ଦେଶସାରା ଲକ୍‌ଡାଉନ୍‌: ଶ୍ରମିକଙ୍କୁ କାମରେ ନିୟୋଜିତ କରିଛନ୍ତି ଠିକାଦାର

ନାଉଗଁା, ୨୭।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଲେ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ନାଉଗଁା ବ୍ଲକରେ କେତେଜଣ ଠିକାଦାର ସରକାରଙ୍କ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଇଥିବା ଜଣାପଡ଼ିଛି। ନାଉଗଁା ବ୍ଲକର ଦେବୀ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଆଳିପିଙ୍ଗଳ ଜଳସେଚନ ବିଭାଗ ପକ୍ଷରୁ କରାଯାଉଛି। ରୋହିଆ ପଞ୍ଚାୟତ ଅରଖକୁଦଠାରେ ବନ୍ଧ କାର୍ଯ୍ୟ ଚାଲିଥିବା ବେଳେ ଲକ୍‌ଡାଉନ୍‌ ଯୋଗୁ କାର୍ଯ୍ୟ ବନ୍ଦ କରାଯାଇଛି। ମାତ୍ର ବନ୍ଧ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ କରାଉଛନ୍ତି। ବୁଧବାର ରାସ୍ତା ନିର୍ମାଣ ଚାଲିଥିବା ବେଳେ ସେଠାରେ କୌଣସି ବିଭାଗୀୟ କର୍ତ୍ତୃପକ୍ଷ ଉପସ୍ଥିତ ନ ଥିବା ଦେଖାଯାଇଥିଲା। ମେଶିନ ସାହାଯ୍ୟରେ ମାଟି ଖୋଳା ଯାଉଥିବା ବେଳେ ଟ୍ରାକ୍ଟର ସାହାଯ୍ୟରେ ମାଟି ବୁହା କାମ ଚାଲୁଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନଦୀବନ୍ଧ ସୁଦୃଢ଼ କରିବା ସକାଶେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ମାତ୍ର ଠିକାଦାର ନିମ୍ନମାନର କାମ କରାଉଥିବାରୁ ଏହା ଦିନ କେଇଟା ପରେ ନଷ୍ଟ ହୋଇଯାଉଥିବା ଦେଖାଯାଉଛି। ଅନ୍ୟପଟେ ନଦୀପଠାରୁ ମାଟି ଖୋଳିବା ନିୟମ ନ ଥିବା ବେଳେ ଠିକାଦାର ମନଇଚ୍ଛା ପଠାରୁ ମାଟି ଖୋଳି ରାସ୍ତାରେ ପକାଉଛନ୍ତି। ମାତ୍ର ଏ ନେଇ ତହସିଲ ଅଫିସରେ ଏ ସମ୍ପର୍କିତ ଖବର ନ ଥିବା ତହସିଲଦାର ଜେ. କଳ୍ପନା ପ୍ରକାଶ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ସୁଷମା ସାହୁଙ୍କୁ ପଚାରିବାରେ, ନଦୀ ବନ୍ଧରେ ୩ ଇଞ୍ଚର ମୋରମ ପକାଇବାର ନିୟମ ରହିଛି, କିନ୍ତୁ ଠିକାଦାର ୧ ଇଞ୍ଚର ମୋରମ ପକାଉଥିବା ନେଇ ଅଭିଯୋଗ ହୋଇଛି ବୋଲି କହିଛନ୍ତି। ବର୍ତ୍ତମାନ ସମୟରେ କାର୍ଯ୍ୟସ୍ଥଳରେ କେହି ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାର୍ଯ୍ୟ କରି ବିଲ୍‌ କରିନେବାର ମସୁଧା ଚଳାଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏ ବିଷୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଶତପଥୀଙ୍କୁ ପଚାରିବାରେ ଏବେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି। ଯଦି କୌଣସି ଠିକାଦାର ନିୟମ ନ ମାନି କାର୍ଯ୍ୟ କରୁଥାନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri