ଲକ୍‌ଡାଉନ ବିରୋଧୀ ଅଭିନବ ଲଢ଼େଇ

ନୂଆଦିଲ୍ଲୀ, ୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ ଛଟେଇ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ବିଭିନ୍ନ ଦେଶ ପ୍ୟାକେଜ ଘୋଷଣା ଦ୍ୱାରା ସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦେଖାଯାଉଛି। ଡେନ୍‌ମାର୍କ ଏ ଦିଗରେ ଏକ ମଧ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଉଠାଇବାକୁ ଯାଉଛି। ସେଠାକାର ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ବିଚାରଧାରାଠାରୁ ଉର୍ଦ୍ଧ୍ୱକୁ ଯାଇ ଶ୍ରମ ସଙ୍ଗଠନ ଏବଂ କର୍ମଚାରୀ ସଂଘଗୁଡିକ ସହ ମିଳିତ ହୋଇ ଲକ୍‌ଡାଉନ ସମୟରେ ଉପୁଜିଥିବା ନିଯୁକ୍ତି ସଙ୍କଟ ବିରୋଧରେ ଲଢେଇ ଜାରି ରଖିବା ଲାଗି କାମ କରୁଛନ୍ତି। ଯୋଜନା କାର୍ଯ୍ୟକାରୀ ହେଲେ କମ୍ପାନୀଗୁଡିକ ପ୍ରଦାନ କରୁଥିବା ଆଗାମୀ ୩ ମାସର ବେତନର ୯୦% ସରକାର ପ୍ରଦାନ କରିବେ। ଫଳରେ କମ୍ପାନୀଗୁଡିକ ଉପରେ ଚାପ କମିବ ଏବଂ ସେମାନେ ଛଟେଇ ଯୋଜନାରୁ ନିବୃତ୍ତ ରହିବେ। ଏହାବାଦ ଡେନ୍‌ମାର୍କର ସରକାର କମ୍ପାନୀଗୁଡିକର ଭଡା ବାବଦ ଖର୍ଚ୍ଚ ମଧ୍ୟ ଉଠାଇବେ ବୋଲି ସୂଚନା ରହିଛି। ଏଭଳି ଭାବେ ୨ଟି ଯୋଜନା ବାବଦକୁ ସେଠାକାର ସରକାର ୪୨.୬ ବିଲିୟନ ଡେନିସ କ୍ରୋନର ବା ୬.୨୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯୋଜନା ଧାର୍ଯ୍ୟ ହୋଇଛି। ଏହି ଧାରାରେ ନେଦରଲାଣ୍ଡ ସରକାର ଯୋଡି ହୋଇଛନ୍ତି। ଯେଉଁ କମ୍ପାନୀଗୁଡିକ ଅନ୍ତତଃ ପକ୍ଷେ ୨୦% ରାଜସ୍ବ କ୍ଷତି ଦେଖାଇବେ ସେମାନଙ୍କ ଲାଗି କର୍ମଚାରୀଙ୍କ ବେତନରେ ସରକାର ୯୦% ଅର୍ଥ ବହନ କରିବା ନେଇ ବ୍ୟବସ୍ଥା କରାଯାଇଛି। ଏହାବାଦ ଇଂଲଣ୍ଡ ସରକାର ୮୦% ବେତନ ଅର୍ଥ ଉଠାଇବାକୁ କହିଛନ୍ତି। ଏହା ସହ ଅନ୍ୟ ସ୍ବତନ୍ତ୍ର ପଦକ୍ଷେପ ଦେଶଗୁଡିକ ହାତକୁ ନେଉଥିବା ଦେଖାଯାଇଛି। ଏଭଳି ପଦକ୍ଷେପ ସାମୂହିକ ଛଟେଇକୁ ରୋକିବା ଦିଗରେ ସହାୟକ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri