ରେଢାଖୋଲ ଉପଖଣ୍ଡରେ ଖୋଲିଲା ମଣ୍ଡି

ରେଢାକୋଲ/ନାକଟିଦେଉଳ, ୩।୧୨(ଡି.ଏନ.ଏ.)
ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡରେ ସୋମବାର ମଣ୍ଡି ଖୋଲିଛି। ଉପଖଣ୍ଡରେ ଥିବା ୧୬ଟି ମଣ୍ଡି ମଧ୍ୟରୁ ୧୧ଟି ମଣ୍ଡିରେ ଧାନ କିଣା ଯିବାକୁ ନିଷ୍ପତ୍ତି ହୋଇଥିଲା। ସୋମବାର ପ୍ରଥମ ଦିନରେ ୨୪ଜଣ ଚାଷୀଙ୍କଠାରୁ ୨୧୧୭ ବସ୍ତା ଧାନ କିଣାଯାଇଛି। ଉପଖଣ୍ଡର ଚାରମାଲ, ତ୍ରିବଣପୁର, ସାହେବି, ବଡବାହାଳ, ବଂଶାଜାଲ, ଲୁହାପଙ୍କ, ବଡମାଳ, କଦଳିଗଡ, ଘୋଷରାମାଳ, କିସିଣ୍ଡା, ବାଟଗାଁ ଆଦି ମଣ୍ଡି ସୋମବାର ଖୋଲାଯାଇଥିବା ବେଳେ ୪୯୦ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ଚାରମାଳ ମଣ୍ଡିରେ ଜଣେ ଚାଷୀଙ୍କଠାରୁ ୬୦ବସ୍ତା ଧାନ କିଣାଯାଇଛି। ତ୍ରୀବଣପୁର ମଣ୍ଡିରେ ଜଣେ ଚାଷୀଙ୍କଠାରୁ ୮୨ ବସ୍ତା ଧାନ କିଣାଯାଇଛି। ବଡମାଳ କେନ୍ଦ୍ରରେ ୧୪ଜଣ ଚାଷୀଙ୍କଠାରୁ ୧୨୬୩ ବସ୍ତା, କିସିଣ୍ଡା କେନ୍ଦ୍ରରୁ ୭ ଜଣ ଚାଷୀଙ୍କଠାରୁ ୬୪୭ ବସ୍ତା ଓ ଘୋଷରାମାଳ କେନ୍ଦ୍ରରୁ ଜଣେ ଚାଷୀଙ୍କଠାରୁ ୬୫ ବସ୍ତା ଧାନ କିଣାଯାଇଥିବା ଜଣାପଡିଛି। ପେର୍ଯ୍ୟୟକ୍ରମେ ଚଳିତ ସପ୍ତାହ ମଧ୍ୟରେ ଅନ୍ୟ ମଣ୍ଡିଗୁଡିକରୁ ମଧ୍ୟ ଧାନ କିଣାଯିବ। ସୋମବାର ଘୋଷରାମାଳ କ୍ରୟକେନ୍ଦ୍ରକୁ ଉପଜିଲାପାଳ ଡୋଳାମଣି ପଟେଲ ଉଦ୍‌ଘାଟନ କରିଥିଲେ। ଏଆରସିଏସ ମହେନ୍ଦ୍ର ନନ୍ଦ, ସହକାରୀ ଯୋଗାଣ ଅଧିକାରୀ ବିଘ୍ନରାଜ ମହାପାତ୍ର, ଆରଏମସି ସମ୍ପାଦକ ଅଶୋକ କୁମାର ସାହୁ, ନାକଟିଦେଉଳ ଯୋଗାଣ ନିରୀକ୍ଷକ ତନୁରଞ୍ଜନ ସିଂ, ବ୍ଲକ ଅଧ୍ୟକ୍ଷା ମନ୍ଦାକିନି ରାଉଳ, ବିଡିଓ ନାଥୋଡିୟୁସ ଲାକ୍ରା ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

ଟୋକନ ସମସ୍ୟା ନେଇ ଆମରଣ ଅନଶନରେ ଚାଷୀ : ସ୍ଥାୟୀ ସମାଧାନ ନ ହେଲେ…

ଝାରବନ୍ଧ, ୧।୬ (ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri