ରେଲ୍‌ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ବଅଁରପାଳ,୧ା୬(ଡି.ଏନ୍‌.ଏ.): ସୋମବାର ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ପ୍ଲାଣ୍ଟ୍‌୍‌କୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଶ୍ରମିକମାନେ ଦୀର୍ଘ ୨ ବର୍ଷ ହେଲା ୟୁନିରାଲ ରେଲଓ୍ବେ ରୋଡ୍‌ କନ୍‌ଷ୍ଟ୍ରକ୍ସନର କାର୍ଯ୍ୟ କରୁଥିଲେ। ମାତ୍ର ଦୀର୍ଘଦିନ ହେଲା ଏହି କମ୍ପାନୀର କାର୍ଯ୍ୟକଳାପ ସମାପ୍ତ ହୋଇଥିବା ବେଳେ କୌଣସି ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ଦରମା ମିଳିନାହିଁ। ସେହିପରି ଦୀର୍ଘ ୪ ମାସ ହେଲା ଅନ୍ୟ ଏକ କମ୍ପାନୀ ଲିଫ୍ଟ ଆଣ୍ଡ୍‌ ସିପ୍ଟ କମ୍ପାନୀ ଏହାର କାର୍ଯ୍ୟାଦେଶ ପାଇଛି। ମାତ୍ର କମ୍ପାନୀ ପକ୍ଷରୁ ସୁରକ୍ଷା ସରଞ୍ଜାମ ନିଯୁକ୍ତି ପତ୍ର ବାବଦକୁ ୨ ଶହ ଟଙ୍କା ଲେଖାଏ କୌଣସି ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ। ତେଣୁ ଏସବୁ ସୁବିଧା ଯୋଗାଇ ଦେବା ପାଇଁ ଶ୍ରମିକମାନେ ଆନ୍ଦୋଳନ କରିଥିବା କହିଛନ୍ତି। ଏହି ଆନ୍ଦୋଳନରେ ପ୍ରଶାନ୍ତ ରାଉତ, ପ୍ରିୟବ୍ରତ କୁମାର, ଦୀପକ ବିଶ୍ୱାଳ, ପ୍ରହ୍ଲାଦ ସାହୁ, ସୌଭାଗ୍ୟ ନାୟକ ପ୍ରମୁଖଙ୍କ ସମେତ ବହୁ ଶ୍ରମିକ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ…

ମାଲିକର ପୋଷା କୁକୁର ସହିତ ଅପ୍ରାକୃତ ସମ୍ପର୍କ ପାଇଁ ଚେଷ୍ଟା କରୁଥିଲେ ରୋଷେୟା, ଧରାପଡିବା ପରେ…

ଭୁବନେଶ୍ବର୨୬।୫(ପ୍ରସନଜିତ୍‌ ସାହୁ): ଚନ୍ଦକା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସର ରୋଷେୟା ଏକ ପୋଷା ଡାଲ୍‌ମିଶନ କୁକୁରକୁ ଆକ୍ରମଣ ସହ ଅପ୍ରାକୃତ ସମ୍ପର୍କ ଉଦ୍ୟମ କରିଥିବା ନେଇ…

ମୋଦିଙ୍କ ଶାସନ କ୍ଷମତାକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ!

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦିଙ୍କ ଆସନ୍ନ ବିଦାୟ ସମ୍ପର୍କରେ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ନେଇ…

ସ୍ବଚ୍ଛ ପୁରୁଷୋତ୍ତମପୁର ଗଢି ତୋଳିବା ଲକ୍ଷ୍ୟ: ସାମୂହିକ ସଫେଇ…

ପୁରୁଷୋତ୍ତମପୁର,୨୬/୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ଆମ ଗଞ୍ଜାମ,ସ୍ବଚ୍ଛ ଗଞ୍ଜାମରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ତ୍ୱାବଧାନରେ…

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

‘ଆମେରିକାକୁ ୟୁରାନିୟମ ହସ୍ତାନ୍ତର କର, ନଚେତ…’ ଶାନ୍ତି ଆଲୋଚନା ମଧ୍ୟରେ ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଆମେରିକା ଯେକୌଣସି ମୂଲ୍ୟରେ ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାର ହାସଲ…

ମୁଁ ରୁହେ କି ନ ରୁହେ….ଭକ୍ତଙ୍କୁ ଭାବବିହ୍ବଳ ମେସେଜ୍‌ ଦେଲେ ପ୍ରେମାନନ୍ଦ ମହାରାଜ

ଲକ୍ଷ୍ନୌ,୨୬।୫:ଗତ କିଛି ଦିନ ଧରି ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri