ଲାଇବ୍ରେରି ବହି କିଣା ପାଇଁ ଚାଲିଛି ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ, ୨୨ା୮: ବିଦ୍ୟାଳୟ ଲାଇବ୍ରେରି ପାଇଁ ବହି କିଣା ବାବଦରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପସନ୍ଦର ବହି କିଣି ରଖିପାରିବେ। ଯଦ୍ଦ୍ବାରା ଛାତ୍ରୀଛାତ୍ରଙ୍କୁ ବହୁ ଶିକ୍ଷଣୀୟ ପୁସ୍ତକ ସହଜରେ ପଠନ ପାଇଁ ସୁଯୋଗ ମିଳିବ। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାକୁ ପାଖାପାଖି ୬୦ ଲକ୍ଷ ଟଙ୍କା ମିଳିଛି। ଅନୁଦାନ ରାଶି ମଧ୍ୟ ବିଦ୍ୟାଳୟ ଆକାଉଣ୍ଟକୁ ପଠାଇ ଦିଆଯାଇଛି। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବହି ନ କିଣିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। କେତେଜଣ ପୁସ୍ତକ ପ୍ରକାଶକଙ୍କ ସହ ବୁଝାମଣା କରାଯାଇ ପ୍ରତି ବ୍ଲକ ପଏଣ୍ଟରେ ପୁସ୍ତକ ଗଚ୍ଛିତ ରଖାଯାଇଥିବା କୁହାଯାଉଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଚେକ୍‌ ଦେଇ ସେମାନଙ୍କ ଲାଇବ୍ରେରି ପାଇଁ ବହି ନେବାକୁ ଚାପ ପ୍ରୟୋଗ କରାଯାଉଛି। ତେବେ କାହିଁକି ଏଭଳି ଚାପ ପଡୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ପ୍ରକାଶକ ଏ ବାବଦରେ କୁଆଡେ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କୁ କମିଶନ ଦେବେ। ଯେଉଁ କାରଣରୁ କେତେକ ସିଆର୍‌ସିସି, ବିଆର୍‌ସିସି ଆଦି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ବୁଝାଇଛନ୍ତି। ଯଦିଓ ଏ କଥାରେ ଅନେକ ବିଦ୍ୟାଳୟ କର୍ତ୍ତୃପକ୍ଷ ନାରାଜ ହେଉଛନ୍ତି ତଥାପି ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି।
ସମଗ୍ର ଶିକ୍ଷା (ପଢେ ଭାରତ ବଢେ ଭାରତ)ରେ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଲାଇବ୍ରେରୀ ବହି କିଣା ପାଇଁ ଓପେପା (ଓଡ଼ିଶା ପ୍ରାଇମେରୀ ଏଜୁକେଶନ ପ୍ରୋଗ୍ରାମ ଅଥରିଟି)ପକ୍ଷରୁ ୧୮ା୨ା୧୯ରେ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ଉଲ୍ଲେଖ ଅଛି ୧ମରୁ ୮ମ ଓ ୯ମରୁ ୧୦ମ ଶ୍ରେଣୀ ଯାଏ ଥିବା ବିଦ୍ୟାଳୟଗୁଡିକୁ ୬.୯୮୦ ଟଙ୍କା ଲେଖାଏଁ, ୬ଷ୍ଠରୁ ୮ମ ୪,୯୮୦, ୧ମରୁ ୫ମ ୨,୯୮୦, ୬ଷ୍ଠରୁ ଦ୍ୱାଦଶ ୧୧,୯୮୦ ଓ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡିକୁ ୯,୯୮୦ ଟଙ୍କା ଅନୁଦାନ ରାଶି ଯୋଗାଇ ଦିଆଯାଇଛି। ଏହି ଅନୁଯାୟୀ ଜିଲାରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡିକ ପାଇଁ ପାଖାପାଖି ୪୦ ଲକ୍ଷ ଓ ଉଚ୍ଚ ବିଦ୍ୟାଳୟ ବାବଦରେ ପାଖାପାଖି ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏହି ବହି କିଣା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି ଏନ୍‌ସିଇଆର୍‌ଟି, ଏନ୍‌ବିଟି, ରାଜ୍ୟ ସରକାର ପ୍ରକାଶନ (ସଂସ୍କୃତି ବିଭାଗ ଏବଂ ଅନ୍ୟ ବିଭାଗ ଦ୍ୱାରା) ଏବଂ ଏସ୍‌ସିଇଆର୍‌ଟି ପକ୍ଷରୁ ବୟସ ଅନୁସାରେ ପ୍ରକାଶ ପାଉଥିବା ପୁସ୍ତକ କିଣାଯାଇପାରେ। ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ ଇଣ୍ଡିଆର ଶାଖା ଏନ୍‌ସିସିଏଲ୍‌ (ନ୍ୟାଶନାଲ ସେଣ୍ଟର ଫର ଚିଲ୍‌ଡ୍ରେନ୍ସ ଲିଟରେଚର୍‌) ସହାୟତାରେ ବିଦ୍ୟାଳୟଗୁଡିକରେ ରିଡର୍ସ କ୍ଲବ୍‌ ପାଇଁ ପଦକ୍ଷେପ ନିଆଯିବ। ପ୍ରଥମ ବର୍ଷ ଲାଇବ୍ରେରି ଅନୁଦାନରେ କୌଣସି ମାଗାଜିନ୍‌ କିମ୍ବା ଖବରକାଗଜ କିଣାଯାଇ ପାରିବ ନାହିଁ। ବିଦ୍ୟାଳୟ ଟାଇମଟେବୁଲ୍‌ରେ ସପ୍ତାହରେ ୨ଟି ପିରିୟଡ୍‌ ରିଡିଂ ପିରିୟଡ ରଖାଯିବ। ଜଣେ ଶିକ୍ଷକ ଲାଇବ୍ରେରି ବହିର ଅତିରିକ୍ତ ଦାୟିତ୍ୱ ନେବେ। ଅର୍ଥାତ୍‌ ବହି ଦେବା ଓ ନେବା ଦାୟିତ୍ୱ ତୁଲାଇବେ। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରାଥମିକ ଓ ଜିଲା ଶିକ୍ଷା ଅଧିକାରୀ ଉଚ୍ଚ ବିଦ୍ୟାଳୟଗୁଡିକୁ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ଏସବୁ ଆଗକୁ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ କହିବ। ପୁସ୍ତକ କିଣିବା ପାଇଁ ବିଦ୍ୟାଳୟ ଆକାଉଣ୍ଟକୁ ଅନୁଦାନ ପଠାଯାଇଥିଲେ ସୁଦ୍ଧା ବାସ୍ତବ ଲକ୍ଷ୍ୟ ପୂରଣ ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ସମ୍ପର୍କରେ କେତେଜଣ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ବିଦ୍ୟାଳୟଗୁଡିକରେ ନିର୍ଦ୍ଧିଷ୍ଟ ପ୍ରକାଶକଙ୍କ ବହି ଯୋଗାଯିବା ସଂକ୍ରାନ୍ତରେ ସିଆର୍‌ସିସି ଓ ବିଆର୍‌ସିସିମାନେ ଉଦ୍ୟମ କରୁଛନ୍ତି। ସେମାନେ ଜିଲା ପ୍ରକଳ୍ପ ସଂଯୋଜକଙ୍କ ନାଁ ନେଇ ଏଭଳି ମନାଉଛନ୍ତି। ବାସ୍ତବରେ ବିଦ୍ୟାଳୟରେ ଯେଉଁସବୁ ବହି ଅଛି ତାକୁ ଛାଡି ଅନ୍ୟ କିଛି ବହି କିଣିବା ପାଇଁ ସେମାନେ ଚିନ୍ତା କରୁଛନ୍ତି। ଏବେ ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ବହି କିଣିଲେ ଲାଇବ୍ରେରିରେ ଥିବା ପୁରୁଣା ବହି ସହ ମିଶିଯିବାର ସମ୍ଭାବନା ରହିଛି। ଏହାସତ୍ତ୍ବେ ସେମାନେ ସିଆର୍‌ସିସି, ବିଆର୍‌ସିସିଙ୍କ କଥାକୁ ଅବମାନନା କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। କାରଣ ଭବିଷ୍ୟତରେ ସେମାନଙ୍କୁ ଟାର୍ଗେଟ୍‌ କରାଯିବାର ଭୟ ରହିଛି। ନିକଟ ଅତୀତରେ ତିର୍ତ୍ତୋଲ ଅଞ୍ଚଳରେ ଅନୌପଚାରିକ ଭାବେ ଏକ ବୈଠକର ଆୟୋଜନ ହୋଇଥିଲା। ଏଥିରେ ବ୍ଲକର ଏକାଧିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ। ସେମାନଙ୍କୁ କୁହାଯାଇଥିଲା ଡିପିସିଙ୍କ ନିଷ୍ପତ୍ତିପ୍ରକାରେ ପ୍ରକାଶକ ବ୍ଲକ ଅଞ୍ଚଳରେ ପୁସ୍ତକ ଗଚ୍ଛିତ କରି ରଖିଛନ୍ତି। କେବଳ ଚେକ୍‌ ଦେଇ ବହି ନେଇଯିବା କଥା। ଏହି ସମୟରେ କେତେଜଣ ପ୍ରଧାନଶିକ୍ଷକ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ ଚାପ ପଡିଥିବା କୁହାଯାଉଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବୟସ ଅନୁଯାୟୀ ବହି ଚୟନ କରିବ। ବହି ତାଲିକା ହେଲାପରେ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯିବ। ପରେ ବିଦ୍ୟାଳୟକୁ ସେମାନଙ୍କ ପସନ୍ଦର ବହି କିଣିବା ପାଇଁ ପରାମର୍ଶ ଦିଆଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟଗୁଡିକୁ ଅନୁଦାନ ରାଶି ପଠାଇ ଦିଆଯାଇଛି। କୌଣସି ପ୍ରକାଶକଙ୍କ ସହ ବୁଝାମଣା ହୋଇନାହିଁ। କେହି ଏପରି ଅଭିଯୋଗ ଆଣୁଥିଲେ ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri