Posted inଜାତୀୟ

ଲଦାଖରେ ଭାରତ-ଚାଇନା ସେନା ମୁହାଁମୁହିଁ

ନୂଆଦିଲ୍ଲୀ,୧୩-୯(ପି.ଟି.):ଲଦାଖରେ ଭାରତ-ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ପାଙ୍ଗୋଙ୍ଗ୍‌ ହ୍ରଦ କୂଳର ଉତ୍ତର ଭାଗରେ ବୁଧବାର ଭାରତୀୟ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସେମାନଙ୍କ ଉପସ୍ଥିତିକୁ ନେଇ ଆପତ୍ତି ଉଠାଇଥିଲା। ଏହାକୁ ନେଇ ଦୁଇ ସେନା ମଧ୍ୟରେ ହାତାହାତି ହୋଇଥିଲା। ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା। ବିବାଦ ପରେ ସୀମାରେ ଯବାନଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଥିବା ସେନା ପକ୍ଷରୁ ଗୁରୁବାର କୁହାଯାଇଛି।
ମିଳିଥିବା ସୂଚନାନୁସାରେ ଭାରତୀୟ ଯବାନମାନେ ବୁଧବାର ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ପାଟ୍ରୋଲିଂ କରୁଥିଲେ, ଯାହାର ଦୁଇ-ତୃତୀୟାଂଶ ଭାଗ ଚାଇନା ନିୟନ୍ତ୍ରଣରେ ରହିଛି। ଏହି ସମୟରେ ପିଏଲ୍‌ଏ ସୈନ୍ୟମାନଙ୍କ ସହ ସେମାନେ ସାମ୍ନାସାମ୍ନି ହୋଇଥିଲେ। ପିଏଲ୍‌ଏ ସୈନ୍ୟ ସେଠାରେ ଭାରତୀୟ ଯବାନଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯବାନମାନେ ଏହାକୁ ଖାତିର କରି ନ ଥିଲେ। ଫଳରେ ଦୁଇଦେଶର ସାମରିକ ବଳ ମଧ୍ୟରେ ହାତାହାତି ହୋଇଥିଲା। ଏହାକୁ ନେଇ ଉଭୟ ପଟୁ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ମୁତୟନ କରାଯାଇଥିଲା। ଉଭୟ ପଟୁ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଦୁଇଦେଶ ମଧ୍ୟରେ ସୀମା ସ୍ପଷ୍ଟ ନିର୍ଦ୍ଧାରିତ ହୋଇ ନ ଥିବାରୁ ଏହାକୁ ନେଇ ବିଭେଦ ଯୋଗୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। ଭାରତ-ଚାଇନାର ସେନା ଓ ବାୟୁସେନା ମଧ୍ୟରେ ହେବାକୁ ଥିବା ପ୍ରଥମ ମିଳିତ ସମରାଭ୍ୟାସର ମାସକ ପୂର୍ବରୁ ଏଭଳି ବିବାଦ ଦେଖାଦେଇଛି।
ପ୍ରକାଶ ଯେ, ଭାରତ-ଚାଇନା ମଧ୍ୟରେ ପ୍ରାୟ ୪,୦୦୦ କି.ମି. ବିସ୍ତୃତ ସୀମାକୁ ନେଇ ଦୁଇଦେଶ ମଧ୍ୟରେ ବିବାଦ ଲାଗିରହିଛି। ଚାଇନା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ଲଦାଖର ଅଂଶ ବୋଲି କହୁଥିବାବେଳେ ୧୯୬୨ରୁ ଚାଇନା ଅଧିକୃତ ଅକ୍ସାଇ ଚୀନକୁ ଭାରତ ନିଜର ବୋଲି ଦାବି କରୁଛି। ୨୦୧୭ରେ ଭୁଟାନର ଅନୁରୋଧକ୍ରମେ ଭାରତୀୟ ସେନା ଡୋକ୍‌ଲାମରେ ଚାଇନାର ଏକ ବିବାଦୀୟ ରାସ୍ତା ନିର୍ମାଣକୁ ବିରୋଧ କରିଥିଲା। ଏହାକୁ ନେଇ ଭାରତ-ଚାଇନା ମଧ୍ୟରେ ପ୍ରାୟ ତିନିମାସ ଧରି ଚରମ ଉତ୍ତେଜନା ଦେଖାଦେଇଥିଲା। ଗତ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଲଦାଖକୁ ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏଥିଯୋଗୁ ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱ ନୂ୍ୟନ ହେଉଥିବା ଦର୍ଶାଇ ବେଜିଂ ଏହାକୁ ବିରୋଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri