Posted inRasifala

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ
ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି । କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡିବ । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡିଲେ ଅପଦସ୍ଥ ହେବେ । କର୍ମକ୍ଷେତ୍ରରେ କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।
ବୃଷ
ବୃଷ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭାଇ ଭଗାରି ସାଜିପାରନ୍ତି କିମ୍ବା ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାର ସମ୍ମୁଖୀନ କରାଇ ପାରନ୍ତି । କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୈାଣସି କାମ ଶୃଙ୍ଖଳିତ ରହିନପାରେ ।
ମିଥୁନ
ମିଥୁନ
ଦୂରଯାତ୍ରା,ସତ୍‌ସଙ୍ଗ,ପରିଭ୍ରମଣର ସୁଯୋଗ ପାଇପାରିବେ । ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତ ପ୍ରକାଶ କରିପାରନ୍ତି । ବ୍ୟବସାୟ ଓ ପରିବହନରେ ମାନମାନା‘ର ଦେଖା ଦେଇପାରେ । ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ ଲାଗି ରହିବା ହେତୁ ସଠିକ୍‌ ନିଷ୍ପତି ନେଇ ପାରିବେ ନାହିଁ ।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟ ଦକ୍ଷତା ସଙ୍ଗକୁ ସହନଶୀଳତା ଓ ସେବା ଓ ସହଯୋଗ ମନୋଭାବରୁ ସମସ୍ତଙ୍କର ଆଦରଣୀୟ ହେବେ । ଗତକାଲି ଠାରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ପାଇପାରନ୍ତି । ବ୍ୟବସାୟ,ବାଣିଜ୍ୟ,କଳା,ସାହିତ୍ୟରେ ମଧ୍ୟ ସମ୍ମାନ ମିଳିବ ।
ସି˚ହ
ସି˚ହ
ସାଧାରଣ କଥାରେ ମଧ୍ୟ ଟେନସନ୍‌ ବଢିଯିବ କିନ୍ତୁ ଅପରାହ୍ନରେ ଆପଣ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟ ଲାଭ କରିବେ, ଯଦ୍ଦ୍ବାରା କି ଆର୍ଥିକ ଦିଗଟି ଭଲ ରହିବ । କୌଣସି ପ୍ରମାଣ ନ ଥାଇ ପାଖ, ପଡୋଶୀମାନଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ ।
କନ୍ୟା
ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । ସୁସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ । କଚେରି ମାମଲା ତଥା ଆଇନରୁ ସୁଫଳ ପାଇବେ ଅବଶ୍ୟ ମଧ୍ୟାହ୍ନ ପରେ ଆଶାର ଆଲୋକ ଦେଖିବେ ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ମନ ଖୁସୀ ରହିବ । ଶୁକ୍ରଙ୍କ କୁପ୍ରଭାବଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ ।
ବିଛା
ବିଛା
ଦୀର୍ଘଦିନରୁ ଆଶା କରୁଥିବା ଅର୍ଥପ୍ରାପ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ । କୌଣସି ଅସାମାଜିକ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ପରିଜନଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ, ଯାହା କି ସାମୟିକ ମନକୁ ହାଲୁକା କରିଦେବ ।
ଧନୁ
ଧନୁ
ଯାହା ମନସ୍ଥ କରିଛନ୍ତି ତାହା ଆଜି ହିଁ ପୂର୍ଣ୍ଣତା ଲାଭ କରିବ । ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ କାମ କରି ଚାଲନ୍ତୁ ଭଲ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହା କି ମାନସିକ ସ୍ଥିତିର ପରିପନ୍ଥୀ ହୋଇ ନ ପାରେ । ସହକର୍ମୀମାନଙ୍କୁ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । କେହି ପ୍ରତିବାଦ କରିପାରନ୍ତି, ଯାହା କି ଆପଣଙ୍କ କାମ ପାଇଁ ତାହା ବାଧକ ସାଜିବ । ଆଜିର ବନ୍ଧୁମାନଙ୍କ ଗହଣରେ ପ୍ରାତଃ ଭ୍ରମଣ ଓ ମନୋରଞ୍ଜନ ପ୍ରୀତିପ୍ରଦ ହେବ ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ କିନ୍ତୁ ପୂର୍ବଭାଦ୍ରବ ନକ୍ଷତ୍ରର ସାଧାରଣ ପାରିବାରିକ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ଓ ନିଜ ପରିବେଶରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ସରକାରୀ କାମରେ ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।
ମୀନମୀନ

ଅର୍ଥାଭାବ ନ ଥାଇ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ଥିଲେ ମଧ୍ୟ ପାରିବାରିକ କନ୍ଦଳ ସମସ୍ତ ସୁଖକୁ ନଷ୍ଟ କରିଦେବ । କର୍ମକ୍ଷେତ୍ରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଅପରାହ୍ନରେ ଆପଣାଛାଏଁ ସମସ୍ୟା କମିବା ଫଳରେ ରହିଥିବା ଟେନସନ୍‌ କମିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ସହ କର୍ମକ୍ଷେତ୍ର ଏବଂ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ବନ୍ଧୁମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ନୂତନ ଉତ୍ସାହର…

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri