ରାସ୍ତା ବନ୍ଦ କରିବା ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୨୫।୮-ବାଲେଶ୍ୱର ସହରର ଉତ୍ତର-ପୂର୍ବ ଦିଗ ଓଟିରୋଡ୍‌ରେ ଥିବା ସରକାରୀ ଆଇଟିଆଇ କଲେଜ ପରିସରରେ ଦେଇ ଯାଇଥିବା ପକ୍କା ରାସ୍ତାକୁ ବନ୍ଦ କରିବା ଲାଗି ଆଇଟିଆଇ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ରାସ୍ତା ବନ୍ଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।
ଏହି ରାସ୍ତା କରଞ୍ଜିଆ ଗ୍ରାମକୁ ସଂଲଗ୍ନ କରିଛି। ଜନସ୍ବାସ୍ଥ୍ୟ ବିଭାଗ ପମ୍ପହାଉସ୍‌ର କେତେକ କର୍ମଚାରୀ ସରକାରୀ ଆଇଟିଆଇ ପଛପଟେ ଥିବା ସରକାରୀ ଜମିରେ ଦୀର୍ଘଦିନ ଧରି ରହି ଆସୁଛନ୍ତି। ସେମାନଙ୍କ ପରିବାର ଲୋକମାନେ ଯା’ଆସ ପାଇଁ ନିର୍ମିତ ରାସ୍ତାରେ ସ୍ଥାନୀୟ ଲୋକମାନେ ବ୍ୟବହାର କରୁଛନ୍ତି। କିଛିଦିନ ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ ଏବଂ ପୂର୍ତ୍ତବିଭାଗ ଜମି ଆଇଟିଆଇ କଲେଜର ସମ୍ପ୍ରସାରଣ ପାଇଁ ଉକ୍ତ ଜମିକୁ ବିଧିବଦ୍ଧ ଭାବେ ଗ୍ରହଣ ଲାଗି ସରକାରଙ୍କଠାରେ ଆବେଦନ କରାଯାଇଥିଲା। ଜିଲା ପ୍ରଶାସନର ସହାୟତାରେ ଶନିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ। ଜମିରେ ରାସ୍ତା ହୋଇଥିବା କାରଣରୁ କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ନାହଁି ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ଦୁର୍ବୃତ୍ତମାନେ ଚଳପ୍ରଚଳ କରି ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଘଟାଇଥାନ୍ତି। ଫଳରେ ଉକ୍ତ ରାସ୍ତାକୁ ବନ୍ଦ କରିବା ପାଇଁ ପ୍ରଶାସନକୁ ଜଣାଇଥିବାର ଆଇଟିଆଇ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତ କହିଛନ୍ତି। ଗ୍ରାମବାସୀଙ୍କ ପାଇଁ ଅନ୍ୟ ଏକ ରାସ୍ତା ମଧ୍ୟ ରହିଛି। ଉକ୍ତ ରାସ୍ତା ଗ୍ରାମବାସୀଙ୍କୁ ଯା’ଆସରେ ସହଜ ହେଉ ନ ଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଦିବାକର ଜେନାଙ୍କ କହିବାନୁସାରେ ଉକ୍ତ ଜମି ପୂର୍ତ୍ତବିଭାଗର ନୁହେଁ, ଜଣେ ବ୍ୟକ୍ତିଙ୍କର ଜମି ଅଟେ। ବନ୍ଦୋବସ୍ତରେ ଭୁଲ୍‌ବଶତଃ ପୂର୍ତ୍ତବିଭାଗ ନାମରେ ନାମିତ ହୋଇଯାଇଛି। ଦୀର୍ଘଦିନ ଧରି ରାସ୍ତାଟି ନକ୍ସାରେ ରହିଛି। ବେଆଇନ ଭାବେ ଆଇଟିଆଇ ଅଧ୍ୟକ୍ଷ ଏହାକୁ ଉଚ୍ଛେଦ କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ରମେଶ ଚନ୍ଦ୍ର ପତି, ଭାନୁମତୀ ନାୟକ, ରଜନୀ ମହାଳିକ, ସବିତା ଜେନା, ରଘୁନାଥ ନାୟକ, ବିଶ୍ୱନାଥ ନାୟକ, ଅନୁରାଗ ମହାନ୍ତି, ମିନତୀ ନାୟକ, ଅନୁସୟା ରଣା, ମମତା ମଜୁମଦାର ପ୍ରମୁଖ ଏହାକୁ ବିରୋଧ କରିବା ସହ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସଦର ବିଧାୟକ ମଦନମୋହନ ଦତ୍ତଙ୍କୁ ସମସ୍ୟାର ସମାଧାନ ନିମନ୍ତେ ଲିଖିତ ଭାବେ ଜଣାଇଛନ୍ତି। ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ, ଶିଳ୍ପାଞ୍ଚଳ ଥାନାଧିକାରୀ ଜୟନ୍ତ ବେହେରା, ସଦର ତହସିଲଦାର ପଞ୍ଚାନନ ପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରି ଜମିର ପ୍ରକୃତ ସ୍ଥିତି ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri