ରାସ୍ତା ମଝିରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଡେରାବିଶ,୨୫।୧୧(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧୀନ ଚାନ୍ଦୋଳ ବସ୍‌ଷ୍ଟପ୍‌ ଠାରୁ ଦାନପୁର ପର୍ଯ୍ୟନ୍ତ ୧୨ ନଂ କେନାଲ୍‌ ବନ୍ଧର ମୁକୁନ୍ଦପୁର ଗ୍ରାମ ନିକଟରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରାସ୍ତା ମଝିରେ ରହିଛି। ଏଥିଯୋଗୁ ବିପଦ ଆଶଙ୍କା ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।
ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାନ୍ଦୋଳ ବସ୍‌ଷ୍ଟପ୍‌ ଠାରୁ ଦାନପୁର ପର୍ଯ୍ୟନ୍ତ ୨.୫ କି.ମି. ରାସ୍ତା କାମ ଚାଲିଛି। ଏଥିପାଇଁ ୧ କୋଟି ୩୨ ଲକ୍ଷ ୭୪ ହଜାର ୧୪୫ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ନିର୍ମାଣାଧୀନ ରାସ୍ତାର ଚାନ୍ଦୋଳ ବସ୍‌ଷ୍ଟପ୍‌ ଠାରୁ ୧ କିଲୋମିଟର ଦୂରରେ ପୂର୍ବରୁ ରାସ୍ତା କଡରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଛି। ରାସ୍ତା ପ୍ରଶସ୍ତୀକରଣ ପୂର୍ବରୁ ଏହି ଟ୍ରାନ୍ସଫର୍ମର ରାସ୍ତା କଡରେ ଯଥେଷ୍ଟ ନିରାପଦ ଦୂରତାରେ ରହିଥିଲା। ଏବେ ରାସ୍ତା ପ୍ରଶସ୍ତୀକରଣ ଫଳରେ ଏହି ଟ୍ରାନ୍ସଫର୍ମର ରାସ୍ତା ମଝିରେ ରହିଯାଉଛି। ଏହି ସ୍ଥାନ ନିକଟରେ ଠିକାଦାର ଜଣକ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ଭାବେ ରଖିଥିବା ବେଳେ ଉକ୍ତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାକୁ ସ୍ଥାନାନ୍ତରିତ କରା ନ ଗଲେ ରାସ୍ତା କାର୍ଯ୍ୟ ନିର୍ମାଣ ହୋଇ ପାରିବ ନାହିଁ। କିନ୍ତୁ ଏହା ଯେଉଁଭଳି ଅବସ୍ଥାରେ ରହିଛି ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପଶୁମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏପରି କି ଏକ ଚାରିଚକିଆ ଗାଡି ଯଦି ଅସାବଧାନତା ବଶତଃ କଡକୁ ପଳାଇଯାଏ, ତେବେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ସଂସ୍ଫର୍ଶର ଆସି ଅଘଟଣ ଘଟିବ। ଏହାଛଡା ଦୁଇଚକିଆ ଓ ସାଇକେଲ୍‌ ଆରୋହୀ ମଧ୍ୟ ଟିକେ ଅସାବଧାନ ହେଲେ ବିପଦ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ଦାନପୁର ବିଦ୍ୟୁତ୍‌ ସେକ୍ସନ୍‌ର ଯନ୍ତ୍ରୀ ବସନ୍ତ ପତିଙ୍କୁ ପଚାରିବାରୁ ସେ କହିଲେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ନିର୍ମାଣ ପୂର୍ବରୁ ଚିଠି କରାଯାଇଥିଲା। ଏହି ଟ୍ରାନ୍ସଫର୍ମର ସ୍ଥାନାନ୍ତରିତ ହେବା ପାଇଁ ବ୍ୟୟ ଅଟକଳର ହିସାବ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଆମ ବିଭାଗ ନିକଟରେ ଟଙ୍କା ଦାଖଲ କଲେ ଏହି ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତରିତ କରାଯିବ। ଏ ସମ୍ପର୍କେରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଅର୍ଜ୍ଜୁନି ସାହୁଙ୍କୁ ପଚାରିବାରୁ ବିଭାଗୀୟ ସ୍ତରରେ ଏହି ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟୟ ଅଟକଳ କରାଯାଇନାହିଁ। ବିଦ୍ୟୁତ୍‌ ବିଭାଗ ତାର ନିଜ ଖର୍ଚ୍ଚରେ କରିବ ବୋଲି କହିଥିଲେ। ସାଧାରଣତଃ ରାସ୍ତା ସମ୍ପ୍ରସାରଣ ଓ ଉନ୍ନତୀକରଣ ପୂର୍ବରୁ ବିଭାଗ ତରଫରୁ ରାସ୍ତାର ଲମ୍ବ ,ଚଉଡ଼ା, ରାସ୍ତାର ସ୍ଥିତି, ରାସ୍ତାରେ ଥିବା ନାଳ, ବିଦ୍ୟୁତ୍‌ ଖୁଣ୍ଟ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଭାବେ ସର୍ଭେ କରାଯାଇ ଆବଶ୍ୟକ ସ୍ଥଳେ ପୋଲ ନିର୍ମାଣ, ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର ଖର୍ଚ୍ଚର ହିସାବ କରାଯାଇ ଏଷ୍ଟିମେଟ୍‌ ପ୍ରସ୍ତୁତ କରାଯାଇଥାଏ। ପରେ ଏହାକୁ ଟେଣ୍ଡର ପ୍ରକ୍ରିୟାକୁ ନିଆଯାଇଥାଏ। ତେବେ ବିଭାଗ ଏହି ରାସ୍ତା ନିର୍ମାଣ ପୂର୍ବରୁ ଏସବୁ ନ ଦେଖି କେମିତି ଟେଣ୍ଡର ପ୍ରକ୍ରିୟା କଲେ ଓ କାର୍ଯ୍ୟ ଆରମ୍ଭ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଗତ ମେ ମାସ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯଦି ଏହି ଟ୍ରାନଫର୍ମର ତୁରନ୍ତ ସ୍ଥାନାନ୍ତର କରା ନ ଯାଏ ତେବେ କୌଣସି ଅଘଟଣ ଘଟିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?