ରେଳ ଆବର୍ଜନାରୁ ବାହାରିବ ଇନ୍ଧନ: ଭୁବନେଶ୍ୱରରେ ହେବ ପ୍ରଥମ ‘ସ୍କ୍ରାପ୍‌ ଟୁ ଏନର୍ଜି ପ୍ଲାଣ୍ଟ’

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ରେଳ ଆବର୍ଜନାରୁ ବାହାରିବ ଇନ୍ଧନ (ଲାଇଟ୍‌ ଡିଜେଲ ଅଏଲ୍‌)। ଭାରତୀୟ ରେଳପଥ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ପ୍ରଥମ ପ୍ଲାଣ୍ଟ୍‌। ସୋମବାର ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ପରିସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ‘ସ୍କ୍ରାପ୍‌ ଟୁ ଏନର୍ଜି ପ୍ଲାଣ୍ଟ’ ପାଇଁ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ମୋଟ ବ୍ୟୟ ଅଟକଳ ୨ କୋଟି ରହିଥିବାବେଳେ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ଦୈନିକ ୫୦୦ କିଲୋଗ୍ରାମ ଆବର୍ଜନାରୁ ଶକ୍ତି ଉତ୍ପାଦନ କରିବା କ୍ଷମତା ରହିବ। ପ୍ଲାଣ୍ଟ ପରିଚାଳନା ପାଇଁ ବାର୍ଷିକ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ଓ ୧୨ ଲକ୍ଷ ଟଙ୍କା ଆୟ କରିହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।
ମଞ୍ଚେଶ୍ୱର ରେଳଡବା କାରଖାନା ଓ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନ ନିକଟ କୋଚିଂ ଡିପୋରୁ ମାତ୍ରାଧିକ ଅଣଲୌହ ଓ ଧାତବ ସାମଗ୍ରୀ (ସ୍କ୍ରାପ୍‌) ନିଷ୍କାସିତ ହୋଇଥାଏ। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏସବୁ ଆବର୍ଜନାକୁ ମାଟିରେ ପୋତିଦିଆଯାଇଥାଏ। ଏଥିଯୋଗୁ ପରିବେଶଜନିତ କ୍ଷତି ହେଉଥିବାରୁ ରେଳପଥର ଚିନ୍ତା ବଢ଼ିଥିଲା। ଏହି ଆବର୍ଜନାରୁ ଇନ୍ଧନ ଉତ୍ପାଦନ କରିବାକୁ ଯୋଜନା ଆରମ୍ଭ ହୋଇଥିଲା। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ‘ପଲିକ୍ରାକ’ ପଦ୍ଧତିରେ ଏଠାରେ ଇନ୍ଧନ ଉତ୍ପାଦନ ହେବ। ଏହାକୁ ବିଶ୍ୱର ପ୍ରଥମ ବିଷମ ଉତ୍‌ପ୍ରେରକ ପ୍ରକ୍ରିୟା (ହେଟ୍ରୋଜେନସ୍‌ କାଟାଲିଟିକ୍‌ ପ୍ରୋସେସ୍‌) କୁହାଯାଉଛି। ଏହି ପ୍ରଣାଳୀରେ ବର୍ଜ୍ୟବସ୍ତୁକୁ ସିଧାସଳଖ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ଭିତରେ ଇନ୍ଧନ ସୃଷ୍ଟି କରାଯାଇପାରିବ। ଏହା ଏକ ସଂଲଗ୍ନ ବା ନିବୁଜ ୟୁନିଟ ହୋଇଥିବାରୁ ଧୂଳିଜନିତ କୌଣସି ପ୍ରଦୂଷଣର ଆଶଙ୍କା ନାହଁି। ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଗ୍ୟାସ୍‌କୁ ପୁନଃ ବ୍ୟବହାର କରାଯାଇ ଖର୍ଚ୍ଚ କାଟ କରାଯିବ। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ପ୍ଲାଣ୍ଟ୍‌ ୟୁନିଟ୍‌କୁ ଅଣକୁଶଳୀ କାରିଗର ପରିଚାଳନା କରିପାରିବେ। ଏହା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ହୋଇଥିବାରୁ କମ୍‌ ମାନବ ସମ୍ବଳ ଆବଶ୍ୟକ। ଏହି ପ୍ରକ୍ରିୟାରେ ଉର୍ଜା ଉତ୍ପାଦନ ପାଇଁ ସ୍ବଳ୍ପ ଇନ୍ଧନ ବ୍ୟବହାର ହୁଏ। ଏହି ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ରେଳ ଷ୍ଟେଶନ ନିକଟ କୋଚିଂ ଡିପୋ ଓ ରେଳ ଡବା କାରଖାନା ଫିଡର ଭାବେ କାର୍ଯ୍ୟ କରିବେ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri