Posted inRasifala

ରାଶିଫଳ: ଶୁକ୍ରବାର, ଫେବ୍ରୁଆରି ୨୮ ତାରିଖ – Daily Horoscope

ମେଷ
ଶ୍ରୀଚନ୍ଦ୍ର ଯୋଗୁ ଅର୍ଥଲାଭ, ପାରିବାରିକ ଉନ୍ନତି ହେବ କିନ୍ତୁ ଘାତଚନ୍ଦ୍ର ପ୍ରଭାବରେ ଯାତ୍ରାରେ କାର୍ଯ୍ୟହାନି ଓ ହଇରାଣ ହୋଇପାରନ୍ତି। ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲରେ ବିତିବ।
ବୃଷ
ବୃଷ
ଏକାଦଶରେ ଶୁକ୍ର ବନ୍ଧୁଙ୍କ ସହ ସଫଳ ଆଲୋଚନା ମଧ୍ୟରେ ମନ ଖୁସି ରହିବ। ସମସ୍ୟା ମଧ୍ୟରେ ଗତି କରି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିରର୍ଥକ ହେବନି। ଅଫିସ୍‌ରେ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ।
ମିଥୁନ
ମିଥୁନ
କୌଣସି ନୂତନ କାମ ଆରମ୍ଭ ପାଇଁ ପରିବାରରେ ଆଲୋଚନା କରିପାରନ୍ତି। ଆଜିର ଦିନଟି ମନ୍ଦ ହେବନି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ବିବାଦୀୟ ସ୍ଥିତି ସୃଷ୍ଟି କରିି କାର୍ଯ୍ୟକୁ ସାମୟିକ ଅଟକାଇ ଦେଇପାରନ୍ତି। ଆପଣ ଅନ୍ୟମାନଙ୍କ ପାଇଁ ଯେଉଁ କାମ ସହଜରେ କରିଦେଇପାରିବେ ତାହା ନିଜପାଇଁ କରିପାରିବେ ନାହିଁ।
କର୍କଟ
କର୍କଟ
କ୍ରନିକ୍‌ରୋଗ ଜନିତ ସାମୟିକ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆର୍ଥିକ ଅନଟନ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ପୂର୍ବ ନିର୍ଦ୍ଧାରିତ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ। ବନ୍ଧୁଙ୍କ ସହାୟତାରେ ଧାର କରଜ,ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ପାଇପାରନ୍ତି।
ସି˚ହ
ସି˚ହ
ଦିନଟିରେ ସ୍ବାସ୍ଥ୍ୟଭଲ ରହିବ, ଅଭାବ ମଧ୍ୟ ରହିବନି କିମ୍ବା କାମ ମଧ୍ୟ ଅଟକିବନାହିଁ। ବ୍ୟବସାୟ କ୍ଷେତ୍ରରୁ ଅଂଶଧନ ହିସାବରେ ଅଧିକ ଧନ ପାଇ ଖୁସି ହେବେ। ବନ୍ଧୁଙ୍କ କାମରେ ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆତ୍ମୀୟମାନେ ପୂର୍ବବିବାଦକୁ ମନେପକାଇ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ଅନୁକୂଳ ଗ୍ରହ ପ୍ରଭାବରେ ଦୀର୍ଘଦିନର ଆଶା ପୂରଣ ହେବା ସାଙ୍ଗକୁ ମାନସିକ ସ୍ଥିତି ମଧ୍ୟ ଭଲ ରହିବ। କାର୍ଯ୍ୟଦକ୍ଷତା ଓ ନିୟମାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ହସ୍ତା ନକ୍ଷତ୍ର ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି।
ତୁଳା
ତୁଳା
ଆଜି ଅର୍ଥ ଓ ସମ୍ମାନ ପାଇବା ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ ମାନସିକସ୍ଥିତି ଭଲ ରହିବ। ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ବ୍ୟକ୍ତିଗତ କ୍ଷେତ୍ରରେ ଉପକୃତ ହୋଇପାରନ୍ତି। ପାରସ୍ପରିକ ସ୍ନେହ, ସହାନୁଭୂତି ଓ ସୁସମ୍ପର୍କରୁ ପାରିବାରିକ ସ୍ଥିତି ବହୁତ ଭଲ ରହିବ।
ବିଛା
ବିଛା
ଶାରୀରିକ ସୁସ୍ଥତା ସାଙ୍ଗକୁ ମନ ଚାହୁଁଥିବା ଜିନିଷ ଲାଭକରି ଆନନ୍ଦ ଅନୁଭବ କରିବେ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ ଏବଂ ଆଶାନୁଯାୟୀ ରୋଜଗାର ମଧ୍ୟ ଭଲ ହେବ। ପରୋକ୍ଷ ଶତ୍ରୁତା କାରଣରୁ ଅନୁରାଧା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଅଶାନ୍ତି ପରିସ୍ଥିତି ଉପୁଜିପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ନିଶ୍ଚିତ ସଫଳତା ପାଇପାରିବେ। ପୂର୍ବାଷାଢ଼ା ନକ୍ଷତ୍ର ନୀଚ ସଂସର୍ଗରୁ ଦୂରେଇ ନ ରହିଲେ ପରୋକ୍ଷ ସମାଲୋଚନାରୁ ବାଦ୍‌ ପଡିବେ ନାହିଁ। ନୂତନ ପ୍ରକଳ୍ପ ଆରମ୍ଭ, ନିର୍ମାଣାଧୀନ କାମ, କ୍ରୟବିକ୍ରୟ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ମକର
ମକର
କୌଶଳପ୍ରୟୋଗ କରି କାର୍ଯ୍ୟସାଧନ କରିବାରେ ଆପଣଙ୍କ ଚେଷ୍ଟା ନିରର୍ଥକ ହେବନାହିଁ। ବନ୍ଧୁ ପରିଜନଙ୍କ ସହ ଆଜିର ସକାଳ ଯାତ୍ରା ବେଶ୍‌ ପ୍ରୀତିପ୍ରଦ ରହିବ। ପାରସ୍ପରିକ ଉତ୍ତମ ବୁଝାମଣାରୁ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବ। ମାତ୍ର ଅଫିସ୍‌ରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ବିଶେଷ ଗୁରୁତର ନ ହେଲେ ମଧ୍ୟ କ୍ରନିକ୍‌ ରୋଗପୀଡ଼ା ଲାଗିରହିବ। ସରକାରୀ ସ୍ତରରୁ ଆଶା କରିଥିବା ଖବରଟି ପଡ଼ୋଶୀଙ୍କଠାରୁ ପାଇ ଖୁସି ହେବେ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମୀନମୀନ
ବିଭିନ୍ନ ପ୍ରକାରର ଅତୀତ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସନ୍ଦେହ ବୃଦ୍ଧି କାରଣରୁ ପରିବାରରେ ମନାନ୍ତର ସୃଷ୍ଟିହେବାର ଆଶଙ୍କା ରହିଛି। ଆଗାମୀ ମାଙ୍ଗଳିକ କାମ ସକାଶେ ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କୌଣସି କାମରେ ଅଧୈର୍ଯ୍ୟ ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା…

ରାଶିଫଳ: ଶନିବାର, ଜୁଲାଇ ୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଆଜିର ଭୁଲ୍‍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା…

ରାଶିଫଳ: ଶୁକ୍ରବାର, ଜୁଲାଇ ୩ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳ ଓ କେତୁଙ୍କ ସ୍ଥିତିଜନିତ କଠୋର ବ୍ୟବହାର ସାଙ୍ଗକୁ ବିଚାରଧାରାରେ ବ୍ୟତିକ୍ରମ ରହିପାରେ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri