‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ରୋଟାରି କ୍ଲବ ପକ୍ଷରୁ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା ସାମାରୋହ ପାଳିତ ହୋଇଯାଇଛି। କ୍ଲବର ସଭାପତି ଅଜାମ୍ବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ୩୨୬୨ ଜିଲାର ପୂର୍ବତନ ସଭାପତି ଶିବବ୍ରତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକମାନେ ଅଧିକ ପଢ଼ନ୍ତୁ, ଶିଖନ୍ତୁ ଓ ଶିଖାନ୍ତୁ ବୋଲି କହିବା ସହ ରାଜ୍ୟରେ ଗୁଣାତ୍ମକ ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ରହିଛି ବୋଲି ଶିବବ୍ରତ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯାଜପୁର ଜିଲା କାଏମାସ୍ଥିତ ଲାଲବାହାଦୁର ହାଇସ୍କୁଲର ଶିକ୍ଷୟିତ୍ରୀ ଗୀତା ମହାନ୍ତ, ଧର୍ମଶାଳା ବାଣୀପୀଠର ଶିକ୍ଷକ ପ୍ରଭାତ କୁମାର କର, ଗୋପାଲଜୀଉ ନୋଡାଲ ହାଇସ୍କୁଲର ଶିକ୍ଷକ ଆଶୁତୋଷ ମୁଦୁଲି, ଜାଇମରା ନୀଳକଣ୍ଠ ୟୁପି ସ୍କୁଲର ଶିକ୍ଷକ ଅଭୟ କୁମାର ଖୁଣ୍ଟିଆ ଓ କଳାଶ୍ରୀ ଗୋପାଳପୁରସ୍ଥିତ ଲକ୍ଷ୍ମୀନାରାୟଣ ବିଦ୍ୟାପୀଠର ଶିକ୍ଷକ ସରୋଜ କୁମାର ଶତପଥୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ପାଦକ ହରିହର ପଣ୍ଡା ବିବରଣୀ ପ୍ରଦାନ କରିଥିବା ବେଳେ ବିନୋଦ କୁମାର ପରିଡା ସଭା ପରିଚାଳନା କରିଥିଲେ ା ସାକ୍ଷରତା ଅଭିଯାନର ଅଧ୍ୟକ୍ଷ ଜୟପ୍ରକାଶ ତ୍ରିପାଠୀ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଜୟ କୁମାର ଶତପଥୀ, ରମେଶ ଚନ୍ଦ୍ର ସାହୁ, ତ୍ରିଲୋଚନ ବିଶ୍ୱାଳ, ପ୍ରଦୀପ୍ତ କୁମାର ବରାଳ, ଜୟନ୍ତ କୁମାର ସାହୁ, ରାଜେନ୍ଦ୍ର ପଲେଇ, ଅମୂଲ୍ୟ ମହାରଣା, ପ୍ରମୋଦ କୁମାର ସାମଲ, ଇନ୍ଦ୍ରମଣି ନାୟକ, ପ୍ରଶାନ୍ତ କୁମାର ପୃଷ୍ଟି, ଇନରହୁଇଲ କ୍ଲବ ସଭାପତି କଳ୍ପନା ପରିଡା, ମାଧୁରୀ ଶତପଥୀ, ମିନତୀ ସାହୁ, ଅଜନ୍ତା ପାଣିଗ୍ରାହୀ, ଇନ୍ଦୁପ୍ରଭା ସାମଲ, ଉପାସନା ଶତପଥୀ, ପ୍ରମୁଖ ସଭା ପରିଚାଳନାରେ ସହାୟତା କରିଥିଲେ। ଶେଷରେ ନିରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ...

ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର...

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮...

ବର୍ଷା ପୂର୍ବରୁ ଲୁଣା, କରାଣ୍ଡିଆ ବନ୍ଧ ସୁଦୃଢ଼ ଦାବି

କେନ୍ଦ୍ରାପଡ଼ା,୧୯ା୩ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri