Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୦୩ ତାରିଖ – Daily Horoscope

ମେଷ
ଆକସ୍ମିକ ସ୍ବାସ୍ଥ୍ୟହାନିଜନିତ, ଶତ୍ରୁତା କାରଣରୁ କିମ୍ବା ଭାଇ, ପଡ଼ୋଶୀମାନଙ୍କ ସହ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହେବ । ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ବାର୍ଥହାନି ହେତୁ କୁତ୍ସାରଟନା କରିବା ପରିଲକ୍ଷିତ ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରରୁ ପ୍ରଶଂସା ପାଇବେନି।
ବୃଷ
ବୃଷ
ଭଲ ସମ୍ପର୍କ ରହିଥିବା କୌଣସି ଆତ୍ମୀୟଙ୍କ  ପାରିବାରିକ ସମସ୍ୟା ସମାଧାନ ସକାଶେ ଚିନ୍ତା ବଢିଯିବ। କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ । ଆଜି ଇଚ୍ଛା ନ ଥିଲେ ମଧ୍ୟ ହଠାତ୍‌ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ।
ମିଥୁନ
ମିଥୁନ
ଭାବପ୍ରବଣତାବଶତଃ ଆଜି କହୁ କହୁ ଏପରି କିଛି କଥା କହିଦେବେ ଯେ-ଯଦ୍ୱାରାକି କଳହର ସୂତ୍ରପାତ ହୋଇପାରେ । ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତ ରହିବେ। ପରିବାରରେ କୌତୁକିଆ କଥା କହି ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି ।
କର୍କଟ
କର୍କଟ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତାର ଶୀର୍ଷକୁ ନିଶ୍ଚିତ ସ୍ପର୍ଶ କରିବେ । ତଥାପି ଅପରାହ୍ନ ସମୟରେ ଅଫିସିଆଲି ଟେନସନ୍‌ କିଛି ମାତ୍ରାରେ ଲାଗିରହିବ । ଆମଦାନୀ କାରବାର, ବ୍ୟବସାୟୀଙ୍କ କାରବାରରେ ଉନ୍ନତି ହେବ ଓ ଲାଭର ମାତ୍ରା କିଛି କମିବ ନାହିଁ । ଆଇନ, ଅଦାଲତ ସମ୍ବନ୍ଧୀୟ କେତେକ ଦୁଶ୍ଚିନ୍ତା ମନକୁ ବିଶାଦିତ କରିବ।
ସି˚ହ
ସି˚ହ
ଏକାଧିକ ଚିନ୍ତାଧାରାରେ ବିକ୍ଷିପ୍ତ ମନ ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାର କରଜ କରି କାମ କରିବାକୁ ବାଧ୍ୟ ହେବେ । ଆକସ୍ମିକ ଭାବେ ଦୂର ଜାଗାକୁ ଯିବାକୁ ପଡିପାରେ । କୌଣସି ମୂଲ୍ୟବାନ ଦ୍ରବ୍ୟ ଆଣିବା ସକାଶେ ଘରୁ ବରାଦ ପାଇବେ । କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ ।
କନ୍ୟା
ଆଜିର କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ସଂଘର୍ଷମୟ ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିଯିବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁମାନଙ୍କ ସମ୍ପର୍କ ହାନି ହେତୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ତୁଳା
ତୁଳା
ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ କାମଗୁଡିକ ଆଜି ସନ୍ତୋଷ ଜନକ ହେବ ନାହିଁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ବିରକ୍ତି ଲାଗିବ। ଋଣ ପରିଶୋଧ ପାଇଁ ବ୍ୟାକୁଳ ହେବେ କାରଣ ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ବରେ ପଡିପାରନ୍ତି।
ବିଛା
ବିଛା
ପୂର୍ବରୁ ଯେଉଁ କଳ୍ପନା କରି ଆସିଥିଲେ ତାହା କ୍ରମଶଃ ଫସର ଫାଟି ଯାଉଥିବା ଲକ୍ଷ୍ୟ କରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ ବିଶୃଙ୍ଖଳିତ କିମ୍ବା ଅସମାହିତ କର୍ମ ସକାଶେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
କେତେକ ଅକୁହା କଥା ମନକୁ ସଂକୁଚିତ କରି ରଖିଥିଲେ ମଧ୍ୟ ମୁଁହ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। କୌଣସି ଲୋକ ବିଷୟରେ କିଛି ନ ଜାଣି ତାଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ ।
ମକର
ମକର
ଆନୁଷ୍ଠାନିକ କାମରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ଜନିତ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ସୂଚନା ପାଇପାରନ୍ତି। ଅଫିସରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ।
କୁମ୍ଭ
କୁମ୍ଭ
ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଆଜି କାମଗୁଡିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବ। କଳା, ସାହିତ୍ୟ ଓ ସଙ୍ଗୀତରୁ ପ୍ରଶଂସିତ ହେବେ ଓ ପୂର୍ବ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ। ସ୍ତ୍ରୀ, ଭାଇ କିମ୍ବା ବନ୍ଧୁଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ
ଆଜି ଅଫିସ୍‌ରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ । ଇଚ୍ଛା ବିରୋଧରେ କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ । ନିଜ ଘର କଥା ନେଇ ସ୍ତ୍ରୀ ସ୍ବାମୀଙ୍କ ସହ ତର୍କ ବିତର୍କ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri