Posted inRasifala

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ
ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି । କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡିବ । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡିଲେ ଅପଦସ୍ଥ ହେବେ । କର୍ମକ୍ଷେତ୍ରରେ କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।
ବୃଷ
ବୃଷ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭାଇ ଭଗାରି ସାଜିପାରନ୍ତି କିମ୍ବା ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାର ସମ୍ମୁଖୀନ କରାଇ ପାରନ୍ତି । କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୈାଣସି କାମ ଶୃଙ୍ଖଳିତ ରହିନପାରେ ।
ମିଥୁନ
ମିଥୁନ
ଦୂରଯାତ୍ରା,ସତ୍‌ସଙ୍ଗ,ପରିଭ୍ରମଣର ସୁଯୋଗ ପାଇପାରିବେ । ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତ ପ୍ରକାଶ କରିପାରନ୍ତି । ବ୍ୟବସାୟ ଓ ପରିବହନରେ ମାନମାନା‘ର ଦେଖା ଦେଇପାରେ । ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ ଲାଗି ରହିବା ହେତୁ ସଠିକ୍‌ ନିଷ୍ପତି ନେଇ ପାରିବେ ନାହିଁ ।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟ ଦକ୍ଷତା ସଙ୍ଗକୁ ସହନଶୀଳତା ଓ ସେବା ଓ ସହଯୋଗ ମନୋଭାବରୁ ସମସ୍ତଙ୍କର ଆଦରଣୀୟ ହେବେ । ଗତକାଲି ଠାରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ପାଇପାରନ୍ତି । ବ୍ୟବସାୟ,ବାଣିଜ୍ୟ,କଳା,ସାହିତ୍ୟରେ ମଧ୍ୟ ସମ୍ମାନ ମିଳିବ ।
ସି˚ହ
ସି˚ହ
ସାଧାରଣ କଥାରେ ମଧ୍ୟ ଟେନସନ୍‌ ବଢିଯିବ କିନ୍ତୁ ଅପରାହ୍ନରେ ଆପଣ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟ ଲାଭ କରିବେ, ଯଦ୍ଦ୍ବାରା କି ଆର୍ଥିକ ଦିଗଟି ଭଲ ରହିବ । କୌଣସି ପ୍ରମାଣ ନ ଥାଇ ପାଖ, ପଡୋଶୀମାନଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ ।
କନ୍ୟା
ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । ସୁସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ । କଚେରି ମାମଲା ତଥା ଆଇନରୁ ସୁଫଳ ପାଇବେ ଅବଶ୍ୟ ମଧ୍ୟାହ୍ନ ପରେ ଆଶାର ଆଲୋକ ଦେଖିବେ ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ମନ ଖୁସୀ ରହିବ । ଶୁକ୍ରଙ୍କ କୁପ୍ରଭାବଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ ।
ବିଛା
ବିଛା
ଦୀର୍ଘଦିନରୁ ଆଶା କରୁଥିବା ଅର୍ଥପ୍ରାପ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ । କୌଣସି ଅସାମାଜିକ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ପରିଜନଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ, ଯାହା କି ସାମୟିକ ମନକୁ ହାଲୁକା କରିଦେବ ।
ଧନୁ
ଧନୁ
ଯାହା ମନସ୍ଥ କରିଛନ୍ତି ତାହା ଆଜି ହିଁ ପୂର୍ଣ୍ଣତା ଲାଭ କରିବ । ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ କାମ କରି ଚାଲନ୍ତୁ ଭଲ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହା କି ମାନସିକ ସ୍ଥିତିର ପରିପନ୍ଥୀ ହୋଇ ନ ପାରେ । ସହକର୍ମୀମାନଙ୍କୁ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । କେହି ପ୍ରତିବାଦ କରିପାରନ୍ତି, ଯାହା କି ଆପଣଙ୍କ କାମ ପାଇଁ ତାହା ବାଧକ ସାଜିବ । ଆଜିର ବନ୍ଧୁମାନଙ୍କ ଗହଣରେ ପ୍ରାତଃ ଭ୍ରମଣ ଓ ମନୋରଞ୍ଜନ ପ୍ରୀତିପ୍ରଦ ହେବ ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ କିନ୍ତୁ ପୂର୍ବଭାଦ୍ରବ ନକ୍ଷତ୍ରର ସାଧାରଣ ପାରିବାରିକ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ଓ ନିଜ ପରିବେଶରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ସରକାରୀ କାମରେ ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।
ମୀନମୀନ

ଅର୍ଥାଭାବ ନ ଥାଇ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ଥିଲେ ମଧ୍ୟ ପାରିବାରିକ କନ୍ଦଳ ସମସ୍ତ ସୁଖକୁ ନଷ୍ଟ କରିଦେବ । କର୍ମକ୍ଷେତ୍ରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଅପରାହ୍ନରେ ଆପଣାଛାଏଁ ସମସ୍ୟା କମିବା ଫଳରେ ରହିଥିବା ଟେନସନ୍‌ କମିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri