ରାସ୍ତା ଭାଙ୍ଗୁଛି ରାସ୍ତାର ନିୟମ

ତୁଷାରକାନ୍ତ
ସମ୍ପ୍ରତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ନୂଆ କମିଶନର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଖୁବ୍‌ ଯତ୍ନବାନ୍‌ ହେଉଛନ୍ତି। ତେବେ ନିୟମ ମାନିବାକୁ ପ୍ରସ୍ତୁତ ନ ଥିବା ଜନସାଧାରଣ ଏ ଦିଗରେ କେତେଦୂର ସହଯୋଗ କରିବେ, ତାହା ସଂଶୟର ବିଷୟ। ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ସାଧାରଣତଃ ନିମ୍ନରେ ବର୍ଣ୍ଣିତ କାରଣଗୁଡ଼ିକ ଯୋଗୁ ହୋଇଥାଏ।
ଇଂଲିଶ ଭାଷାର ‘T’ ଅକ୍ଷର ଭଳି ଛକଗୁଡ଼ିକରେ ଗୋଟିଏ ପଟର ରାସ୍ତାରେ ସବୁବେଳେ ଗାଡ଼ି ଚାଲିବାକୁ ଅନୁମତି ଦିଆଯାଇଥାଏ। ଯେଉଁ ପଥଚାରୀମାନେ ସେହି ପଟେ ଚାଲିକରି ଆସିବାକୁ ଚାହାନ୍ତି ସେମାନେ ଭାରି ହଇରାଣ ହୁଅନ୍ତି। ଏଣୁ ‘T’ Square ଗୁଡ଼ିକରେ ପଥଚାରୀମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯିବା ଦରକାର। ପଥଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଜେବ୍ରାକ୍ରସ୍‌’ରେ ସବୁବେଳେ ଗାଡ଼ିଗୁଡ଼ିକ ଭଁ ଭଁ ହୋଇ ଇଞ୍ଜିନ ଚଳନ୍ତି ଅବସ୍ଥାରେ ଆଗପଛ ହେଉଥାନ୍ତି, ଯେଉଁଥିପାଇଁ ପଥଚାରୀମାନେ ରାସ୍ତା ପାରିହେବାକୁ ଅସୁବିଧାରେ ପଡ଼ନ୍ତି, ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁ ଲଭନ୍ତି। ଅନେକ ଜେବ୍ରାକ୍ରସ୍‌ରେ ଜଣେ ପଥଚାରୀ ଗୋଟିଏ ପଟର ରାସ୍ତା ପାରିହେବା ପରେ ହଠାତ୍‌ ଉଚ୍ଚା ଉଚ୍ଚା ଲୁହାବାଡ଼ର ସମ୍ମୁଖୀନ ହୁଅନ୍ତି ଓ ଅନ୍ୟପଟକୁ ଯିବାକୁ ସୁଯୋଗ ନ ଥାଏ, ଯଥା ରବୀନ୍ଦ୍ରମଣ୍ଡପ ପାଖ ଜେବ୍ରାକ୍ରସ୍‌। ପଥଚଲା ରାସ୍ତାଗୁଡ଼ିକରେ ସାଇକେଲ୍‌, ମୋଟରସାଇକେଲ, କାର୍‌ ଇତ୍ୟାଦି ଯିବା ସମ୍ପୂର୍ଣ୍ଣ ରୂପେ ବେଆଇନ ଓ ସେଥିପାଇଁ ଆର୍ଥିକ ଦଣ୍ଡର ବ୍ୟବସ୍ଥା ଅଛି। ଏହା ସତ୍ତ୍ୱେ ସେଗୁଡ଼ିକ ଗାଡ଼ି ପାର୍କିଂ ତଥା ଗାଡ଼ିର ଯାତାୟାତ ପାଇଁ ବ୍ୟବହୃତ ହେବା ଏକ ସାଧାରଣ ଘଟଣା। ଆମ ରାଜଧାନୀରେ ଟାଉନ୍‌ବସ୍‌ରେ ଯାତ୍ରୀମାନେ ଯିବା ପାଇଁ କେତେକ ରାସ୍ତାର ଭିତରପଟକୁ Bus-Bayମାନ ତିଆରି ହୋଇଛି, ଯେଉଁଠି ବସ୍‌, ଅଟୋ ଇତ୍ୟାଦିରେ ଲୋକେ ଉଠିବା କଥା। ଅଥଚ ଭୁଲରେ ସୁଦ୍ଧା ଟାଉନ୍‌ବସ୍‌, ଅଟୋ ଇତ୍ୟାଦି ସେଠାକୁ ପଶନ୍ତି ନାହିଁ। ସେଗୁଡ଼ିକ ସ୍ଥାନୀୟ ଜନତା/ବ୍ୟବସାୟୀମାନଙ୍କ ଗାଡ଼ି ରଖା ସ୍ଥାନ ରୂପେ ବ୍ୟବହୃତ ହୁଏ। ଦୁଇଚକିଆ ଗାଡ଼ି ଚଲାଇଲା ବେଳେ ମୋବାଇଲ୍‌ ଫୋନ୍‌ର ନମ୍ବର ଦବେଇବା ଓ କଥା ହେବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଅଥଚ ଏହା ଅବିଚାରିତ ଭାବେ ଚାଲୁ ରହିଛି। ବଡ଼ ବଡ଼ ଗାଡ଼ିର ମାଲିକମାନେ ଗାଡ଼ି ଚଲାଉଥିବା ବେଳେ ମୋବାଇଲ୍‌ ଫୋନ୍‌ରେ କଥା ହେବା ଓ ସିଟ୍‌ ବେଲ୍‌ଟ ନ ପିନ୍ଧିବା ଏକ ମାମୁଲି କଥା।
ନିୟମ ଅନୁଯାୟୀ ଯଦି ଜଣେ ରାସ୍ତା ବଦଳାଇ ଅପର ପଟ ରାସ୍ତାକୁ ଯିବା କଥା, ତା’ହେଲେ ବାମ କଡ଼ ରାସ୍ତାରେ ଯାଇ, ନିର୍ଦ୍ଧାରିତ ଛକରେ ବୁଲି ସେଠାକୁ ଯିବା କଥା। ଧରାଯାଉ ସଚିିବାଳୟ ପଛ ଓ ରାଜୀବ ଭବନ ମଝି ରାସ୍ତାରୁ ଯଦି ଜଣଙ୍କୁ ଭୁବନେଶ୍ୱର କ୍ଲବ୍‌କୁ ଯିବାକୁ ଅଛି, ତା’ହେଲେ ନିୟମ ମୁତାବକ ସେ ଏ.ଜି. ଛକକୁ ଆସି, ସେଠି ଡାହାଣ କଡ଼କୁ ବୁଲି, ବାମପଟେ ସେହି କ୍ଲବ୍‌କୁ ଯିବା କଥା। କିନ୍ତୁ ପ୍ରାୟ ଗାଡ଼ି ଓ ବଡ଼ବଡ଼ିଆଙ୍କ ଗାଡ଼ି ସେହି ରାସ୍ତାର ଶେଷରେ ଥିବା କଟ୍‌ରେ ପଶି, ଡାହାଣକଡ଼ ରାସ୍ତାରେ ଯାଇ କ୍ଲବରେ ପଶନ୍ତି, ଯଦ୍ଦ୍ବାରା କି ଏଜି ଛକରୁ ରାଜଭବନ ଛକକୁ ଯାଉଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯିଏ ଯେଉଁଠି ପାରିଲେ ଗାଡ଼ି ବୁଲେଇ, ଭୁଲ୍‌ ରାସ୍ତାରେ ଯିବା ପ୍ରତ୍ୟେକ ମୁହୂର୍ତ୍ତର ଓ ପ୍ରତ୍ୟେକ ଇଞ୍ଚ ସ୍ଥାନର ବାସ୍ତବତା। ଟ୍ରାଫିକ୍‌ ଛକରେ ଟ୍ରାଫିକ୍‌ ପୋଲିସବାବୁ ଗୋଟିଏ ରାସ୍ତାର ଗତାଗତକୁ ବନ୍ଦ କରି, ଅନ୍ୟ ରାସ୍ତାର ଲୋକଙ୍କୁ ଯିବାକୁ ନିର୍ଦ୍ଦେଶ ଦେଉ ଦେଉ ବନ୍ଦ ରାସ୍ତାର ଅପେକ୍ଷାରତ ଗାଡ଼ି ଭିତରୁ କିଛି ଗାଡ଼ି ସାଏଁ କରି ପଳେଇବା ଏକ ଚିରାଚରିତ ଘଟଣା। ଯଦି ହେଲମେଟ୍‌ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ନ୍ତା ନାହିଁ, ତା’ହେଲେ ୧-୨%ଙ୍କୁ ଛାଡ଼ି ଆଉ କେହି ପିନ୍ଧନ୍ତେ ନାହିଁ। ଚାଳକମାନେ ହେଲମେଟ୍‌ ନ ପିନ୍ଧି ତାହାକୁ ପଛରେ ବସିଥିବା ନିଜର ସହଧର୍ମିଣୀ/ବାପାମାନଙ୍କୁ ଧରେଇବା ତଥା ସେମାନେ ବିନା ଆପତ୍ତିରେ ଧରିବା ଦେହରେ ନ ଯିବାରୁ, ୨/୩ ଥର ଏ ବାବଦରେ ସେମାନଙ୍କୁ ସେଇ କଥା କହିଥିଲି ଓ ‘ହଉ ବାବୁ, ନିଜ ରାସ୍ତା ଦେଖ’ ଟାପରା ଶୁଣିବାକୁ ପଡ଼ିଥିଲା। କେତେକ ସ୍ଥାନରେ ଦୁଇଟିକିଆ ରାସ୍ତାରେ ଥିବା ମଝି ଡିଭାଇଡର୍‌ରେ ଗଛ ଲଗାଯାଇଛି, ଯାହାର ଡାଳଗୁଡ଼ିକ ରାସ୍ତାକୁ ଝାମ୍ପି ରହୁଛି। ସେଥିଯୋଗୁ ରାସ୍ତା ବଦଳାଇବାକୁ ଥିବା କଟ୍‌ରେ ବୁଲିଲା ବେଳକୁ ଅନ୍ୟ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକ ଦୃଷ୍ଟିଗୋଚର ହେଉ ନାହିଁ ଓ ଧକ୍କା ହେଉଛି। ଏଭଳି କେତେକ ସ୍ଥାନ ଅଛି, ଯେଉଁଠି ନିୟମ ଭଙ୍ଗ ନ କଲେ ନ ଚଳେ, ଯଥା: ରୂପାଲି ଛକରୁ ଆସି ବାଣୀବିହାର ଛକଠାରୁ ବାଣୀବିହାର ଭିତରକୁ ଯିବା କଥା। ଏଥିପାଇଁ ଜଣଙ୍କୁ ଆଚାର୍ଯ୍ୟବିହାର ଦେଇ ଆସିବାକୁ ପଡ଼େ, ଯାହା ପାଳନ କରାଯିବା ସମ୍ଭବପର ହୁଏନି ଓ ଲୋକେ ଛକର ଫ୍ଲାଏ ଓଭର ତଳ ଦେଇ ଡାହାଣ କଡ଼ ରାସ୍ତାରେ ଯାଇ ବାଣୀବିହାର ଭିତରେ ପଶିଥାନ୍ତି। ଛକଗୁଡ଼ିକରେ ବାମକଡ଼ ରାସ୍ତାକୁ ବୁଲିବା ପାଇଁ ନିଷିଦ୍ଧ କରାଯାଇ ନାଲିବତି ଜଳୁଥିଲେ ମଧ୍ୟ ତାହା କଦାପି ପାଳିତ ହୁଏନାହିଁ। ଭୁବନେଶ୍ୱର ସିଆର୍‌ପି, ବାଣୀବିହାର ଛକ ତଥା କଟକର ମଧୁପାଟଣା ଛକରେ ବସ୍‌ଗୁଡ଼ିକ ବହୁ ସମୟ ରହି ଯାତ୍ରୀ ଉଠାନ୍ତି। ଫଳରେ ଟ୍ରାଫିକ୍‌ ଚଳନରେ ଅବ୍ୟବସ୍ଥା ସୃଷ୍ଟିହୁଏ।
ରାସ୍ତା ବଦଳେଇବା ପାଇଁ ଏପରି କିଛି କଟ୍‌ ରହିଛି ଯେଉଁଠିକି ଅଳ୍ପ କିଛି ବାଟ ଡାହାଣ କଡ଼ରେ ଯିବାକୁ ପଡ଼ିଥାଏ। ସର୍ଦ୍ଦାର ପଟେଲ ମାର୍ଗରେ ଦୁଇ ଏ.ଜି. କଲୋନୀ ମଧ୍ୟରେ ଲକ୍ଷ୍ମୀନାରାୟଣ ମନ୍ଦିର ପାଖରେ ଥିବା କଟ୍‌ଟି ସେହି ଦୁଇ କଲୋନୀର ପ୍ରବେଶଦ୍ୱାର ସିଧାରେ ନ ରହି ଟିକେ ମନ୍ଦିର ଆଡ଼କୁ ଅଛି, ଯଦ୍ଦ୍ବାରା ଲୋକେ ରାସ୍ତା ବଦଳେଇବାକୁ କିଛି ବାଟ ଡାହାଣ ପଟେ ବାଧ୍ୟରେ ଯାଉଛନ୍ତି। ଏହିସବୁ ଅବ୍ୟବସ୍ଥା ସମ୍ପର୍କରେ ପୋଲିସ ବିଭାଗ ଓ କମିଶନରଙ୍କୁ ଭେଟି ଜଣାଇଥିଲେ ମଧ୍ୟ ଫଳ କିଛି ହୋଇନାହିଁ। ନୂଆ ପୋଲିସ କମିଶନରଙ୍କଠାରୁ ଅନ୍ତତଃ ଏଦିଗରେ ଆଖିଦୃଶିଆ ପ୍ରତିକାର ଆମେ ଆଶାକରିପାରିବା।
ମୋ : ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri