ରାସ୍ତା ମଝିରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଡେରାବିଶ,୨୫।୧୧(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧୀନ ଚାନ୍ଦୋଳ ବସ୍‌ଷ୍ଟପ୍‌ ଠାରୁ ଦାନପୁର ପର୍ଯ୍ୟନ୍ତ ୧୨ ନଂ କେନାଲ୍‌ ବନ୍ଧର ମୁକୁନ୍ଦପୁର ଗ୍ରାମ ନିକଟରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରାସ୍ତା ମଝିରେ ରହିଛି। ଏଥିଯୋଗୁ ବିପଦ ଆଶଙ୍କା ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।
ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାନ୍ଦୋଳ ବସ୍‌ଷ୍ଟପ୍‌ ଠାରୁ ଦାନପୁର ପର୍ଯ୍ୟନ୍ତ ୨.୫ କି.ମି. ରାସ୍ତା କାମ ଚାଲିଛି। ଏଥିପାଇଁ ୧ କୋଟି ୩୨ ଲକ୍ଷ ୭୪ ହଜାର ୧୪୫ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ନିର୍ମାଣାଧୀନ ରାସ୍ତାର ଚାନ୍ଦୋଳ ବସ୍‌ଷ୍ଟପ୍‌ ଠାରୁ ୧ କିଲୋମିଟର ଦୂରରେ ପୂର୍ବରୁ ରାସ୍ତା କଡରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଛି। ରାସ୍ତା ପ୍ରଶସ୍ତୀକରଣ ପୂର୍ବରୁ ଏହି ଟ୍ରାନ୍ସଫର୍ମର ରାସ୍ତା କଡରେ ଯଥେଷ୍ଟ ନିରାପଦ ଦୂରତାରେ ରହିଥିଲା। ଏବେ ରାସ୍ତା ପ୍ରଶସ୍ତୀକରଣ ଫଳରେ ଏହି ଟ୍ରାନ୍ସଫର୍ମର ରାସ୍ତା ମଝିରେ ରହିଯାଉଛି। ଏହି ସ୍ଥାନ ନିକଟରେ ଠିକାଦାର ଜଣକ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ଭାବେ ରଖିଥିବା ବେଳେ ଉକ୍ତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାକୁ ସ୍ଥାନାନ୍ତରିତ କରା ନ ଗଲେ ରାସ୍ତା କାର୍ଯ୍ୟ ନିର୍ମାଣ ହୋଇ ପାରିବ ନାହିଁ। କିନ୍ତୁ ଏହା ଯେଉଁଭଳି ଅବସ୍ଥାରେ ରହିଛି ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପଶୁମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏପରି କି ଏକ ଚାରିଚକିଆ ଗାଡି ଯଦି ଅସାବଧାନତା ବଶତଃ କଡକୁ ପଳାଇଯାଏ, ତେବେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ସଂସ୍ଫର୍ଶର ଆସି ଅଘଟଣ ଘଟିବ। ଏହାଛଡା ଦୁଇଚକିଆ ଓ ସାଇକେଲ୍‌ ଆରୋହୀ ମଧ୍ୟ ଟିକେ ଅସାବଧାନ ହେଲେ ବିପଦ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ଦାନପୁର ବିଦ୍ୟୁତ୍‌ ସେକ୍ସନ୍‌ର ଯନ୍ତ୍ରୀ ବସନ୍ତ ପତିଙ୍କୁ ପଚାରିବାରୁ ସେ କହିଲେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ନିର୍ମାଣ ପୂର୍ବରୁ ଚିଠି କରାଯାଇଥିଲା। ଏହି ଟ୍ରାନ୍ସଫର୍ମର ସ୍ଥାନାନ୍ତରିତ ହେବା ପାଇଁ ବ୍ୟୟ ଅଟକଳର ହିସାବ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଆମ ବିଭାଗ ନିକଟରେ ଟଙ୍କା ଦାଖଲ କଲେ ଏହି ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତରିତ କରାଯିବ। ଏ ସମ୍ପର୍କେରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଅର୍ଜ୍ଜୁନି ସାହୁଙ୍କୁ ପଚାରିବାରୁ ବିଭାଗୀୟ ସ୍ତରରେ ଏହି ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟୟ ଅଟକଳ କରାଯାଇନାହିଁ। ବିଦ୍ୟୁତ୍‌ ବିଭାଗ ତାର ନିଜ ଖର୍ଚ୍ଚରେ କରିବ ବୋଲି କହିଥିଲେ। ସାଧାରଣତଃ ରାସ୍ତା ସମ୍ପ୍ରସାରଣ ଓ ଉନ୍ନତୀକରଣ ପୂର୍ବରୁ ବିଭାଗ ତରଫରୁ ରାସ୍ତାର ଲମ୍ବ ,ଚଉଡ଼ା, ରାସ୍ତାର ସ୍ଥିତି, ରାସ୍ତାରେ ଥିବା ନାଳ, ବିଦ୍ୟୁତ୍‌ ଖୁଣ୍ଟ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଭାବେ ସର୍ଭେ କରାଯାଇ ଆବଶ୍ୟକ ସ୍ଥଳେ ପୋଲ ନିର୍ମାଣ, ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର ଖର୍ଚ୍ଚର ହିସାବ କରାଯାଇ ଏଷ୍ଟିମେଟ୍‌ ପ୍ରସ୍ତୁତ କରାଯାଇଥାଏ। ପରେ ଏହାକୁ ଟେଣ୍ଡର ପ୍ରକ୍ରିୟାକୁ ନିଆଯାଇଥାଏ। ତେବେ ବିଭାଗ ଏହି ରାସ୍ତା ନିର୍ମାଣ ପୂର୍ବରୁ ଏସବୁ ନ ଦେଖି କେମିତି ଟେଣ୍ଡର ପ୍ରକ୍ରିୟା କଲେ ଓ କାର୍ଯ୍ୟ ଆରମ୍ଭ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଗତ ମେ ମାସ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯଦି ଏହି ଟ୍ରାନଫର୍ମର ତୁରନ୍ତ ସ୍ଥାନାନ୍ତର କରା ନ ଯାଏ ତେବେ କୌଣସି ଅଘଟଣ ଘଟିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri