Posted inଫୁରସତ

ରାଷ୍ଟ୍ରପତି ଭବନଠାରୁ ମଧ୍ୟ ଅଧିକ ସୁରକ୍ଷା ଦିଆଯାଏ ଏହି ଭବନକୁ

ସବୁ ଦେଶର ସୁରକ୍ଷିତ ସ୍ଥାନ ବା ଭବନ କହିଲେ ବୁଝାଏ ରାଷ୍ଟ୍ରପତି ଭବନ। ଏଠାରେ ସର୍ବଦା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହେଲେ ଏହଠାରୁ ମଧ୍ୟ ଅଧିକ ସୁରକ୍ଷା ପ୍ରଦାନ କରାଯାଏ ଆମେରିକାରେ ଥିବା ‘ଫୋର୍ଟ ନକ୍ସ’ ବିଲଡିଂକୁ। ସୁରକ୍ଷା ଲାଗି ପ୍ରତିଦିନ ୨୪ ଘଣ୍ଟା ଏହା ଉପରେ ହେଲିକପ୍ଟର ଘୂରି ବୁଲୁଥାଏ। ପ୍ରକୃତରେ ଏହା ହେଉଛି ଆମେରିକା ସେନାର ଏ ପୋଷ୍ଟ। କଣ୍ଟୁକି ରାଜ୍ୟରେ ଅବସ୍ଥିତ ଏହି ଫୋର୍ଟ ଏକ ଲକ୍ଷ ୯ହଜାର ଏକର ପରିମିତ ସ୍ଥାନରେ ଅବସ୍ଥାପିତ। ବିଶ୍ୱର ଏହା ସବୁଠାରୁ ସୁରକ୍ଷିତ ବିଲଡିଂ ବୋଲି କୁହାଯାଏ। ଆମେରିକା ସେନା ଦ୍ୱାରା ୧୯୩୨ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ। ଏଠାରେ ପକ୍ଷୀଟିଏ ଉଡିବା ବି କଷ୍ଟକର ବ୍ୟାପାର। ଏଠାରେ ଥିବା ଉଚ୍ଚ ଉଚ୍ଚ ପାଚିରୀ ମଜଭୁତ ମୋଟା ଗ୍ରାନାଇଟରେ ନିର୍ମାଣ କରାଯାଇଛି। ଆଉ ଏହାର ସୁରକ୍ଷା ପାଇଁ ପାଖାପାଖି ୩୦ ହଜାର ସେନାଙ୍କୁ ମୁତୟନ କରାଯାଇଛି। ଫୋର୍ଟ ନକ୍ସର ଛାତ ସମ୍ପୂର୍ଣ୍ଣ ଭାବେ ବୋମା ନିରୋଧକ। ଯେ କୌଣସି ଧରଣର ବୋମା ଫୁଟିଲେ ମଧ୍ୟ ଏହାର କୌଣସି କ୍ଷତି କରିପାରିବ ନାହିଁ। ଏହାସହ ଏହାର ଚାରିପଟେ ବିଭିନ୍ନ ପ୍ରକାରର ଆଲାମ୍‌ ମଧ୍ୟ ଲଗାଯାଇଛି। ଏହାର ସୁରକ୍ଷାରେ ଆପାଚେ ହେଲିକପ୍ଟର ବ୍ୟବହାର କରାଯାଉଛି। ବିନା ଅନୁମତିରେ ଏହା ଭିତରକୁ ତ ଦୂରର କଥା ଏହା ନିକଟକୁ ପହଞ୍ଚିବା ମଧ୍ୟ କଷ୍ଟକର ବ୍ୟାପାର ହୋଇଥାଏ। ଫୋର୍ଟ ନକ୍ସକୁ ଗୋଲ୍ଡ ରିଜର୍ଭ ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ପାଖାପାଖି ୪୨ ଲକ୍ଷ କିଲୋ ସୁନା ରଖାଯାଇଛି। ଏହାବ୍ୟତିତ ଏଠାରେ ଆମେରିକା ସ୍ବତନ୍ତ୍ରତାର ଅସଲି ଘୋଷଣାପତ୍ର, ଗୁଟେନବର୍ଗର ବାଇବେଲ ଓ ଆମେରିକା ସମ୍ବିଧାନର ଅସଲି କପି ଆଦି ମହତ୍ୱପୂର୍ଣ୍ଣ ଜିନିଷ ଗଚ୍ଛିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri