ରେଳ ଆବର୍ଜନାରୁ ବାହାରିବ ଇନ୍ଧନ: ଭୁବନେଶ୍ୱରରେ ହେବ ପ୍ରଥମ ‘ସ୍କ୍ରାପ୍‌ ଟୁ ଏନର୍ଜି ପ୍ଲାଣ୍ଟ’

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ରେଳ ଆବର୍ଜନାରୁ ବାହାରିବ ଇନ୍ଧନ (ଲାଇଟ୍‌ ଡିଜେଲ ଅଏଲ୍‌)। ଭାରତୀୟ ରେଳପଥ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ପ୍ରଥମ ପ୍ଲାଣ୍ଟ୍‌। ସୋମବାର ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ପରିସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ‘ସ୍କ୍ରାପ୍‌ ଟୁ ଏନର୍ଜି ପ୍ଲାଣ୍ଟ’ ପାଇଁ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ମୋଟ ବ୍ୟୟ ଅଟକଳ ୨ କୋଟି ରହିଥିବାବେଳେ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ଦୈନିକ ୫୦୦ କିଲୋଗ୍ରାମ ଆବର୍ଜନାରୁ ଶକ୍ତି ଉତ୍ପାଦନ କରିବା କ୍ଷମତା ରହିବ। ପ୍ଲାଣ୍ଟ ପରିଚାଳନା ପାଇଁ ବାର୍ଷିକ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ଓ ୧୨ ଲକ୍ଷ ଟଙ୍କା ଆୟ କରିହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।
ମଞ୍ଚେଶ୍ୱର ରେଳଡବା କାରଖାନା ଓ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନ ନିକଟ କୋଚିଂ ଡିପୋରୁ ମାତ୍ରାଧିକ ଅଣଲୌହ ଓ ଧାତବ ସାମଗ୍ରୀ (ସ୍କ୍ରାପ୍‌) ନିଷ୍କାସିତ ହୋଇଥାଏ। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏସବୁ ଆବର୍ଜନାକୁ ମାଟିରେ ପୋତିଦିଆଯାଇଥାଏ। ଏଥିଯୋଗୁ ପରିବେଶଜନିତ କ୍ଷତି ହେଉଥିବାରୁ ରେଳପଥର ଚିନ୍ତା ବଢ଼ିଥିଲା। ଏହି ଆବର୍ଜନାରୁ ଇନ୍ଧନ ଉତ୍ପାଦନ କରିବାକୁ ଯୋଜନା ଆରମ୍ଭ ହୋଇଥିଲା। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ‘ପଲିକ୍ରାକ’ ପଦ୍ଧତିରେ ଏଠାରେ ଇନ୍ଧନ ଉତ୍ପାଦନ ହେବ। ଏହାକୁ ବିଶ୍ୱର ପ୍ରଥମ ବିଷମ ଉତ୍‌ପ୍ରେରକ ପ୍ରକ୍ରିୟା (ହେଟ୍ରୋଜେନସ୍‌ କାଟାଲିଟିକ୍‌ ପ୍ରୋସେସ୍‌) କୁହାଯାଉଛି। ଏହି ପ୍ରଣାଳୀରେ ବର୍ଜ୍ୟବସ୍ତୁକୁ ସିଧାସଳଖ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ଭିତରେ ଇନ୍ଧନ ସୃଷ୍ଟି କରାଯାଇପାରିବ। ଏହା ଏକ ସଂଲଗ୍ନ ବା ନିବୁଜ ୟୁନିଟ ହୋଇଥିବାରୁ ଧୂଳିଜନିତ କୌଣସି ପ୍ରଦୂଷଣର ଆଶଙ୍କା ନାହଁି। ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଗ୍ୟାସ୍‌କୁ ପୁନଃ ବ୍ୟବହାର କରାଯାଇ ଖର୍ଚ୍ଚ କାଟ କରାଯିବ। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ପ୍ଲାଣ୍ଟ୍‌ ୟୁନିଟ୍‌କୁ ଅଣକୁଶଳୀ କାରିଗର ପରିଚାଳନା କରିପାରିବେ। ଏହା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ହୋଇଥିବାରୁ କମ୍‌ ମାନବ ସମ୍ବଳ ଆବଶ୍ୟକ। ଏହି ପ୍ରକ୍ରିୟାରେ ଉର୍ଜା ଉତ୍ପାଦନ ପାଇଁ ସ୍ବଳ୍ପ ଇନ୍ଧନ ବ୍ୟବହାର ହୁଏ। ଏହି ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ରେଳ ଷ୍ଟେଶନ ନିକଟ କୋଚିଂ ଡିପୋ ଓ ରେଳ ଡବା କାରଖାନା ଫିଡର ଭାବେ କାର୍ଯ୍ୟ କରିବେ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri