Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ
ଯେଉଁ କାମ ବିଷୟରେ ଚିନ୍ତା କରୁଛନ୍ତି ସେଥିରେ ଅସୁବିଧା ରହିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ କ୍ଷେତ୍ର ମଧ୍ୟ ସହୃଦୟତାପୂର୍ଣ୍ଣ ରହିବ। ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆପଣେଇ ନେବେ। ବାଣିଜ୍ୟ, ପରିବହନ, ନିର୍ମାଣ, ଆନୁଷ୍ଠାନିକ କାମ, ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କାମ କରିବା ଭଲ ହେବ। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ସଭାସମିତିରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି। କୃତ୍ତିକା ନକ୍ଷତ୍ର ପରିବାରରେ ସନ୍ତାନହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ।
ମିଥୁନ
ମିଥୁନ
ଅବହେଳାଜନିତ କର୍ମକ୍ଷେତ୍ରରେ କୈଫିୟତ୍‌ ଦେବାକୁ ପଡ଼ିପାରେ। କଳା, ସାହିତ୍ୟ. ସାମ୍ବାଦିକତା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଶତ୍ରୁମାନେ ପରୋକ୍ଷରେ ବହୁତ କହିବେ ସିନା କିଛି କରି ପାରିବେ ନାହିଁ। ପୁନର୍ବସୁ ନକ୍ଷତ୍ର ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ ଓ ଲେଖାପଢ଼ାରୁ ଶୁଭଫଳ ପାଇବେ।
କର୍କଟ
କର୍କଟ
ଶନିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ମନକୁ ଶିଥିଳତା କରି ସମସ୍ୟା ସମାଧାନରେ ସହାୟକ ହେବ। ଭାଇ,ବନ୍ଧୁ,ସହକର୍ମୀ କିମ୍ବା ଯାତ୍ରାକାଳୀନ ବନ୍ଧୁଙ୍କ ସହ ସୁସମ୍ପର୍କ ସୃଷ୍ଟି ହୋଇପାରେ। ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପୁଷ୍ୟା ନକ୍ଷତ୍ର ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ସଭା ସମିତିରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଚିନ୍ତା କରିବା ଭଲ । ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ବନ୍ଧୁଙ୍କ ସମ୍ଭାବ୍ୟ ସାହାଯ୍ୟ କିମ୍ବା ପରାମର୍ଶ ପାଇପାରିବେ। ରାଜନୀତି, ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବିବାଦୀୟ ପରିସ୍ଥିତି କ୍ଷେତ୍ରରେ ସଫଳତା ହାସଲ କରିବେ।
କନ୍ୟା
ଷଷ୍ଠସ୍ଥ ଗ୍ରହ ପ୍ରଭାବ ଜନିତ ପ୍ରାପ୍ୟ ହାସଲରେ ବିଜାତୀୟ ବ୍ୟକ୍ତିଙ୍କ ବିରୋଧାଭାଷର ସୂଚନା ଜାଣି ପାରିବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବାରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ଚତୁର୍ଥସ୍ଥ ଚନ୍ଦ୍ର ହେତୁ ମନ ଅନୁଯାୟୀ କାମ କରିବାରେ କୌଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିିପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିପାରେ। ପଦସ୍ଥ ବ୍ୟକ୍ତିଙ୍କ ସହ ବିବାଦୀୟ ସ୍ଥିତିର ଆଲୋଚନାରେ ସମୟ କଟାଇପାରନ୍ତି।
ବିଛା
ବିଛା
ଆଜି ତୃତୀୟସ୍ଥ ମଙ୍ଗଳଜନିତ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। ଜ୍ୟେଷ୍ଠା ନକ୍ଷତ୍ରର ପାରିବାରିକ ସ୍ଥିତିରେ ଉନ୍ନତି ହୋଇପାରେ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବେପାର ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ରହିବେ।
ଧନୁ
ଧନୁ
ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମକଲେ ସଫଳତା ପାଇବେ। ମୂଳା ନକ୍ଷତ୍ର ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡ଼ିବେ। ବ୍ୟବସାୟ ଭଲ ହେବ। କଠିନଶ୍ରମ ଓ ପରିଶ୍ରମ ହେତୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
ମକର
ମକର
କର୍ମକ୍ଷେତ୍ରରେ ଯେତେ ପ୍ରକାର ଭଲ କାମ କଲେ ମଧ୍ୟ ପ୍ରଶଂସାସୂଚକ ଅଭିବ୍ୟକ୍ତି ପାଇବେ। ଧନିଷ୍ଠା ନକ୍ଷତ୍ରର ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି। କିନ୍ତୁ ବନ୍ଧୁମାନଙ୍କ ସହ ସମ୍ପର୍କରେ ଉନ୍ନତି ଯୋଗୁ ଖୁସି ରହିପାରନ୍ତି।
କୁମ୍ଭ
କୁମ୍ଭ
ପୂର୍ବ ସ୍ଥିରୀକୃତ ଯୋଜନା ଅନୂଯାୟୀ କର୍ମରେ ପ୍ରବୃତ୍ତ ହୋଇ ସଫଳତା ହାସଲ କରିବେ। ପାଖରେ ନ ଥିବା ଜିନିଷଟି ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିବାର ସମ୍ଭାବନା ରହିଛି। ଶତଭିଷା ନକ୍ଷତ୍ରର ପାରିବାରିିକ କ୍ଷେତ୍ର ବୁଝାମଣା ଭିତିରେ ଶୃଙ୍ଖଳିତ ରହିବ। ଈର୍ଷାପରାୟଣ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।
ମୀନମୀନ

ଆଜିର ଗ୍ରହସ୍ଥିତି ପ୍ରଭାବରୁ ଯାତ୍ରା, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମରେ ସଫଳତା ନିଶ୍ଚିତ। ନିଜ ଲୋକଙ୍କୁ ଭୁଲ୍‌ ବୁଝିବା ସାଙ୍ଗକୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଉତ୍ତରଭାଦ୍ରବ ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ଧ୍ୟାନଦେଇ କାମକରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ ପଡ଼ୋଶୀଙ୍କ କାନକୁହା କଥାରେ ପାରିବାରିକ କଳହର ଆଶଙ୍କା ରହିଛି। ସମସ୍ୟା ସମାଧାନ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିପାରନ୍ତି। ଧାର୍ମିକ କାର୍ଯ୍ୟ, ଶିଳ୍ପ ବାଣିଜ୍ୟ,…

ରାଶିଫଳ: ରବିବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ଆପଣଙ୍କୁ ଅନେକ ମାନସିକ ଦ୍ୱନ୍ଦ ଓ ଆଶା,ନିରାଶା ମଧ୍ୟରେ ଦିନଟି କଟଇବାକୁ ପଡିପାରେ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର…

ରାଶିଫଳ: ଶନିବାର , ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସହ ନୂତନ ବସ୍ତ୍ର, ଆଭୂଷଣ ଲାଭ କରିପାରନ୍ତି। ପିଲାଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବା କାରଣରୁ ମାନସିକ ଅଶାନ୍ତି…

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଯାତ୍ରା କିମ୍ବା କଠୋର ପରିଶ୍ରମ ଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri