ଲକ୍‌ଡାଉନ୍‌ କଟକଣା ଆହୁରି କୋହଳ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଆଗକୁ ଲକ୍‌ଡାଉନ ବଢ଼ିବ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ଏଭଳି ସମୟରେ ଲକ୍‌ଡାଉନ କଟକଣାକୁ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ସବୁ ଜିଲାର ଆର୍ଥିକ ସ୍ଥିତିର ସମୀକ୍ଷା କରିଥିଲେ। କରୋନା ବିରୋଧରେ ଲଢ଼େଇ ଏକ ଲମ୍ବା ସଂଗ୍ରାମ। ଅଜଣା ଶତ୍ରୁ ବିରୋଧରେ ଏହା ଏକ ଅଜଣା ଯୁଦ୍ଧ। ସ୍ଥିତିକୁ ଲକ୍ଷ୍ୟକରି ରଣନୀତି ବଦଳାଇବାର ଆବଶ୍ୟକତା ରହିଛି। ତେଣୁ ଗ୍ରାମାଞ୍ଚଳ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବାକୁ ଜିଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଆସନ୍ତା ୩ ତାରିଖ ପରେ ଅନ୍ୟ ରାଜ୍ୟଗୁଡ଼ିକରେ ଅଟକି ରହିଥିବା ଓଡ଼ିଆଙ୍କୁ ଫେରାଇ ଅଣାଯିବ। ସେମାନଙ୍କ ଲାଗି ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟର ଏବଂ ମେଡିକାଲ କ୍ୟାମ୍ପରେ ବ୍ୟବସ୍ଥା ନିଶ୍ଚିତ କରାଯାଉ। ମହିଳା ଓ ପୁରୁଷଙ୍କ ଲାଗି ଭିନ୍ନଭିନ୍ନ ବ୍ୟବସ୍ଥା କରାଯାଉ। ସେହିପରି କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ସାର, ବିହନର ପରିବହନ ସହିତ ବିକ୍ରିବଟା ଆଦିକୁ କଟକଣାମୁକ୍ତ କରାଯାଇଥିବା ସେ ଜିଲାପାଳଙ୍କୁ କହିଛନ୍ତି। ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଏବଂ ଗ୍ରାମୀଣ ପାଇପ ଜଳ ଯୋଗାଣ ବିଭାଗ କାର୍ଯ୍ୟ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକଣାମୁକ୍ତ କରାଯାଇଛି। ଏଥିଲାଗି ଶ୍ରମିକମାନଙ୍କ ଯାତାୟାତ ସହ ମାଲ ପରିବହନ ଲାଗି କୌଣସି କଟକଣା କରାଯିବ ନାହିଁ। କେନ୍ଦୁପତ୍ର ତୋଳିବା, ସଂଗ୍ରହ ସହିତ ଚାରାରୋପଣ, ଜଙ୍ଗଲ ସୃଷ୍ଟି ଏବଂ ନର୍ସରି ଆଦି କାର୍ଯ୍ୟକୁ କଟକଣା ମୁକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ଥିବା କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନଗୁଡିକ ସହିତ ବିଭିନ୍ନ ଶିଳ୍ପାଞ୍ଚଳରେ ପୂର୍ଣ୍ଣ କାର୍ଯ୍ୟକଳାପ ଓ ଉତ୍ପାଦନ ପ୍ରକ୍ରିୟାକୁ କଟକଣାମୁକ୍ତ କରିବାକୁ ଶିଳ୍ପ ସଚିବ ହେମନ୍ତ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ଜିଲାରେ ପରିବହନ, ଶିଳ୍ପ ଓ ବ୍ୟବସାୟିକ ସଂଘଗୁଡ଼ିକ ସହିତ ବୈଠକ କରି ସବୁ କ୍ଷେତ୍ରରେ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଜିଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭୟ ଯୋଗୁ ଗ୍ରାମାଞ୍ଚଳରେ କରାଯାଇଥିବା ବ୍ୟାରିକେଡ୍‌ ହଟାଯିବ। ମାଲ ପରିବହନ ଓ ଶ୍ରମିକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି କରୁଥିବାରୁ ଏହାକୁ ହଟାଯିବ। କେବଳ ସଂକ୍ରମଣ ନିରୋଧ ଓ ଆବଦ୍ଧ ଅଞ୍ଚଳରେ ବ୍ୟାରିକେଡ୍‌ ରହିବ। ପ୍ରଶାସନକୁ ଛାଡ଼ି କେହି ହେଲେ କୌଣସି ସ୍ଥାନରେ ବ୍ୟାରିକେଡ୍‌ ବସାଇପାରିବେ ନାହିଁ।
ଜିଲାରେ ଶ୍ରମିକ ଏବଂ ଠିକାଦାର ସମ୍ପୂର୍ଣ୍ଣ ଯାତାୟାତ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିଥିବା କାରଖାନାର କର୍ମଚାରୀଙ୍କ ଯାତାୟାତକୁ କଟକଣାମୁକ୍ତ କରାଯିବ। ବିଭିନ୍ନ କମ୍ପାନୀ ନିଜ ବସ୍‌ରେ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇପାରିବେ। ହେଲେ ଉକ୍ତ ବସ୍‌ର ସିଟ୍‌ ସଂଖ୍ୟାର ୪୦ଭାଗରୁ ଅଧିକ ପୂରଣ ହୋଇପାରିବ ନାହିଁ। ଏମ୍‌ଜିଏନ୍‌ଆରିଜିଏସ୍‌ କାର୍ଯ୍ୟ ବଢ଼ାଇବା ସହ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?