Posted inRasifala

ରାଶିଫଳ: ରବିବାର, ଫେବ୍ରୁଆରି ୨ ତାରିଖ – Daily Horoscope

ମେଷ
ରବି ଚତୁର୍ଥାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ପରିବାରର ସମ୍ମତିକ୍ରମେ ନୂତନ କାର୍ଯ୍ୟାରମ୍ଭ ପାଇଁ ସଜବାଜ ହୋଇପାରନ୍ତି। ସରଳ ଭାବରେ ଅନ୍ୟକୁ ବିଶ୍ୱାସ କରି ହଇରାଣ ସହ ବିରକ୍ତିବୋଧ ଓ ଅନୁତାପ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଯାତ୍ରାରେ ଆଶା ପୂରଣ ହୋଇ ପାରିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଆର୍ଥିକ ଦିଗଟି ମନ୍ଦ ହେବନି ।
ବୃଷ
ବୃଷ
ଶୁକ୍ର ପାପପ୍ରଭାବ ଯୁକ୍ତ ଅଷ୍ଟମାଧିପ ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ହେତୁ ଆପଣଙ୍କ ଯୋଜନା ବାଧାପ୍ରାପ୍ତ ହୋଇପାରେ। ସାଧାରଣ କଥାରେ ସହକର୍ମୀଙ୍କ ସହ କଳହ ଲାଗିପାରେ। ଅର୍ଥ ସମ୍ପର୍କୀୟ ବୁଝାମଣାରେ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। କର୍ମଭାବସ୍ଥ ବୁଧ ଓ ଶୁକ୍ର ମୃଗଶିରା ନକ୍ଷତ୍ର ପାଇଁ ରାଜଯୋଗ ସ୍ବରୂପ ସୁଫଳ ପ୍ରଦାନ କରିବେ।
ମିଥୁନ
ମିଥୁନ
ଭାଗ୍ୟାଧିପ ଉପଚୟ ସ୍ଥାନରେ ଦୁଃସ୍ଥାନରେ ଥିବାରୁ ନିଜ ଲୋକମାନଙ୍କ ବିରୁଦ୍ଧାମତ୍କ କାର୍ଯ୍ୟ ସମସ୍ୟା ସୃଷ୍ଟି କରିବ। ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ କିନ୍ତୁ କେତେକ ବିବାଦୀୟ କଥା ମନକୁ ଆକ୍ରାନ୍ତ କରିପାରେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।
କର୍କଟ
କର୍କଟ
ଷଷ୍ଠସ୍ଥାନରେ ଭାଗ୍ୟାଧିପ କେତୁଯୁକ୍ତ ଯୋଗୁ ଆପଣଙ୍କ ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟିର ଆଶଙ୍କା ରହିଛି। ଅବଶ୍ୟ ମିତ୍ର କ୍ଷେତ୍ରସ୍ଥ ଶୁକ୍ରଜନିତ ଦୀର୍ଘଦିନରୁ ରହି ଆସିଥିବା ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ। କଳା, କାରିଗରି, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ସି˚ହ
ସି˚ହ
ସ୍ବଗୃହୀ ମଙ୍ଗଳ ପ୍ରଭାବରୁ ସୁସ୍ଥ ପରିବାର, ପାଖ ପଡୋଶୀଙ୍କ ଆଦର,ଗୃହଭୂମି କ୍ରୟବିକ୍ରୟ ଓ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ। ଆତ୍ମୀୟସ୍ବଜନଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ଗୃହ ନିର୍ମାଣାଦି କାର୍ଯ୍ୟ ତ୍ୱରାନ୍ବିତ ହେବ କିମ୍ବା ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
କନ୍ୟା
ତୃତୀୟସ୍ଥ ଭୌମ ଭାଇ, ବନ୍ଧୁ, ପଡୋଶୀ କିମ୍ବା ସହକର୍ମୀଙ୍କ ସହ ବିତର୍କଜନିତ ସମ୍ପର୍କ ନଷ୍ଟ କରିପାରେ। ପରିସ୍ଥିତିରେ ପଡି ଅନନ୍ୟୋପାୟ ପୂର୍ବକ ଗୁରୁଜନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଶ୍ରେୟ ମନେକରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ ଏବଂ ହାତକୁ ନେଇଥିବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ତୁଳା
ତୁଳା
କର୍ମାଧିପ ସପ୍ତମସ୍ଥ ରହିଥିବାରୁ ସରକାରୀ କାମରେ ବାହାରକୁ ଯିବାକୁ ପଡିପାରେ। ଚିତ୍ରା ନକ୍ଷତ୍ରର ଦୀର୍ଘଦିନର ଆଶା ପୂରଣ ହେବାରୁ ସୁସ୍ଥ ମନ ନେଇ କାମ କରିବେ। ପରିବାରର ସହମତି, ହିତୈଷୀଙ୍କ ଦିଗ୍‌ଦର୍ଶନ ଆପଣଙ୍କ କାମରେ ଆସିବ। ବିବାଦୀୟ ସ୍ଥିତି ଲାଗି ରହିଲେ ମଧ୍ୟ ଆପଣଙ୍କ ବ୍ୟବସାୟ, ପ୍ରଶାସନିକ ଆଲୋଚନା ବାଧାପ୍ରାପ୍ତ ହେବନାହିଁ।
ବିଛା
ବିଛା
ଆପଣଙ୍କ ପ୍ରକାଶଭଙ୍ଗୀ ଓ କଥନଶୈଳୀର କୌଣସି ବ୍ୟତିକ୍ରମ ସଫଳତାରେ ବାଧକ ସାଜିପାରେ। ପାରିବାରିକ ଅସୁସ୍ଥତାଜନିତ ଖର୍ଚ୍ଚାନ୍ତ, ବିଶେଷ ଭ୍ରମଣ ମାନସିକ ଅସୁସ୍ଥତାକୁ ବଢ଼ାଇ ଦେଇପାରେ। ଆଜିର ଯାତ୍ରା, ଆଲୋଚନା, ସାମୂହିକ କାର୍ଯ୍ୟରେ ନୀଚମନା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଭାଗ୍ୟାଧିପତି ନିଜ ଭାବରୁ ଷଷ୍ଠସ୍ଥ ହୋଇଥିବାରୁ ଆପଣଙ୍କ କାର୍ଯ୍ୟପଦ୍ଧତି ବିବାଦୀୟ ହୋଇପାରେ। କୋଣସ୍ଥାନରେ ଅଷ୍ଟମାଧିପତି ଯୋଗୁ ଆପଣଙ୍କ ଉଦ୍ଦେଶ୍ୟ ପୂରଣ ହେବାରେ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିବ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
ମକର
ମକର
ରାଶିରେ ପାପଗ୍ରହ ଓ ଅନ୍ୟାନ୍ୟ ଗ୍ରହଙ୍କ ଶୁଭ ସଂସ୍ଥାନରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅଜେୟ ରହିବେ। ଷଷ୍ଠାଧିପ ଧନଭାବସ୍ଥ ଯୋଗୁ ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡିପାରେ। ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
କୁମ୍ଭ
କୁମ୍ଭ
କାର୍ଯ୍ୟସିଦ୍ଧିର ଆଶା ଉଜ୍ଜ୍ୱଳତର ହେତୁ ବନ୍ଧୁମାନଙ୍କ ସାଧୁବାଦ ଓ ପ୍ରଶଂସାରେ ମସ୍‌ଗୁଲ୍‌ ରହିପାରନ୍ତି। କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଦ୍ୱାଦଶଭାବସ୍ଥ ରାଶ୍ୟାଧିପତି ଆପଣଙ୍କୁ ଭ୍ରମଣଜନିତ ଶ୍ରମକ୍ଳାନ୍ତି ଓ ଅନିଦ୍ରାଜନିତ ଶାରୀରିକ ପୀଡାରେ କଷ୍ଟ ଦେଇପାରନ୍ତି।
ମୀନମୀନ
ଭୁଲ୍‌ ବୁଝାମଣା ଓ ପାରସ୍ପରିକ ମତଭେଦ କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ରେବତୀ ନକ୍ଷତ୍ରର ସତ୍‌ସଙ୍ଗ, ଆଲୋଚନା ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ପ୍ରଶାସନିକ ସ୍ତରରେ ଓ ସଭାସମିତିରେ ଏବଂ ରାଜନୀତିରେ ପ୍ରଶଂସିତ ହେବାର ସୁଯୋଗ ପାଇବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri