ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ନିମ୍ନମାନର: ପ୍ରତିବାଦ କଲେ ବଡବିଲ କଲେଜ ଛାତ୍ରୀଛାତ୍ର

ବଡବିଲ, ୨୯।.୧୧ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ସହରାଞ୍ଚଳ ଦେଇ ୪ ଲେନ ବିଶିଷ୍ଟ ୧୦ ନମ୍ବର ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ଓ ଖାଲଖମା ଗୁଡିକର ତୁରନ୍ତ ମରାମତି କରି ଦୁର୍ଘଟଣାକୁ ଏଡାଇବା ନିମନ୍ତେ ବ୍ୟବସ୍ଥା ଦାବି କରି ବଡବିଲ କଲେଜର ଛାତ୍ରୀଛାତ୍ର ଗୁରୁବାର ମଧ୍ୟାହ୍ନରେ ରାଜ୍ୟ ରାଜପଥକୁ ଓହ୍ଲାଇବା ସହ ରାସ୍ତା ଉପରେ ଛିଡା ହୋଇ ଏହାର ପ୍ରତିବାଦ କରିଛନ୍ତି। ତେବେ ଖବର ପାଇ ବଡବିଲ ଥାନା ପୋଲିସ ସେଠାରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବଡବିଲ-ଝାଡଖଣ୍ଡ ରାଜ୍ୟକୁ ସଂଯୋଗ କରୁଥିବା ବିବିଏନ(ବଣେଇ ବର୍ଡର-ବଡବିଲ-ନାଲଦା) ୧୦ ନମ୍ବର ରାଜ୍ୟ ରାଜପଥର ୨୯୯ନଂ ଭଦ୍ରାସାହିସ୍ଥିତରୁ ୩୦୫ନଂ ଡାକବଙ୍ଗଳା ପର୍ଯ୍ୟନ୍ତ ୬ କି.ମି. ଦୂରତ୍ୱ ରାସ୍ତା ନିର୍ମାଣ ନିମନ୍ତେ ୩୩କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତା ନିର୍ମାଣ ନିମନ୍ତେ ଅନୁଗୋଳର ଏକ ଠିକାଦାର ସଂସ୍ଥା କାର୍ଯ୍ୟାଦେଶ ପାଇ ଥିଲାବେଳେ ରାସ୍ତା ନିର୍ମାଣର ସମୟ ଅବଧି ୨୦୧୮ ମସିହା ଜୁଲାଇ ୩୦ତାରିଖ ଠାରୁ ଆରମ୍ଭ ହୋଇ ୨୦୧୯ ମସିହା ଜୁଲାଇ ୨୯ତାରିଖରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଧାର୍ଯ୍ୟ ହୋଇଥିଲା। ହେଲେ ଉକ୍ତ କାର୍ଯ୍ୟକୁ ଅନ୍ୟଜଣେ ଠିକାଦାରଙ୍କୁ ଦିଆଯାଇଥିବା ବେଳେ ନିମ୍ନରାସ୍ତାର ରାସ୍ତା ନିର୍ମାଣ ଯୋଗୁ ଅନେକ ସ୍ଥାନରେ ପିଚୁ ଦବିଯାଇଥିବା ଜଣାପଡିଛି। ଏ ନେଇ ବଡବିଲ ଗୃହ ଓ ରାସ୍ତା ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ଦାସଙ୍କୁ ପଚାରିଥିଲେ ହେଁ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ, ଗଛ କଟା ନେଇ ବିଳମ୍ବ ହୋଇଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନ ଥିବା କହିଥିଲେ। ନିମ୍ନମାନର କାର୍ଯ୍ୟ ଓ ପିଚୁ ଦବିବା ନେଇ ସହକାରୀ ଯନ୍ତ୍ରୀ ଦାସ କହିଛନ୍ତି ଯେ, ପିଚୁ ଦବିଗଲେ ପୁନର୍ବାର କଣ୍ଟ୍ରାକ୍ଟର ନିର୍ମାଣ କରିଦେବେ। ଗତ ସୋମବାର ଜଣେ ବ୍ୟକ୍ତି ବାଇକରୁ ପଡି ଗୁରୁତର ଅବସ୍ଥାରେ ଅନ୍ୟତ୍ର ସ୍ଥାନାନ୍ତର ହୋଇ ମୃତ୍ୟୁମୁଖରେ ପଡିଥିବା ଘଟଣା ଜାଣି ଛାତ୍ରୀଛାତ୍ର ଉକ୍ତ ରାସ୍ତାର ତୁରନ୍ତ ମରାମତି ନିମନ୍ତେ ଦାବି କରିଛନ୍ତି। ଏହାସହ ଛାତ୍ରଛାତ୍ର ଏହି ୪ ଲେନ ବିଶିଷ୍ଟ ରାସ୍ତାର ଉନ୍ନତମାନ ନିର୍ମାଣ ନିମନ୍ତେ ଜିଲା ମୁଖ୍ୟାଳୟରୁ ଜଣେ ସ୍ବତନ୍ତ୍ର ଯନ୍ତ୍ରୀଙ୍କୁ ନିୟୋଜିତ କରିବା ସହ ଖୁବ୍‌ ଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri