା ସହିତ ୨ଟି ଗୋଲ ଦେବାରେ ସହାୟତା କରିଥିଲେ। ତାଙ୍କ ସଫଳତା ବଳରେ ବାର୍ସିଲୋନା ୪-୦ ଗୋଲରେ ରିଅଲ ମାଲୋର୍କାକୁ ପରାସ୍ତ କରିଥିଲା। ଖେଳର ଶେଷ ମୁହୂର୍ତ୍ତରେ ଗୋଲ ଦେବା ସହିତ ମେସି କ୍ରମାଗତ ୧୨ଟି ଲା ଲିଗା ସିଜନରେ ୨୦ କିମ୍ବା ତଦୂର୍ଦ୍ଧ୍ୱ ଗୋଲ ଦେବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଚଳିତ ସିଜନରେ ସେ ଟପ୍‌ ସ୍କୋରର ମଧ୍ୟ ହୋଇ ଯାଇଛନ୍ତି। ୨୧ ମ୍ୟାଚରୁ ସେ ୨୦ଟି ଗୋଲ ଦେଇଛନ୍ତି। ଏହା ବ୍ୟତୀତ ଗୋଲ ପାଇଁ ସହଯୋଗ କରିଥିବା ଖେଳାଳିଙ୍କ ତାଲିକାରେ ମଧ୍ୟ ସେ ଶୀର୍ଷରେ ରହିଛନ୍ତି। ଚଳିତ ସିଜନରେ ସେ ୧୨ଟି ଗୋଲ ଦେବାରେ ସହାୟତା କରିଛନ୍ତି। ଏହି ସଫଳତା ପାଇଁ ମେସିଙ୍କୁ ବାର୍ସିଲୋନା କ୍ଲବ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। କରିମ ବେଞ୍ଜିମା ଓ ଲୁଇସ ସୁଆରେଜ ୧୪ ଗୋଲ ଦେବା ସହିତ ୧୧ଟି ଲେଖାଏ ଗୋଲ ଦେବାରେ ସହାୟତା କରି ପରବର୍ତ୍ତୀ ସ୍ଥାନରେ ରହିଛନ୍ତି।
ମ୍ୟାଚର ଦ୍ୱିତୀୟ ମିନିଟରେ ବାର୍ସିଲୋନା ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ଅର୍ଟୁରୋ ଭିଡାଲ। ଏହାପରେ ମେସିଙ୍କ ସହଯୋଗରେ ମାର୍ଟିନ ବ୍ରାଥ୍‌ଓ୍ବେଟ ଏବଂ ଜୋର୍ଡି ଆଲ୍‌ବା ଗୋଲ ଦେବାରୁ ଦଳ ୩-୦ ଗୋଲରେ ଅଗ୍ରଣୀଲାଭ କରିଥିଲା। ଶେଷ ହ୍ବିସିଲ ବାଜିବାର ଅଳ୍ପକିଛି କ୍ଷଣ ପୂର୍ବରୁ ଅର୍ଥାତ୍‌ ଇଞ୍ଜୁରି ଟାଇମ୍‌ରେ ମେସି ଗୋଟିଏ ଗୋଲ ଦେଇ ମ୍ୟାଚର ପରିସମାପ୍ତି ଘଟାଇଥିଲେ। ୨୦୧୯-୨୦ ସିଜନରେ ଏହା ତାଙ୍କର ୨୦ତମ ଗୋଲ ଥିଲା। ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ ହେଁ ସେ ପୂରା ୯୦ ମିନିଟ ଖେଳିଥିଲେ। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ଚଳିତବର୍ଷ ପ୍ରାରମ୍ଭରୁ ଖେଳିପାରି ନ ଥିବା ଲୁଇସ ସୁଆରେଜ ଦ୍ୱିତୀୟାର୍ଦ୍ଧରେ ଦଳରେ ଯୋଗ ଦେଇଥିଲେ। ମେସିଙ୍କ ଗୋଲରେ ଏହି ଉରୁଗୁଏ ଖେଳାଳିଙ୍କ ଅବଦାନ ରହିଥିଲା।
କରୋନା ଭାଇରସ ସଂକ୍ରମଣ ପାଇଁ କଡ଼ା କଟକଣା ସତ୍ତ୍ୱେ ମ୍ୟାଚ ଅବସରରେ ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ମଧ୍ୟକୁ ପଶି ମେସିଙ୍କ ସହିତ ଫଟୋ ନେବାପାଇଁ ଚେଷ୍ଟା କରିଥିଲେ। ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଧରି ନେଇଥିଲେ। ବ୍ୟକ୍ତିଜଣକ ଆର୍ଜେଣ୍ଟିନା ଦଳର ଟି-ଶାର୍ଟ ପରିଧାନ କରିଥିଲେ। ଏହା ପଛରେ ମେସିଙ୍କ ନାମ ଲେଖା ହେବା ସହିତ ୧୦ ନମ୍ବର ରହିଥିଲା। ବ୍ୟକ୍ତିଜଣକ କିପରି ଷ୍ଟାଡିୟମକୁ ପ୍ରବେଶ କଲେ ତାର ମଧ୍ୟ ତଦନ୍ତ ହେବ। ତାଙ୍କ ବିରୋଧରେ ଫୌଜଦାରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲା ଲିଗାର ଆୟୋଜକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୨ ମିଟର ଉଚ୍ଚତା ବିଶିଷ୍ଟ ବାଡ଼କୁ ଡେଇଁ ଉକ୍ତ ବ୍ୟକ୍ତି ଷ୍ଟାଡିୟମରେ ପ୍ରବେଶ କରିଥିଲେ। ମେସିଙ୍କୁ ସେ ଆଦର୍ଶ ବୋଲି ମାନନ୍ତି। ମ୍ୟାଚ ହେବବୋଲି ଘୋଷଣା ହେବା ଦିନଠାରୁ ସେ ଯୋଜନା କରିଥିଲେ। ମେସିଙ୍କ ସହ ଏକ ଫଟୋ ଉଠାଇବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ପୋଲିସ ହାତରେ ଧରା ପଡ଼ିଥିଲା ଉକ୍ତ ବ୍ୟକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri