ସୋର, ୭ା୪(ଡି.ଏନ.ଏ.)-ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢୁଛି। କରୋନା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି। ଜଣେ ୫ମ ଶ୍ରେଣୀ ଛାତ୍ର ନିଜ ଟିଫିନ୍ ଖର୍ଚ୍ଚରୁ ସଞ୍ଚୟ କରିଥିବା ୧ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ଉଦାହରଣ ପାଲଟିଛନ୍ତି। ସୋର ନିକଟସ୍ଥ ଗୋପାଳପୁର ଗ୍ରାମର ନିର୍ମଳ କୁମାର ବେହେରା ଓ ରୀନାରାଣୀଙ୍କ ପୁଅ ଅବିନାଶ ସୋମବାର ସୋର ତହସିଲ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ତହସିଲଦାର ଲିପ୍ସା ରାୟଙ୍କୁ ଏହି ଅର୍ଥ ଡ୍ରାଫ୍ଟ ଆକାରରେ ପ୍ରଦାନ କରିଛନ୍ତି। ଅବିନାଶ ଏବେ ଉତ୍ତରେଶ୍ୱର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୫ମ ଶ୍ରେଣୀର ଛାତ୍ର। ସେ ନିଜ ଟିଫିନ୍ ଖର୍ଚ୍ଚରୁ ଏହି ଅର୍ଥ ସାଇକେଲଟିଏ କିଣିବାକୁ ସଞ୍ଚୟ କରୁଥିଲେ। କରୋନାର ଭୟାବହ ପରିସ୍ଥିତିକୁ ନଜରରେ ରଖି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ସେହିପରି ଦହିପୁର-ନୂଆପୁର ଗ୍ରାମ ରାଧାଗୋବିନ୍ଦଜୀଉ ମେଲଣ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୫ହଜାର ଟଙ୍କା ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି। କମିଟି କର୍ମକର୍ତ୍ତାମାନେ ସୋର ଅତିରିକ୍ତ ତହସିଲଦାର ଲିପ୍ସା ରାୟଙ୍କ ଜରିଆରେ ଏହି ଅର୍ଥ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ସେହିପରି ସୋର ମ୍ୟୁନିସିପାଲିଟି ଅଧୀନ ରାଇପୁର ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୧ହଜାର ଟଙ୍କାର ଏକ ଚେକ୍ ବିଧାୟକ ପର୍ଶୁରାମ ଧଡାଙ୍କୁ ଭେଟି ପ୍ରଦାନ କରିଛନ୍ତି।
ବର୍ଷା ଜଳରେ ବୁଡିଲା କେଶପୁର, ଘରୁ ବାହାରି ପାରୁନାହାନ୍ତି ଲୋକେ
କଟକ ସଦର,୧୭।୭(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତ କେଶପୁର ଗହିରରେ ବର୍ଷା ଜଳ ଜମି ରହିଛି । ଫଳରେ ନଦୀର ଭ୍ରମ…
ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…
ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…
୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…
ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ: ଉଠିଲା ପ୍ରଶ୍ନବାଚୀ
ପୁରୁଣାଭୁବନେଶ୍ୱର,୧୭ା୭(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଗର୍ଭଗୃହରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ଗୁରୁବାର ସୋସିଆଲ…
ପ୍ରବଳ ବର୍ଷା, ଏହି ଜିଲାରେ ଆଜି ସ୍କୁଲ୍-ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ସୋନପୁର,୧୭।୭; ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ପାଣିପାଗ ବିଭାଗ…
ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ
ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ
ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…
ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍; ଟ୍ରାଫିକ ଜାମ୍, ଲୋକେ ହଟହଟା
ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…
Archives

