ରୂପକୁଣ୍ଡ କଙ୍କାଳର ରହସ୍ୟ ଜଣାପଡ଼ିଲା

ହାଇଦ୍ରାବାଦ:ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ। ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ ଓ ତା’ କୂଳରେ ମାନବ ଅସ୍ଥି କଙ୍କାଳ ସବୁ ପଡିରହିଛି। ଏଣୁ ଏହାକୁ ମଧ୍ୟ କଙ୍କାଳର ହ୍ରଦ କୁହାଯାଏ। ନିକଟରେ ଭାରତ, ଆମେରିକା ଓ ୟୁରୋପର ୨୮ ଜଣ ଗବେଷକ ହ୍ରଦରେ ପଡି ରହିଥିବା ଅସ୍ଥି ଓ କଙ୍କାଳର ରହସ୍ୟ ପଦାକୁ ଆଣିଛନ୍ତି। ଏହିସବୁ କଙ୍କାଳ ତିନୋଟି ଆନୁବଂଶିକ ବର୍ଗର ବୋଲି ସେମାନେ କହିଛନ୍ତି। ପପୁଲାର ସାଇନ୍ସ ଜର୍ନାଲ‘ନେଚର କମ୍ୟୁନିକଶେନ’ରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖକରାଯାଇଛି ଯେ, ରୂପକୁଣ୍ଡର ଗୋଟିଏ ସ୍ଥାନରୁ ଏକାଠି ମିଳିଥିବା ୩୮ଟି କଙ୍କାଳ କୌଣସି ଏକ ବଡ ପ୍ରଳୟରେ ଏକାବେଳକେ ମୃତ୍ୟର ଶିକାର ହୋଇଥିବା ଲୋକାମାନଙ୍କର ବୋଲି ଯାହା ବିଶ୍ୱାସ କରାଯାଉଥିଲା ତାହା ସତ୍ୟ ନୁହେଁ । ମିଳିଥିବା କଙ୍କାଳ ୧ ହଜାର ବର୍ଷ ବ୍ୟବଧାନରେ ବିଭିନ୍ନ ପର୍ଯ୍ୟାୟରେ ମୃତ ହୋଇଥିବା ବ୍ୟକ୍ତିଙ୍କ କଙ୍କାଳ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। କଙ୍କାଳର ଡିଏନ୍‌ଏ ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୨୩ଟି କଙ୍କାଳ ଦକ୍ଷିଣ ଏସିଆ ଅଞ୍ଚଳର, ୧୪ଟି ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳର ଓ ଜଣେ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଅଧିବସୀଙ୍କର ବୋଲି ରିପୋର୍ଟରୁ ଜଣାପଡିଛି। ଆଦି ମାନବଙ୍କ ଡିଏନ୍‌ଏ ପରୀକ୍ଷା କରିବା ଘଟଣା ଭାରତରେ ପ୍ରଥମେ କରାଯାଇଛି। ଏହା କରିବାରେ ହାଇଦ୍ରାବାଦର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ଭୂମିକା ମଧ୍ୟ ଏଥିରେ ରହିଛି। ମୋଟ୍‌ରେ ଗବେଷକମାନେ ୭୬ଟି କଙ୍କାଳର ନମୂନା( ୭୨ଟି ବଡ ଅସ୍ଥି ଓ ୪ଟି ଦାନ୍ତ) ପରୀକ୍ଷା କରିବା ପରେ ତାହା ମଧ୍ୟରୁ କିଛି ଭାରତୀୟ ଓ ବେଶି ୟୁରୋପୀୟଙ୍କ କଙ୍କାଳ ବୋଲି ଜାଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri