ହଷ୍ଟେଲ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ

ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ଉପକଣ୍ଠ ପାରଳା ମହାରାଜା ଇଂଞ୍ଜିନିୟରିଂ କଲେଜରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା କିଛିଦିନ ପୂର୍ବେ ଛାତ୍ରାବାସ ସମସ୍ୟା ସମାଧାନ ଦାବିନେଇ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ା ବୁଧବାର ଛାତ୍ରୀନିବାସର ବିିିଭିନ୍ନ ସମସ୍ୟା ସମାଧାନ ଦାବି କରି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ା ବହିଷ୍କାର ଭୟରେ ମୁହଁରେ କପଡାବାନ୍ଧି ଶତାଧିକ ଛାତ୍ରୀ କଲେଜ ପ୍ରଶାସନିକ ଭବନ ଆଗରେ ଧାରଣା ଦେଇଥିଲେ ା
ଦୀର୍ଘ ୫ ଘଣ୍ଟାରୁ ଊଦ୍ଦର୍‌ବ ସମୟ ଧରି ଛାତ୍ରୀଙ୍କ ଆନ୍ଦୋଳନ ପରେ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ସ୍ବାଇଁ ପହଞ୍ଚି ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ପରେ ଛାତ୍ରୀମାନେ ଆନ୍ଦୋଳନରୁ ହଟିଥିଲେ ା
ଉପକଣ୍ଠ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ କର୍ତ୍ତୃପକ୍ଷଙ୍କ ଅବହେଳା ଏବେ ପଦାକୁ ଆସିଛି ା ୧୫ ଦିନ ମଧ୍ୟରେ ହଷ୍ଟେଲ ସମସ୍ୟାକୁ ନେଇ ଦୁଇ ଦୁଇଥର ଛାତ୍ର ଆନ୍ଦୋଳନରୁ ଏହା ସ୍ପଷ୍ଟ ହୋଇଛି ା ପୂର୍ବରୁ ଅଗଷ୍ଟ ୬ରେ ଛାତ୍ରାବାସ-୧ରେ ରନ୍ଧନ ଗ୍ୟାସ ପାଇପ୍‌ ଫାଟି ୩ ଛାତ୍ର ଓ ରୋଷେୟା ଆହତ ହୋଇଥିଲେ ା ଏହି ଘଟଣାକୁ କେନ୍ଦ୍ରକରି ଛାତ୍ରମାନେ ଅଗଷ୍ଟ ୭ରେ କଲେଜ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ା ଏହାର ୧୫ ଦିନ ନ ପୂରୁଣୁ ପୁଣି ଛାତ୍ରୀନିବାସର ସମସ୍ୟା ନେଇ ଶତାଧିକ ଛାତ୍ରୀ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ ା ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଛାତ୍ରୀମାନେ ପ୍ରଶାସନିକ କାର୍ଯ୍ୟାଳୟ ଫାଟକକୁ ବନ୍ଦ କରି ଧାରଣା ଦେଇଥିଲେ ା ଫଳରେ ଦୀର୍ଘ ଘଣ୍ଟା ଧରି ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟାଳୟ ଫାଟକ ନିକଟରେ ଅଟକି ରହିଥିଲେ ା
ଛାତ୍ରୀଙ୍କ କହିବା ପ୍ରକାରେ, ଛାତ୍ରୀନିବାସରେ ଦୀର୍ଘ ଦିନରୁ ବିଭିନ୍ନ ସମସ୍ୟା ଲାଗି ରହିଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏକମାସ ଧରି ହଷ୍ଟେଲକୁ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି ା ବହୁ ସମୟରେ ଅନ୍ତେବାସୀମାନେ ରୋଗର ଶିକାର ହେଉଛନ୍ତି। ରୋଷେଇ ଘରେ ସ୍ବାସ୍ଥ୍ୟକର ପରିବେଶ ଓ ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ ା
ଛାତ୍ରୀନିବାସ ମେସରେ ବ୍ୟବହୃତ ପ୍ରେସର କୁକର ବଦଳାଇବାକୁ ବାରମ୍ବାର କୁହାଯାଇ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବାରୁ ୪ ରୁ ୫ ଦିନ ପୂର୍ବେ ପ୍ରେସରକୁକର ଫାଟି ରୋଷେୟା ଆହତ ହୋଇଛନ୍ତି। ହଷ୍ଟେଲରେ ଅସ୍ବାସ୍ଥ୍ୟକର ଖାଦ୍ୟ ମିଳିବାକୁ ନେଇ ବହୁବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ। ଏହା ବ୍ୟତୀତ କଲେଜରେ ଭଲ କ୍ୟାମ୍ପସ ଆସୁ ନ ଥିବାରୁ ପ୍ଳେସମେଣ୍ଟ ମଧ୍ୟ ହେଉ ନାହିଁ। ନାମଲେଖା ସମୟରେ ଇଣ୍ଟର୍ନଶିପ୍‌ ଓ ଷ୍ଟଡିଟୁର ବାବଦକୁ ଟଙ୍କା ନେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ହାତରୁ ଖର୍ଚ୍ଚ କରି ଷ୍ଟଡିଟୁର, ଇଣ୍ଟର୍ନସିପ୍‌ରେ ଯିବାକୁ ପଡୁଥିବା କେତେଜଣ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା ନାମଲେଖା ସମୟରେ ନିଆଯାଉଥିବା ଇଣ୍ଟର୍ଣ୍ଣସିପ୍‌, ଷ୍ଟଡିଟୁର ବାବଦକୁ ଅର୍ଥ ଫେରାଇବା ସହ ହଷ୍ଟେଲର ସମସ୍ୟା ତୁରନ୍ତ ସମାଧାନ କରିବାକୁ ସେମାନେ ଦାବି କରିଥିଲେ ା କଲେଜର ଆଖପାଖରେ ମେଡିକାଲ ସୁବିଧା ନ ଥିବାରୁ ପରିସରରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମଧ୍ୟ ସେମାନେ ଦାବି କରିଥିଲେ ା ତେବେ ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଛାତ୍ରୀମାନେ ଧାରଣା ଦେବା ସହ ପ୍ଲାକାର୍ଡ ଧରି ପ୍ରଶାସନିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ା ମଧ୍ୟାହ୍ନରେ ଅଧ୍ୟକ୍ଷ ଡ. ସ୍ବାଇଁ ଆନ୍ଦୋଳନସ୍ଥଳରେ ପହଞ୍ଚି ଆଗାମୀ ୧୫ ଦିନ ମଧ୍ୟରେ ହଷ୍ଟେଲ ସମସ୍ୟା ସମାଧାନ କରିବା ସହ ଅନ୍ୟାନ୍ୟ ଦାବିଗୁଡ଼ିକର ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ହଟିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri