ଲଗାଣ ବର୍ଷା: ଭାଙ୍ଗିଲା ଘରର କାନ୍ଥ, ପରିବାର ବାସହରା

ରଘୁନାଥପୁର, ୨୭। ୯ (ଡି.ଏନ.ଏ.):  ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଗଲା ଚାଳ ଛପର ମାଟି ଘରର କାନ୍ଥ। ପରିବାର ଲୋକେ ଭୋଗୁଛନ୍ତି ହୀନସ୍ତା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରଘୁନାଥପୁର ତହସିଲ ରାଢଙ୍ଗ ଗଁ।ର ଦିନ ମଜୁରିଆ ଅଭିମନ୍ୟୁ ସ୍ବାଇଁଙ୍କ ପରିବାର କ୍ଷେତ୍ରରେ। ବାତ୍ୟା ଫନୀରେ ଚାଳ ଛପର ଘରଟି ପ୍ରଭାବିତ ହୋଇଥିବାବେଳେ, ଅସଜଡା ଘରକୁ ସଜାଡି ଅଭିମନ୍ୟୁଙ୍କ ପରିବାର ସେଥିରେ ମୁଣ୍ଡ ଗୁଞ୍ଜିଥିଲେ। ୩ ଧରି ଅନବରତ ବର୍ଷାରେ ମାଟି କାନ୍ଥ ଧୋଇଯାଇ ଖଣ୍ଡ ବିଖଣ୍ଡିତ ହୋଇଯାଇଛି। କେତେକ ସ୍ଥାନରେ ଓଦା କାନ୍ଥ ରହିଥିଲେ ବି ଉକ୍ତ ଘରେ ଚଳିବା ପାଇଁ ଅନୁପଯୁକ୍ତ ହୋଇପଡିଛି। ଏହାଛଡା ଗୁହାଳ ଘରଟି ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୃହପାଳିତ ପ୍ରାଣୀଙ୍କୁ ରଖିବାକୁ ରାହା ନାହିଁ। ଅଭିମନ୍ୟୁଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଦୀର୍ଘଦିନ ହେଲା ପରିବାରଙ୍କୁ ନେଇ ମାଟି ଘରେ ଚଳି ଆସୁଥିଲେ। ବିଭିନ୍ନ ସମୟରେ ଘର ଖଣ୍ଡେ ପାଇଁ ସରପଞ୍ଚ, ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ନେହୁରା ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନାହିଁ ବୋଲି କ୍ଷୋଭର ସହ ସେ ପ୍ରକାଶ କରଛନ୍ତି। ତାଙ୍କ ପାଇଁ ସରକାରୀ ଗୃହ ଯୋଜନା ଅପହଞ୍ଚ ହୋଇଯାଇଥିବାର ସେ ଅଭିଯୋଗ କରଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ପାଖରେ ପହଞ୍ଚତ୍ ନ ଥିବା କିମ୍ବା ପାଲ ଖଣ୍ଡିଏ ମଧ୍ୟ ଯୋଗାଇ ଦିଆଯାଇ ନ ଥିବାର ଅଭୁମନ୍ୟୁ କହିଛନ୍ତି। ବାସହରା ପରିବାରଙ୍କୁ ସରକାର ତଥା ପ୍ରଶାସନ ସହଯୋଗରେ ହାତ ବଢାଇବା ଜରୁରୀ ହୋଇପଡିଥିବାବେଳେ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri