ରାସ୍ତାପାର୍ଶ୍ୱ ବୃକ୍ଷରୋପଣରେ ଲକ୍ଷଲକ୍ଷ ଖର୍ଚ୍ଚ: ରକ୍ଷଣାବେକ୍ଷଣ ଅଭାବରୁ ମରିଯାଉଛି ଗଛ

ଲେଫ୍ରିପଡ଼ା,୯।୧୧(ଡି.ଏନ.ଏ)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏ) ରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦରଗଡ ଜିଲା ଉଜ୍ୱଲପୁର ରେଞ୍ଜରେ ପ୍ରହସନର ରୂପ ନେଇଛି। ଲକ୍ଷ ଲକ୍ଷ ଟଙ୍କା ବିନଯୋଗରେ ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱରେ ଏହି ଯୋଜନାରେ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଥିଲେ ସୁଦ୍ଧା ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଫଳରେ ଅନେକ ଗଛ ମରିଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ଅର୍ଥ ପାଣିରେ ପଡ଼ୁଥିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି।
ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଉଜ୍ୱଲପୁର ବନ ବିଭାଗ ପକ୍ଷରୁ ଉଜ୍ୱଲପୁର ଠାରୁ ସର୍ଗିପାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ପାର୍ଶ୍ୱରେ ବୃକ୍ଷରୋପଣ ନାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୬ଲକ୍ଷ ୧୩ ହଜାର ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ ୪ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାଧାରଣ ଲୋକଙ୍କ ସୂଚନା ପାଇଁ ସୂଚନାଫଳକ ନିହାତି ଜରୁରୀ ହୋଇଥିଲେ ସୁଦ୍ଧା ଏଠାରେ କୌଣସି ସୂଚନା ଫଳକ ଦିଆଯାଇ ନାହିଁ। ସୂଚନାକୁ ଲୁଚାଇବାକୁ ଉଦ୍ୟମ କରାଯାଇଥିବାରୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ରାସ୍ତାର ୬ କି.ମି. ଦୂରତା ପର୍ଯ୍ୟନ୍ତ ବୃକ୍ଷରୋପଣର ଅଟକଳ କରାଯାଇଥିଲେ ସୁଦ୍ଧା ଦେଢ କିମିରେ ସୀମିତ ରହିବା ଏବଂ ଆବଶ୍ୟକୀୟ ଯତ୍ନ ଅଭାବରୁ ଗଛଗୁଡ଼ିକ ମରିଯିବା ତଥା ଠିକ୍‌ ଭାବେ ବଢିପାରୁ ନ ଥିବାର ଅଭିଯୋଗ ହୋଇଛି। ଏଭଳିକି ଅନେକ ଗଛ ଚତୁଃପାର୍ଶ୍ୱରେ ଜଙ୍ଗଲ ବୁଦାହୋଇ ଗଛଗୁଡ଼ିକ ନଷ୍ଟ କରି ଦେଉଥିବାବେଳେ ସେ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଗୁରୁତ୍ୱ ଦେଉ ନ ଥିବା ପ୍ରକାଶ ପାଇଛି।
ଏହି ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚ ୪,୬୮,୭୯୮.୭୬ ଟଙ୍କା ଦର୍ଶାଯାଇଥିବା ବେଳେ ତନ୍ମଧ୍ୟରୁ ୭୦ ଜଣ ଶ୍ରମିକ ନିୟୋଜିତ କରାଯାଇ ୭୦,୯୮୦ ଟଙ୍କା ଶ୍ରମିକଙ୍କ ପାଉଣା ଏବଂ ୩,୯୭,୮୧୮.୭୬ ଟଙ୍କା ସାମଗ୍ରୀ ବାବଦ ଖର୍ଚ୍ଚ ଦର୍ଶାଯାଇଛି। ତନ୍ମଧ୍ୟରୁ ଗାଈଗୋବର ପାଇଁ ୧୧,୨୫୦ଟଙ୍କା, ସୂଚନାଫଳକ ସମେତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୯,୭୦୦ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଏଥିରେ ବୃକ୍ଷରୋପଣରେ କୌଣସି ଗୋବର ଖତ ବ୍ୟବହାର କରାଯାଇ ନାହିଁ। ସୂଚନାଫଳକ ଲଗାହୋଇ ନ ଥିବା ବେଳେ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡା ଏହି ରେଞ୍ଜର ଟାଙ୍ଗରମୁଣ୍ଡାଠାରୁ ଟେଡ଼ଗାମହଣ ରାସ୍ତା, କୁଟ୍ରା ଠାରୁ ତିନକୁଡ଼ା ପଞ୍ଚାୟତ ରାସ୍ତା, ମଙ୍ଗସପୁରଠାରୁ କୁର୍ଲା ରାସ୍ତା, ସାଗରପାଲି ଠାରୁ ଧଉଁରାଅଢା ରାସ୍ତା, ମହୁଲପାଲି ଇଣ୍ଡଷ୍ଟ୍ରି ଠାରୁ କୁର୍ଗା ରାସ୍ତା, ମହୁଲପାଲିଠାରୁ କନକଜୁରା ପ୍ରଧାନମନ୍ତ୍ରୀ ରାସ୍ତା, କେପ୍‌ସେଠାରୁ ଖମାରବାହାଲ, କିିରକେଲା ଠାରୁ କରୁଆବାହାଲ, କିିରକେଲାଠାରୁ ଦୁବେଦାଣ୍ଡ, କିିରକେଲାଠାରୁ କୁରୁଡ଼ୁଙ୍ଗୁରି ଆଦି କେତେକ ରାସ୍ତାପାର୍ଶ୍ୱ ପ୍ରକଳ୍ପ କରାଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷରୋପଣ କରାଯାଇଛି। ଗଛଗୁଡ଼ିକର ଆବଶ୍ୟକ ସୁରକ୍ଷା ଓ ଯତ୍ନ ପ୍ରତି ବିଭାଗ ପକ୍ଷରୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଉଜ୍ୱଳପୁରଠାରୁ ସର୍ଗିପାଲି ରାସ୍ତାର ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଉଜ୍ୱଳପୁର ରେଞ୍ଜର ସଂଗ୍ରାମ କେଶରୀ ମଣିହୀରାଙ୍କୁ ପଚାରିବାରୁ ସୂଚନା ଫଳକ ଲଗାଯାଇଥିଲା। କୌଣସି ବ୍ୟକ୍ତିବିଶେଷ ଭାଙ୍ଗିଚୋରି କରି ନେଇଥିବା ପ୍ରକାଶ କରିଥିଲେ। ବୃକ୍ଷରୋପଣର ରକ୍ଷଣାବେକ୍ଷଣ ଦିଗରେ ପଚାରିବାରୁ ଗାବିଆନ୍‌ ସବୁ ଜନସାଧାରଣ ଚୋରି କରି ନେଇଯାଉଥିବାରୁ ପରେ ଗଛସବୁ ନଷ୍ଟ ହୋଇଯାଉଛି ବୋଲି କହିଛନ୍ତି। ସେହିପରି ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ବୃକ୍ଷରୋପଣ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ଆମ ପାଖରେ ବୃକ୍ଷ ରୋପଣ ପରେ ରକ୍ଷଣାବେକ୍ଷଣ କରିବାକୁ ଓ୍ବାଚର ନାହାନ୍ତି। ଏମ୍‌ଜିଏନ୍‌ଆରଇଜିଏର ପେମେଣ୍ଟ ଅନ୍ୟ ମଜୁରୀ ତୁଳନାରେ କମ୍‌ ଏବଂ ବିଳମ୍ବରେ ପେମେଣ୍ଟ ମିଳୁଥିବାରୁ ଓ୍ବାଚର କାମ କରୁନାହାନ୍ତି ବୋଲି କହିଥିଲେ। ତେଣୁ ଗଛ ସବୁ ନଷ୍ଟ ହୋଇଯାଉଛି ଏବଂ ରକ୍ଷଣାବେକ୍ଷଣ ହୋଇପାରୁନାହିଁ ବୋଲି କହିଛନ୍ତି। ଏମ୍‌ଜିଏନ୍‌ଆରଇଜିଏ ଯୋଜନାର କାର୍ଯ୍ୟକାରିତାରେ ରେଞ୍ଜରର କୌଣସି ସମ୍ପୃକ୍ତି ନାହିଁ। ଏହା ବ୍ଲକ୍‌ ଏବଂ ଫରେଷ୍ଟରମାନେ କାର୍ଯ୍ୟ କରିଥାନ୍ତି ବୋଲି ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri