ରାସ୍ତା ବନ୍ଦ କରିବା ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୨୫।୮-ବାଲେଶ୍ୱର ସହରର ଉତ୍ତର-ପୂର୍ବ ଦିଗ ଓଟିରୋଡ୍‌ରେ ଥିବା ସରକାରୀ ଆଇଟିଆଇ କଲେଜ ପରିସରରେ ଦେଇ ଯାଇଥିବା ପକ୍କା ରାସ୍ତାକୁ ବନ୍ଦ କରିବା ଲାଗି ଆଇଟିଆଇ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ରାସ୍ତା ବନ୍ଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।
ଏହି ରାସ୍ତା କରଞ୍ଜିଆ ଗ୍ରାମକୁ ସଂଲଗ୍ନ କରିଛି। ଜନସ୍ବାସ୍ଥ୍ୟ ବିଭାଗ ପମ୍ପହାଉସ୍‌ର କେତେକ କର୍ମଚାରୀ ସରକାରୀ ଆଇଟିଆଇ ପଛପଟେ ଥିବା ସରକାରୀ ଜମିରେ ଦୀର୍ଘଦିନ ଧରି ରହି ଆସୁଛନ୍ତି। ସେମାନଙ୍କ ପରିବାର ଲୋକମାନେ ଯା’ଆସ ପାଇଁ ନିର୍ମିତ ରାସ୍ତାରେ ସ୍ଥାନୀୟ ଲୋକମାନେ ବ୍ୟବହାର କରୁଛନ୍ତି। କିଛିଦିନ ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ ଏବଂ ପୂର୍ତ୍ତବିଭାଗ ଜମି ଆଇଟିଆଇ କଲେଜର ସମ୍ପ୍ରସାରଣ ପାଇଁ ଉକ୍ତ ଜମିକୁ ବିଧିବଦ୍ଧ ଭାବେ ଗ୍ରହଣ ଲାଗି ସରକାରଙ୍କଠାରେ ଆବେଦନ କରାଯାଇଥିଲା। ଜିଲା ପ୍ରଶାସନର ସହାୟତାରେ ଶନିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ। ଜମିରେ ରାସ୍ତା ହୋଇଥିବା କାରଣରୁ କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ନାହଁି ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ଦୁର୍ବୃତ୍ତମାନେ ଚଳପ୍ରଚଳ କରି ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଘଟାଇଥାନ୍ତି। ଫଳରେ ଉକ୍ତ ରାସ୍ତାକୁ ବନ୍ଦ କରିବା ପାଇଁ ପ୍ରଶାସନକୁ ଜଣାଇଥିବାର ଆଇଟିଆଇ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତ କହିଛନ୍ତି। ଗ୍ରାମବାସୀଙ୍କ ପାଇଁ ଅନ୍ୟ ଏକ ରାସ୍ତା ମଧ୍ୟ ରହିଛି। ଉକ୍ତ ରାସ୍ତା ଗ୍ରାମବାସୀଙ୍କୁ ଯା’ଆସରେ ସହଜ ହେଉ ନ ଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଦିବାକର ଜେନାଙ୍କ କହିବାନୁସାରେ ଉକ୍ତ ଜମି ପୂର୍ତ୍ତବିଭାଗର ନୁହେଁ, ଜଣେ ବ୍ୟକ୍ତିଙ୍କର ଜମି ଅଟେ। ବନ୍ଦୋବସ୍ତରେ ଭୁଲ୍‌ବଶତଃ ପୂର୍ତ୍ତବିଭାଗ ନାମରେ ନାମିତ ହୋଇଯାଇଛି। ଦୀର୍ଘଦିନ ଧରି ରାସ୍ତାଟି ନକ୍ସାରେ ରହିଛି। ବେଆଇନ ଭାବେ ଆଇଟିଆଇ ଅଧ୍ୟକ୍ଷ ଏହାକୁ ଉଚ୍ଛେଦ କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ରମେଶ ଚନ୍ଦ୍ର ପତି, ଭାନୁମତୀ ନାୟକ, ରଜନୀ ମହାଳିକ, ସବିତା ଜେନା, ରଘୁନାଥ ନାୟକ, ବିଶ୍ୱନାଥ ନାୟକ, ଅନୁରାଗ ମହାନ୍ତି, ମିନତୀ ନାୟକ, ଅନୁସୟା ରଣା, ମମତା ମଜୁମଦାର ପ୍ରମୁଖ ଏହାକୁ ବିରୋଧ କରିବା ସହ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସଦର ବିଧାୟକ ମଦନମୋହନ ଦତ୍ତଙ୍କୁ ସମସ୍ୟାର ସମାଧାନ ନିମନ୍ତେ ଲିଖିତ ଭାବେ ଜଣାଇଛନ୍ତି। ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ, ଶିଳ୍ପାଞ୍ଚଳ ଥାନାଧିକାରୀ ଜୟନ୍ତ ବେହେରା, ସଦର ତହସିଲଦାର ପଞ୍ଚାନନ ପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରି ଜମିର ପ୍ରକୃତ ସ୍ଥିତି ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri