Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ
ଆଜି ପ୍ରିୟଜନମାନଙ୍କ ସାନ୍ନିଧ୍ୟ ସାଙ୍ଗକୁ ପାରିବାରିକ ସମ୍ପର୍କ ଅତୁଟ ରହିବ। ଦ୍ୱିଜା ନକ୍ଷତ୍ର ସକାଶେ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ହେତୁ ମାନସିକ ସ୍ତରରେ ସୁଖି ରହିପାରିବେ ନାହିଁ।
ବୃଷ
ବୃଷ
କାମ ହାସଲ କ୍ଷେତ୍ରରେ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ରୋହିଣୀ ନକ୍ଷତ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ଯାତ୍ରା ସମୟରେ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ।
ମିଥୁନ
ମିଥୁନ
ଆଜି ବ୍ୟବସାୟ, ଯାତ୍ରା, ରାଜନୀତି, ସଭାସମିତି, ପ୍ରତିଯୋଗିତା ଓ ସ୍ତ୍ରୀଙ୍କ ସ୍ବାସ୍ଥ୍ୟରେ ସନ୍ତୋଷ ଲାଭ କରିବେ। ମୃଗଶିରା ନକ୍ଷତ୍ରର ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ଆଲୋଚନା ସମୟରେ ବନ୍ଧୁଙ୍କ ଛୋଟିଆ କଥାଟିକୁ ବଡ଼ ଆକାରରେ ଚିନ୍ତା କରିପାରନ୍ତି। କାମଟି ହାତକୁ ନେବା ପୂର୍ବରୁ ବିଚାର କରିବା ଭଲ ହେବ।
କର୍କଟ
କର୍କଟ
ଆତ୍ମୀୟମାନେ, କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିପାରନ୍ତି। ନିଜ ଚତୁଃପାର୍ଶ୍ୱସ୍ଥ ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ କାମକୁ ପ୍ରାଥମିକତା ଦେଇ ପ୍ରଶଂସିତ ହେବେ। ମାନସିକ ସ୍ଥିରତା ଅବ୍ୟାହତ ରଖିଲେ ଉପକାର ପାଇବେ। ବରାଦ ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।
ସି˚ହ
ସି˚ହ
ଉତ୍ତରାଫାଲଗୁନୀ ନକ୍ଷତ୍ରର ପଡ଼ୋଶୀ, ଅଧସ୍ତନ କର୍ମଚାରୀ ଓ ବନ୍ଧୁଙ୍କ ଦ୍ୱାରା ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ। ଅତୀତ ଘଟଣାବଳୀର ସମୀକ୍ଷା କରିବା ସହ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଆବଶ୍ୟକତା ପରିପ୍ରେକ୍ଷୀରେ ଗୁଡ଼ାଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ବ୍ୟବସାୟିକ ଦିଗଟି ମନ୍ଦ ହେବନାହିଁ କିନ୍ତୁ ଋଣଗ୍ରସ୍ତ ହେବାକୁ ପଡ଼ିପାରେ।
କନ୍ୟା
ଚିତ୍ରା ନକ୍ଷତ୍ରର ବିବାଦୀୟ ଚିନ୍ତା ଓ ବିଭିନ୍ନ ସମସ୍ୟା ମଧ୍ୟରେ ମୁଣ୍ଡ ଗରମ ରହିବ। ଟଙ୍କା, ପଇସାର ଅଭାବ ନ ଥିଲେ ମଧ୍ୟ କୌଣସି କାମ ମନଲାଖି ହେବନାହିଁ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ପାଇବେ। ପୂର୍ବଶତ୍ରୁତାରୁ ମାନସିକ ବ୍ୟଥା ଅନୁଭବ କରିବେ ପୁନଶ୍ଚ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ।
ତୁଳା
ତୁଳା
ପାରିବାରିକ କ୍ଷେତ୍ରରେ ଅପ୍ରିୟ ସତ୍ୟ କହି ହଲ୍‌ଚଲ୍‌ ସୃଷ୍ଟି କରିବେ। ବିଶାଖା ନକ୍ଷତ୍ର ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା ପାଇଁ ପ୍ରସ୍ତୁତ ହେବେ। ବାଣିଜ୍ୟ, ପରିବହନ, ଗବେଷଣା, ଅନୁସନ୍ଧାନ, ଚୁକ୍ତିପତ୍ର, ଆନୁଷ୍ଠାନିକ ଆଲୋଚନା କାମ ସକାଶେ ଦିନଟି ସ୍ମରଣୀୟ ରହିବ। ଅର୍ଥନୈତିକ କ୍ଷେତ୍ରରେ କିଛିଟା ସମସ୍ୟା ଭିତରେ ଚଳିବାକୁ ବାଧ୍ୟ ହେବେ।
ବିଛା
ବିଛା
ଯାହା ହୋଇପାରିନାହିଁ ଆଜିହିଁ ତାହା ସମ୍ପନ୍ନ ହେବା ପାଇଁ ମାର୍ଗ ପ୍ରଶସ୍ତ ରହିବ। ବିଶ୍ୱସ୍ତ ସୂତ୍ରରୁ ଆଶା କରୁଥିବା ଖବର ପାଇ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ସ୍ନାୟବିକ ଦୁର୍ବଳତା ଦେଖାଦେବା କାରଣରୁ ସାମାନ୍ୟ ଆଳସ୍ୟ ଅନୁଭବ କରିପାରନ୍ତି। ଅନୁରାଧା ନକ୍ଷତ୍ରର ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ର ଆଜି କାର୍ଯ୍ୟ ହାସଲ ଜନିତ ଆତ୍ମତୃପ୍ତି ଅନୁଭବ କରିବେ। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗମୂଳକ ମନୋବୃତ୍ତି ଆପଣଙ୍କ ମନୋବଳ ବୃଦ୍ଧି କରିବ। ଆଜି ଆପଣ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ମଙ୍ଗଳଙ୍କ ଦୁର୍ବଳତା ପ୍ରଭାବରୁ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ।
ମକର
ମକର
ଶ୍ରବଣା ନକ୍ଷତ୍ର ଅଟକି ରହିଯାଇଥିବା କାମ ସକାଶେ ବେଶି ଚିନ୍ତା କରିବେ। ବନ୍ଧୁମାନଙ୍କ ପରାମର୍ଶରେ ନୂତନ ଯୋଜନା ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ପାଖ ପଡ଼ୋଶୀଙ୍କ ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାକୁ ଭାବିଚିନ୍ତି କରିବା ଭଲ ହେବ। ସାମାନ୍ୟ କଥାରେ ସ୍ତ୍ରୀଙ୍କ ସହ ଯୁକ୍ତିତର୍କଜନିତ ମତ ପାର୍ଥକ୍ୟ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ସବୁ ସମୟରେ ପାଖରେ ରହୁଥିବା ବ୍ୟକ୍ତିଟିର ଅନୁପସ୍ଥିତି ମନକୁ ଚିନ୍ତାଶୀଳ କରିବ। ସ୍ବାଧୀନ ଭାବେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ଅର୍ଥପ୍ରାପ୍ତି, ନିର୍ମାଣ, ଶେୟାର ବଜାର, ଜମିଜମା , ସାମ୍ବାଦିକତାରେ ପ୍ରଂଶସିତହେବେ। ପୂର୍ବଭାଦ୍ର ନକ୍ଷତ୍ର ପରିବାର ସଦସ୍ୟଙ୍କ ସହମତିରେ କାମ କରିବା ଭଲ।
ମୀନମୀନ

ପୁରାତନ ରୋଗପୀଡ଼ା ଜନିତ ସମସ୍ୟା ସାଙ୍ଗକୁ ପାରିବାରିକ ଅବ୍ୟବସ୍ଥା ଜନିତ ମନ ଅଶାନ୍ତ ରହିବ। ରେବତୀ ମନ୍ଦ ଉଦ୍ଦେଶ୍ୟରେ କରିଥିବା ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଅର୍ଥ ଲାଭ, ସଙ୍ଗୀତ ଚର୍ଚ୍ଚା, ଆନୁଷ୍ଠାନିକ କାମ, ବ୍ୟବସାୟ, ପରିବହନ ପାଇଁ ଅସୁବିଧା ହେବନାହିଁ। ନୂତନ ସ୍ଥାନ ପରିଦର୍ଶନ ସହ ଆତ୍ମୀୟଙ୍କ ମିଳନରୁ ଖୁସି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri